ETV Bharat / state

ଓଡ଼ିଶାରେ କେତେ ଅଛନ୍ତି ଭିକ୍ଷୁକ ? ବିଧାନସଭାରେ ଜଣାଇଲେ ମନ୍ତ୍ରୀ - ODISHA ASSEMBLY BUDGET SESSION 2025

ବିଧାନସଭା ବଜେଟ ଅଧିବେଶନ-୨୦୨୫ର ଦ୍ୱିତୀୟ ଦିନରେ ଉଠିଲା ଭିକ୍ଷୁକ ପ୍ରସଙ୍ଗ । 'ସହାୟ' ଯୋଜନା କାର୍ଯ୍ୟକାରୀ ପ୍ରସଙ୍ଗରେ ଆଲୋଚନା

Odisha Assembly budget session second day
Odisha Assembly budget session second day (ETV Bharat Odisha)
author img

By ETV Bharat Odisha Team

Published : Feb 14, 2025, 8:44 PM IST

ଭୁବନେଶ୍ୱର: 'ରାଜ୍ୟରେ ଅଛନ୍ତି ୫୨୮୪ ଭିକ୍ଷୁକ । ସେମାନଙ୍କ ମଧ୍ୟରୁ କଟକରେ ସର୍ବାଧିକ ।' ବିଧାନସଭା ବଜେଟ ଅଧିବେଶନ-୨୦୨୫ର ଦ୍ୱିତୀୟ ଦିନରେ 'ସହାୟ' ଯୋଜନା କାର୍ଯ୍ୟକାରୀ ପ୍ରସଙ୍ଗରେ ଆଲୋଚନା ହୋଇଛି । ବିଜେପି ବିଧାୟକ ଲକ୍ଷ୍ମଣ ବାଗ ଏହି ପ୍ରଶ୍ନ ଉଠାଇଥିବା ବେଳେ ଏହାର ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।

ଗୃହରେ ଉଠିଲା ଭିକ୍ଷୁକ ପ୍ରସଙ୍ଗ:

ଗୃହରେ ପ୍ରଶ୍ନକାଳରେ ଭିକାରୀ ପ୍ରସଙ୍ଗକୁ ନେଇ ବିଜେପି ବିଧାୟକ ଲକ୍ଷ୍ମଣ ବାଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି । ସେ ପଚାରିଛନ୍ତି, 'ରାଜ୍ୟରେ ଭିକାରୀ ଓ ନିଃସହାୟଙ୍କ ସୁରକ୍ଷା ଓ ପୁନର୍ବାସ ପାଇଁ "ସହାୟ" ଯୋଜନା କାର୍ଯ୍ୟକାରୀ କରାଯାଇଅଛି କି? ଯଦି ହଁ, ତେବେ ରାଜ୍ୟରେ କେଉଁ ଜିଲ୍ଲାରେ କେତେ ଜଣ ଭିକାରୀ କିମ୍ବା ନିଃସହାୟ ବ୍ୟକ୍ତି ବା ପରିବାର ଅଛନ୍ତି । ତାହାର ବିଧ‌ିବଦ୍ଧ ସର୍ଭେ କରାଯାଇଛି କି? ବର୍ତ୍ତମାନ ସୁଦ୍ଧା କେତେ ଜଣ ଭିକାରୀ ବା ନିଃସହାୟଙ୍କୁ ପୁନର୍ବାସ କରାଯାଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ କଣ ସବୁ ସେବା ଉପଲବ୍ଧ କରାଯାଇଛି ? ତାହାର ଜିଲ୍ଲାୱାରୀ ଏବଂ ସ୍ବତନ୍ତ୍ର ଭାବେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅଂଚଳରେ ଚିହ୍ନିତ ଭିକାରୀ ବା ନିଃସହାୟଙ୍କୁ ପୁନର୍ବାସ କରାଯାଇଥିବାର ଏକ ତାଲିକା ପ୍ରଦାନ କରିବେ କି ?

କଟକରେ ସର୍ବାଧିକ ଭିକ୍ଷୁକ:
ଏହାର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, " ରାଜ୍ୟରେ ରାଜ୍ୟରେ ୫,୨୮୪ ଭିକ୍ଷୁକ ଅଛନ୍ତି ।କଟକରେ ୧୦୬୦, ବରଗଡ଼ରେ ୫୯୫, ଗଂଜାମରେ ୫୪୫, ସୁନ୍ଦରଗଡ଼ରେ ୪୧୭, ପୁରୀରେ ୩୫୦, କଳାହାଣ୍ଡିରେ ୨୩୭, ଅନୁଗୋଳରେ ୨୦୫ ଜଣ ଭିକ୍ଷୁକ ଅଛନ୍ତି । ଭିକାରୀମାନଙ୍କୁ ସ୍ଵାବଲମ୍ବି କରି ରାଜ୍ୟକୁ ଭିକାରୀମୁକ୍ତ କରିବା ପାଇଁ ବିଭାଗ ତରଫରୁ ପ୍ରଣୀତ "ସହାୟ" ଯୋଜନା ୨୦୧୭-୧୮ ଠାରୁ କାର୍ଯ୍ୟକାରୀ ହୋଇଆସୁଅଛି । ଏହି ଯୋଜନା ମାଧ୍ୟମରେ ସେମାନଙ୍କୁ ଥଇଥାନ କରି ଭିକ୍ଷାବୃତ୍ତିରୁ ନିବୃତ୍ତ କରିବାକୁ ପଦକ୍ଷେପ ଗ୍ରହଣ କରାଯାଉଅଛି । ଭିକ୍ଷୁକମାନଙ୍କ ଚିହ୍ନଟ, ସେମାନଙ୍କ ପ୍ରଶିକ୍ଷଣ, ଆତ୍ମନିଯୁକ୍ତି ତଥା ପୁନର୍ବାସ ବ୍ୟବସ୍ଥା କରାଯିବା ସହିତ ଭିକ୍ଷୁକମାନଙ୍କ ପିଲାମାନଙ୍କ ପାଇଁ ବିଭିନ୍ନ ପ୍ରକାର ସ୍ବତନ୍ତ୍ର ସହାୟତା ଏହି ଯୋଜନା ମାଧ୍ୟମରେ ବ୍ୟବସ୍ଥା କରାଯାଇଛି । "

ଏହାମଧ୍ୟ ପଢନ୍ତୁ...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ୧୦ ମାସର ବକେୟା ଦରମା ପାଇବେ କମ୍ୟୁନିଟି ସପୋର୍ଟ ଷ୍ଟାଫ

'ଅଷ୍ଟମ ଶ୍ରେଣୀ ପିଲା ଜାଣି ନାହାନ୍ତି ଫେଡ଼ାଣ-ହରଣ, ୨୦୧୪ରୁ ବଢ଼ି ଚାଲିଛି ସଂଖ୍ୟା'

ଚାଷୀ ଓ ଆଇନଶୃଙ୍ଖଳା ନେଇ ବିଧାନସଭା ହୁଲୁସ୍ତୁଲ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

ବିଧାନସଭାରେ ‘ଓଡ଼ିଆ ଅସ୍ମିତା’ ଅର୍ଥ ପଚାରିଲେ ଅରୁଣ, ଜବାବ ଦେଲେ ସୂର୍ଯ୍ୟବଂଶୀ

ରାଜ୍ୟକୁ ଭିକାରିମୁକ୍ତ କରିବାକୁ ଯୋଜନା:

ସେ ଆଉ ମଧ୍ୟ କହିଛନ୍ତି,"ରାଜ୍ୟକୁ ଭିକାରିମୁକ୍ତ କରିବା ପାଇଁ ପ୍ରଥମ ପର୍ଯ୍ୟାୟରେ ପୁରୀ ଠାରେ ନୀଳାଦ୍ରି ନିଳୟ ଏବଂ ଭୁବନେଶ୍ବରଠାରେ ଏକାମ୍ର ନିଳୟ ନାମରେ ସ୍ବତନ୍ତ୍ର ଅଭିଯାନ କରାଯାଇ ଏହି ସହରମାନଙ୍କୁ ଭିକ୍ଷୁକମୁକ୍ତ କରିବା ପାଇଁ କାର୍ଯ୍ୟକ୍ରମ ହାଡକୁ ନିଆଯାଇଅଛି । ଏତଦ ବ୍ୟତୀତ ଖୋର୍ଦ୍ଧା, କଟକ ମହାନଗର ନିଗମ, ଅନୁଗୋଳ, ଢେଙ୍କାନାଳ, ରାଉରକେଲା ଏବଂ ସମ୍ବଲପୁର ଜିଲ୍ଲାରେ ଭିକ୍ଷୁକ ପୁନର୍ବାସ କେନ୍ଦ୍ର ଖୋଲାଯିବା ସହ ଅର୍ଥ ବ୍ୟବସ୍ଥା କରାଯାଇଅଛି । ପରବର୍ତ୍ତୀ ପର୍ଯ୍ୟାୟରେ ଆବଶ୍ୟକତା ଅନୁଯାୟୀ ପୁନର୍ବାସ କେନ୍ଦ୍ର ଖୋଲିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି । କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅଂଚଳରେ ଥିବା ଭିକ୍ଷୁକମାନଙ୍କ ତଥ୍ୟ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ନିକଟରେ ଉପଲବ୍ଧ ନାହିଁ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.