ଭୁବନେଶ୍ବର: ଆଜି ପ୍ରେମ ଦିବସ । ପ୍ରେମ ଦିବସକୁ ଭିନ୍ନ ତରିକାରେ ପାଳିବାକୁ ଇଚ୍ଛା ପ୍ରକାଶ କରନ୍ତି ପ୍ରେମୀ ଯୁଗଳ । ଆଉ ଠିକ୍ ଏଭଳି ଢଙ୍ଗରେ ପ୍ରେମ ଦିବସ ପାଳିବାକୁ ଇଚ୍ଛା କରିଥିଲା ଲୁଟେରା ସ୍ବାମୀ । ଲୁଟ ଗହଣା ସ୍ତ୍ରୀକୁ ଉପହାର ଦେଇ ମନାଇଥାନ୍ତା ପ୍ରେମ ଦିବସ । କିନ୍ତୁ ତାର ସବୁ ଚାଲ୍ ଭଣ୍ଡୁର ହୋଇଗଲା । ଠିକ୍ ପ୍ରେମ ଦିବସ ପାଳିବା ପୂର୍ବରୁ ବାନ୍ଧିଲା କମିଶନରେଟ ପୋଲିସ । ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ବଡ ଧରଣର ଲୁଟ ଘଟଣାରେ ପୋଲିସ କରିଛି ପର୍ଦ୍ଦାଫାସ । ଆଉ ଲୁଟ ଘଟଣାର ଖିଅ ଖୋଜୁ ଖୋଜୁ ଲୁଟେରା ପ୍ରେମିକାର ଲଭଷ୍ଟୋରୀ ପୋଲିସକୁ ଚମକାଇ ଦେଇଛି ।
- ସାଧାରଣ ଡ୍ରାଇଭରରୁ ହାଇପ୍ରଫାଇଲ ଚୋର
ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ଘଟଣାରେ ଧରାପଡ଼ିଥିବା ଚୋରର ଆସୁଛି ଗୋଟିଏ ପରେ ଗୋଟିଏ କାରନାମା। ଯେ କି ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ପୁର୍ବରୁ ବର୍ଷକ ତଳେ ଅର୍ଥାତ 2023ମସିହା ଅକ୍ଟୋବର ମାସରେ ମଧ୍ୟ ସେହି ଭିଆଇପି କଲୋନିରୁ ଚୋରି କରିଥିଲା ଚୋର ସତିଶ ରେଡ୍ଡୀ । ଯାହାକୁ ଗିରଫ କରିଛି କମିଶନରେଟ୍ ପୋଲିସ। ଏବେ ସତୀଶର ଚୋରିର ରେକର୍ଡ ଦେଖି ରିମାଣ୍ଡରେ ନେବାକୁ ଚାହୁଁଛି ପୋଲିସ ।
![ସ୍ପାଇଡର ସତୀଶ](https://etvbharatimages.akamaized.net/etvbharat/prod-images/14-02-2025/od-bbs-01-niranjan-house-theft-avb-7203832_14022025173559_1402f_1739534759_508.jpg)
![ସ୍ପାଇଡର ସତୀଶ](https://etvbharatimages.akamaized.net/etvbharat/prod-images/14-02-2025/od-bbs-01-niranjan-house-theft-avb-7203832_14022025173559_1402f_1739534759_592.jpg)
![ନିରଞ୍ଜନ ପଟ୍ଟନାୟକଙ୍କ ଘର](https://etvbharatimages.akamaized.net/etvbharat/prod-images/14-02-2025/od-bbs-01-niranjan-house-theft-avb-7203832_14022025173559_1402f_1739534759_1046.jpg)
- ତା ନାଁରେ ତିନୋଟି ଫ୍ଲାଟ
ଗିରଫ ବେଳେ ପୋଲିସ ତାକୁ ଭାଇଜାଗର ବାପୁଜି ନଗରର ଏକ ଫ୍ଲାଟରୁ ଗିରଫ କରିଥିଲା। ସେଠି ତା ନିଜର ଏକ ଫ୍ଲାଟରେ ରହୁଥିଲା । ଯେଉଁଠି ସେ ତାର ପତ୍ନୀ ସହ ନିଜ ଫ୍ଲାଟରେ ଏକ ବିଦେଶୀ କୁକୁର ରଖିଥିଲା । ଘର ଭିତରେ ଜିମ୍ ସହ ସୌଖିନ ଜିନିଷ ମଧ୍ୟ ରଖୁଥିଲା । ଏପରିକି ଘର ଭିତରେ ଜିମ ରଖିବା ସହ ବିଳାସମୟ ଜୀବନ ବିତାଉଥିଲା । ତାର ଦୁଇଟି ପତ୍ନୀ ଥିବା ବେଳେ ପୋଲିସ ତାକୁ ଗିରଫ ସମୟରେ ଜାଣିବାକୁ ପାଇଥିଲା । ଏପରିକି ଚୋରି ଟଙ୍କାରେ ମଉଜ ଜୀବନ ବିତାଉଥିଲା। ଏପରିକି ହାଇଦ୍ରାବାଦରେ ଗୋଟିଏ ଫ୍ଲାଟ୍ ସହ ଭାଇଜାଗ ଓ କେରଳରେ ମଧ୍ୟ ଗୋଟିଏ ଫ୍ଲାଟ୍ ରହିଛି ।
ତେବେ ଏହା ପୂର୍ବରୁ ସେ କେରଳ ପୋଲିସ ହାତରେ ଧରାପଡିଥିଲା । ଯେ କି ଜଣେ ପୂର୍ବତନ ବିଧାୟକଙ୍କ ଘରେ ପଶି 7କେଜି ସୁନା ଚୋରି କରିଥିଲା । ଚୋରି ପରେ ସେ ତାର ଜଣେ ସାଙ୍ଗକୁ ହ୍ବାଟସପ ରେ କଲ୍ କରିଥିଲା । ଯେଉଁଠି ପୋଲିସ ତାର ସାଙ୍ଗକୁ ଧରିବା ପରେ ସତୀଶକୁ ଗିରଫ କରିଥିଲେ । ତେବେ ଗିରଫ ସମୟରେ ହ୍ବାଟସପରେ ସାଙ୍ଗ ସହ କଥାବାର୍ତ୍ତାରୁ ଧରାପଡିଯାଇଥିଲା। ସେବେଠୁ ସେ ହ୍ବାଟସପ କଲ ନ କରି ଏବେ ସ୍ନାପଚାର୍ଟ ଜରିଆରେ କଲ କରୁଥିଲା ।
ଏହା ମଧ୍ୟ ପଢନ୍ତୁ ନିରଞ୍ଜନଙ୍କ ଘରେ କଳାକନା ବୁଲାଇଥିଲା ସ୍ପାଇଡର, ଗୁଗୁଲରେ ପାଇଥିଲା ଠିକଣାଏହା ମଧ୍ୟ ପଢନ୍ତୁ ରାଜଧାନୀରେ ହଷ୍ଟେଲ ଓ ମେସ୍ ଦେଖି ଲୁଟୁଛନ୍ତି, ସିସିଟିଭିରେ ଲୁଟ୍ ଦୃଶ୍ୟ
- ଜେଲରୁ ଶିଖିଛି ଚୋରି ବିଦ୍ୟା
ତେବେ 2010ରେ ସେ ଡ୍ରାଇଭର ଭାବେ ଏକ ଦୁର୍ଘଟଣା ଘଟାଇଥିଲା । ସେତେବେଳେ ସେ ଜେଲ ଯାଇଥିଲା। ପରେ ସେଠାରେ ଜେଲରେ ରହିବା ସମୟରେ ଅନେକ ଅପରାଧି ଙ୍କ ସଶ୍ପର୍ଷରେ ଆସିଥିଲା। ସେଠାରେ ରହିବା ସମୟରେ ସେହି ଠାରୁ ଚୋରି ବିଦ୍ୟା ଶିଖିଥିଲା । ଏବଂ ସେବେଠୁ ସେ ଧିରେ ଧିରେ ଚୋରି ଆରମ୍ଭ କରିଥିଲା । ଅନଲାଇନରେ ଭିଆଇପି ଲୋକଙ୍କ ବିଷୟରେ ସର୍ଚ୍ଚ କରି ତାଙ୍କ ଘରେ ଚୋରି କରିବା ପାଇଁ ଯାଉଥିଲା। ଯାହାର କ୍ରମରେ ଭିଆଇପି କଲୋନି ଦେଖି ଭୁବନେଶ୍ୱରରୁ ନିରଞ୍ଜନ ପଟ୍ଟନାୟକଙ୍କ ଘରେ ପଶି ଚୋରି କରିଥିଲା। ତେବେ ଗିରଫ ପରେ ତା ନାଁରେ ପାଖାପାଖି 70ରୁ ଅଧିକ କେସ ରହିଥିବା ପୋଲିସ ଜାଣିବାକୁ ପାଇଛି।
- ସତୀଶ ରେଡ୍ଡିରୁ ସ୍ପାଇଡର ସତୀଶ
ପ୍ରତ୍ୟେକ ସମୟରେ ଚୋରି ପରେ ଯେଉଁ କେସରେ ଧରାପଡୁଥିଲା ସେତେବେଳେ ସେହି ଭୁଲକୁ ସୁଧାରିବା ପାଇଁ ନୂଆ ବାଟ ନେଉଥିଲା । ଯେପରିକି ଭାଇଜାଗରେ ସାଙ୍ଗ ମାନଙ୍କ ସହ ଏକ ଚୋରି କେସ ରେ ସେ ତାର ହାତରେ ଥିବା ଟାଟୁ ପାଇଁ ଧରାପଡ଼ିଥିଲା । ପରେ ସେ ଟାଟୁ ଲୁଚାଇବା ପାଇଁ ଲମ୍ବାର ଏକ ଫୁଲ ହାତ ଥିବା ଟି ସାର୍ଟ ପିନ୍ଧୁଥିଲା । ସେହିପରି କ୍ୟାମେରା ଓ କେହି ମୁହଁ ଚିହ୍ନି ଦେଉଥିବରୁ ସେ ମୁହଁରେ ମାସ୍କ ବ୍ୟବହାର କରିଥିଲା । ଅନେକ ସମୟରେ ସିସିଟିଭି ଫୁଟେଜକୁ ମଧ୍ୟ ଦୂରେଇ ରହୁଥିଲା । ହାତରେ ଫିଙ୍ଗରପ୍ରିଣ୍ଟ ଯୋଗୁଁ ଥରେ ଧରାପଡିଥିବାରୁ ସେଥିପାଇଁ ହାଣ୍ଡ ଗ୍ଲୋବସ ମଧ୍ୟ ଚୋରି ସମୟରେ ପିନ୍ଧୁଥିଲା। ଏପରି କରି ସେ ଚୋରି କରିବା ପାଇଁ ବିଶେଷ କରି କାଚ ସ୍ଲାଇଡର ଥିବା ଘରେ ପଶୁଥିଲା। ତଳ ମହଲାରେ କେହି ମାଲିକ ଥିବା ସନ୍ଦେହ କରି ସେ ସର୍ବଦା ଉପର ମହଲାରେ ପଶୁଥିଲା । ଏଥିପାଇଁ ସେ ଅନେକ ଘର ବାଲକୋନି ପାଚେରି ମଧ୍ୟ ସ୍ପାଏଡର ମ୍ୟାନ ପରି ଚଢି ଯାଉଥିଲା । ସେଥିପାଇଁ ତା ନାଁ ସ୍ପାଇଡର ସତୀଶ ନାଁରେ ଚର୍ଚ୍ଚିତ।
- ସମ୍ଭ୍ରାନ୍ତ ଲୋକଙ୍କୁ ଟାର୍ଗେଟ କରୁଥିଲା
ସ୍ବାଭାବିକ ଭାବରେ ତାର ଜୀବନଶୈଳିରୁ ଜଣାପଡୁଛି ସେ ଏପରି ଚୋରି ପରେ ନିଜର ବିଳାସମୟ ଜୀବନ ବିତାଉଥିଲା । ଏପରିକି ସେ ସମ୍ଭ୍ରାନ୍ତସଘରର ଲୋକଙ୍କୁ ଟାର୍ଗେଟ କରୁଥିଲା । ଯେହେତୁ ଅଧିକାଂଶ ଘରର ସ୍ଲାଇଡିଂ ଡୋର ଲାଗିଥାଏ ସେସବୁ ଘରେ ପଶିବାକୁ ସହଜ ହୋଈଥାଏ ।
ଏନେଇ ଭୁବନେଶ୍ବର ଡିସିପି ପିନାକ ମିଶ୍ର କହିଛନ୍ତି ‘‘ଯେହେତୁ ତା ନାଁରେ ଦୁଇଟି କେସ୍ ରହିଛି ଗୋଟିଏ କେସ ଧରାପଡିଛି। ଆର କେସ୍ଟିରେ ଆମ ପାଖରେ ପ୍ରମାଣ ଅଛି । ଅଧିକ ପଚରା ଉଚରା ପାଇଁ ଆମେ ତାକୁ ରିମାଣ୍ଡରେ ନେବୁ । କାରଣ ତା ନାଁରେ ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରୁ ଗତ 2023ରେ ଜଣଙ୍କ କରୁ ଚୋରି ରେ ସମ୍ପୃକ୍ତ ଥିଲା । ସେନେଇ ତାକୁ ରିମାଣ୍ଡରେ ନେବାକୁ 5ଦିନ ପାଇଁ ରିମାଣ୍ଡ ଆବେଦନ କରିଛି କମିଶନରେଟ୍ ପୋଲିସ । ଏନେଇ କୋର୍ଟଙ୍କ ଅନୁମତି କ୍ରମେ ତାଙ୍କୁ ନେଇ ପଚରା ଉଚରା କରାଯିବ’’ ।
- ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ
ଅନ୍ତରାଜ୍ୟ ଚୋରା ସ୍ପାଇଡର ସତୀଶ କମିସନରେଟ ପୋଲିସ ହାତରେ ଧରାପଡିଥିବା ବେଳେ ନିରଞ୍ଜନଙ୍କ ଘରୁ ଚୋରି ହୋଇଥିବା ସମସ୍ତ ଅଳଙ୍କାର ଜବତ ହୋଇଛି । ନିରଞ୍ଜରଙ୍କ ଅଳଙ୍କାର ସହ ଏକ କାର ମୋବାଇଲ ଫୋନ ଓ ବିପୁଳ ପରିମାଣର ହୀରା ଗହଣା ଜବତ ହୋଇଛି । 7 ଲକ୍ଷ ଟଙ୍କା ସହ ଏକ କୋଟିର ହୀରା ଓ ସୁନା ଗହଣା ଜବତ ହୋଇଛି । ତେବେ ଏହି ଲୁଟେରା ୨ ବର୍ଷ ପୂର୍ବରୁ ଅର୍ଥାତ 2023ରେ ARSS ମାଲିକଙ୍କ ଘରେ କଳାକନା ବୁଲାଇଥିଲା ।