ETV Bharat / technology

କୋଟି କୋଟି ୟୁଜରଙ୍କ ଅପେକ୍ଷାର ଅନ୍ତ; Vi ଆଣୁଛି 5G ସେବା - VODAFONE IDEA TO LAUNCH 5G IN INDIA

ଭୋଡାଫୋନ-ଆଇଡିଆ ଖୁବଶୀଘ୍ର ଭାରତରେ ଆଣୁଛି 5ଜି ସେବା । କମ୍ପାନୀ ପ୍ରଥମ ପର୍ଯ୍ୟାୟରେ ଦେଶର 5ଟି ସହରରେ ଏହି ସେବା ପ୍ରଦାନ କରିବ । କେଉଁ କେଉଁ ସହର ଜାଣନ୍ତୁ...

Vodafone Idea to launch 5G Service in India
Vodafone Idea to launch 5G Service in India (File Photo)
author img

By ETV Bharat Tech Team

Published : Feb 14, 2025, 7:53 PM IST

ହାଇଦ୍ରାବାଦ: ଏୟାରଟେଲ ଓ ରିଲାଏନ୍ସ ଜିଓ ପରେ ଏବେ ଭୋଡାଫୋନ ଆଇଡିଆ (Vi) ଟେଲିକମ ସେକ୍ଟରର ପ୍ରମୁଖ କମ୍ପାନୀ । ଏବେ କମ୍ପାନୀ ନିଜ ୟୁଜରଙ୍କ ସଂଖ୍ୟା ବୃଦ୍ଧି କରିବା ଲାଗି ଏକ ବଡ଼ ଘୋଷଣା କରିଛି । କୋଟି କୋଟି ୟୁଜରଙ୍କ ଅପେକ୍ଷାର ଅନ୍ତ ଘଟାଇ ଆସନ୍ତା ମାର୍ଚ୍ଚରେ କମ୍ପାନୀ 5ଜି ସେବା ଆଣିବାକୁ ଯାଉଛି । ବିଶେଷ କରି ମୋବାଇଲ ୟୁଜର ଅନେକ ସମୟ ଧରି ଏହି ସେବାର ଅପେକ୍ଷାରେ ଥିଲେ । ତେବେ କମ୍ପାନୀ ପ୍ରାରମ୍ଭିକ ଭାବେ କେବଳ 5ଟି ସହରରେ ଏହି ସେବା ପ୍ରଦାନ କରିବ ।

ଏହି 5 ସହରରେ ମିଳିବ 5ଜି ସେବା

ଭୋଡାଫୋନ ଆଇଡିଆ ବା ଭିଆଇ ନିଜ ଫାଇନାନ୍ସିଆଲ ରିପୋର୍ଟରେ ଘୋଷଣା କରିଛି ଯେ ମାର୍ଚ୍ଚ 2025ରେ ନିଜର 5ଜି ସେବା ରୋଲଆଉଟ୍‌ କରିବ । କିନ୍ତୁ କମ୍ପାନୀ ଏଯାବତ ସଠିକ ତାରିଖର ଘୋଷଣା କରିନାହିଁ । କମ୍ପାନୀ କହିଛି ଯେ 5ଜି ସେବାକୁ ପ୍ରଥମେ ଆର୍ଥିକ ରାଜଧାନୀ ମୁମ୍ବାଇରେ ଲଞ୍ଚ କରିବ । ଏହାପରେ ଅନ୍ୟ 4ଟି ସହର ଦିଲ୍ଲୀ, ଚଣ୍ଡୀଗଡ଼, ବେଙ୍ଗାଲୁରୁ ଓ ପାଟନାରେ ସେବା ପ୍ରଦାନ କରିବ ।

ଏହି 5ଟି ସହର ବ୍ୟତୀତ ଦ୍ବିତୀୟ ପର୍ଯ୍ୟାୟରେ କେଉଁ ସହରରେ କମ୍ପାନୀ 5ଜି ସେବା ପ୍ରଦାନ କରିବ ସେ ସମ୍ପର୍କରେ ଘୋଷଣା କରିନାହିଁ । କିନ୍ତୁ ଆଶା କରାଯାଉଛି ଦେଶର ଅନ୍ୟ ପ୍ରମୁଖ ସହରରେ ଥିବା ନିଜ ୟୁଜରଙ୍କୁ କମ୍ପାନୀ 5ଜି ସେବା ପ୍ରଦାନ କରିବ । କମ୍ପାନୀ ନିଜ ରିପୋର୍ଟରେ 4ଜି ସେବା ସମ୍ପର୍କରେ ମଧ୍ୟ ସୂଚନା ଦେଇଛି । ଭିଆଇ କହିଛି ଯେ ଡିସେମ୍ବର 2024 ପର୍ଯ୍ୟନ୍ତ 1.07 ବିଲିୟନ ୟୁଜର୍‌ଙ୍କ ନିକଟରେ ଭୋଡାଫୋନ ଆଇଡିଆର 4ଜି ସେବା ପହଞ୍ଚିଛି । ଏହା ବ୍ୟତୀତ Vi କହିଛି ଯେ ଆଭରେଜ ରେଭନ୍ୟୁ ପର ୟୁଜର (ARPU)ରେ ବି 4.7% ବୃଦ୍ଧି ପାଇଛି । କମ୍ପାନୀ ମୁତାବକ କ୍ବାର୍ଟର-2ରେ ସେମାନଙ୍କ ଏଆରପିୟୁ 166ଟଙ୍କା ଥିଲା ୟାହାକି କ୍ବାର୍ଟର-3ରେ ବୃଦ୍ଧି ପାଇ 173ଟଙ୍କା ହୋଇଛି ।

ଦାମ ଓ ସ୍ପିଡ୍‌

ଭିଆଇ ପକ୍ଷରୁ ଏଯାବତ 5ଜି ନେଟୱର୍କରେ ମିଳିବାକୁ ଥିବା ସ୍ପିଡ୍‌ ସମ୍ପର୍କରେ ଖୁଲାସା ହୋଇନାହିଁ । କିନ୍ତୁ ପୂର୍ବ ପରୀକ୍ଷଣକୁ ଦେଖିଲେ ଏଥିରେ 1Gbpsରୁ ଅଧିକ ସ୍ପିଡ୍‌ ଅତି ସହଜରେ ମିଳିବ । କମ୍ପାନୀ ରିଚାର୍ଜ ପ୍ଲାନ ସମ୍ପର୍କରେ ମଧ୍ୟ ସୂଚନା ଦେଇନାହିଁ, କିନ୍ତୁ ଆଶା କରାଯାଉଛି ଅନ୍ୟ ଟେଲିକମ କମ୍ପାନୀର ରିଚାର୍ଜ ପ୍ଲାନ ତୁଳନାରେ Vi ରିଚାର୍ଜ ପ୍ଲାନ 15 ପ୍ରତିଶତ ଶସ୍ତା ହୋଇପାରେ । କହି ରଖୁଛୁ କି, ସର୍ବପ୍ରଥମେ 2022ରେ ପ୍ରଥମେ ଏୟାରଟେଲ୍‌ ଓ ପରେ ଜିଓ ଦେଶରେ 5ଜି ସେବା ପ୍ରଦାନ କରିଥିଲା ।

ଏହା ବି ପଢନ୍ତୁ
  1. ଭାରତକୁ ଆସିଲା 5.5G ନେଟୱର୍କ; କଣ ଏହି ନେଟୱର୍କ, ଜାଣନ୍ତୁ 5 ଫାଇଦା
  2. 75ଟି ସହରରେ 5G ସେବା ଲଞ୍ଚ କରିବ Vodafone-Idea; ଜିଓଠୁ ମିଳିପାରେ ଶସ୍ତା ପ୍ଲାନ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.