ବିରଳ ବିଶ୍ବାସ, ଚାବୁକରେ ମାଡ଼ ଖାଇଲେ ପୂରଣ ହୁଏ ମନୋସ୍କାମନା - ତାମିଲନଡ଼ୁର ସେଲାନାମ୍ମଲ ମନ୍ଦିରରେ ବିରଳ ନୀତି
🎬 Watch Now: Feature Video
ଚେନ୍ନାଇ: ତାମିଲାନାଡ଼ୁର ସେଲାନାମ୍ମଲ ମନ୍ଦିରରେ ଏକ ଅଜବ ରୀତିନୀତି ଦେଖିବାକୁ ମିଳିଛି । ପେରାମ୍ବାଲୁର ଜିଲ୍ଲା ଆଲାଥୁର ଅଞ୍ଚଳର ତାରେନି ଗ୍ରାମରେ ଏହି ମନ୍ଦିର ରହିଛି । ଏହି ମନ୍ଦିରର ଏକ ଉତ୍ସବ ବେଳେ ଭକ୍ତବୃନ୍ଦଙ୍କୁ ସେଠାକାର ସେବାୟତ ଏକ ଚାବୁକରେ ପ୍ରହାର କରିଥାଆନ୍ତି । ଠାକୁରଙ୍କ ପାଖରେ ଏଭଳି ଚାବୁକ ମାଡ଼ ଖାଇଲେ ସମସ୍ତ ମନୋସ୍କାମନା ପୂରଣ ହୁଏ ବୋଲି ବିଶ୍ବାସ ରହିଛି ।