ଭୁବନେଶ୍ବର: ଟାଇଁ ଟାଇଁ ଖରାରୁ ମିଳିବ ତ୍ରାହି । ଅସହ୍ୟ ଖରାରୁ ମିଳିବ ଆଶ୍ବସ୍ତି । ରାଜ୍ୟରେ ରହିଛି ବର୍ଷା ସମ୍ଭାବନା । ଆସନ୍ତା 19ରୁ 20 ତାରିଖର ମଧ୍ୟରେ ରାଜ୍ୟର 7 ଜିଲ୍ଲାରେ ବର୍ଷା ହେବା ନେଇ ସମ୍ଭାବନା ରହିଛି । ଗୋଟେ ଦୁଇଟି ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ସୂଚନା ଦେଇଛି ପାଣିପାଗ କେନ୍ଦ୍ର ।
ଏହି ଜିଲ୍ଲାରେ ହୋଇପାରେ ବର୍ଷା:
ଆସନ୍ତା 19ରୁ 20 ତାରିଖ ମଧ୍ୟରେ ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା କଟକ ଓ ଜଗତସିଂହପୁର ଜିଲ୍ଲାର ଗୋଟେ ଦୁଇଟି ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ସେହିପରି ୨୧ରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଢେଙ୍କାନାଳ ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର ଜିଲ୍ଲାର ଗୋଟେ ଦୁଇଟି ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
![odisha weather update](https://etvbharatimages.akamaized.net/etvbharat/prod-images/14-02-2025/od-bbs-avb-weather-od10039_14022025183642_1402f_1739538402_931.jpg)
2 ଦିନ ଯାଏଁ ଉତ୍ତର ଉପକୂଳ ଓଡ଼ିଶାରେ କୁହୁଡି:
ଆଗକୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୨ ରୁ୩ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବା ସହ ସପ୍ତାହେ ପାଗ ଶୁଖିଲା ରହିବ । ବର୍ତ୍ତମାନ ରାଜ୍ୟରେ କୌଣସି ନିୟାମକ ସକ୍ରିୟ ନଥିବା ବେଳେ ଆସନ୍ତା 5 ଦିନ ପାଇଁ କୌଣସି ଚେତାବନୀ ଜାରି ହୋଇନାହିଁ । ତେବେ ଆସନ୍ତା 2 ଦିନ ଯାଏଁ ଉତ୍ତର ଉପକୂଳ ଓଡ଼ିଶାରେ ମଧ୍ୟମ ଧରଣର କୁହୁଡି ସ୍ଥିତି ଉପୁଜି ପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।
![odisha weather update](https://etvbharatimages.akamaized.net/etvbharat/prod-images/14-02-2025/od-bbs-avb-weather-od10039_14022025183642_1402f_1739538402_542.jpg)
ଆଜିବି ରାଜଧାନୀରେ 35 ଡିଗ୍ରୀ ତାପମାତ୍ରା:
ଗତ 24 ଘଣ୍ଟାରେ ରାଜଧାନୀ ଭୁବନେଶ୍ଵରର ତାପମାତ୍ରା ୩୫ ଡିଗ୍ରୀ ଅତିକ୍ରମ କରିଥିବା ବେଳେ ଆଗାମୀ ଦିନରେ ତାପମାତ୍ରା ବୃଦ୍ଧିର ସଂକେତ ଦେଇଛି ପାଣିପାଗ ବିଭାଗ । ସେହିପରି ଗତକାଲି ରାଜ୍ୟରେ ପାରଳାଖେମୁଣ୍ଡିରେ ସର୍ବାଧିକ ୩୬.8 ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା । ତାତି ସହ ରାଜ୍ୟର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଅନୁଭୂତ ନେଇ ସତର୍କ କରାଇଛି ପାଣିପାଗ କେନ୍ଦ୍ର । ସର୍ବନିମ୍ନ ତାପମାତ୍ରା ଜି ଉଦୟଗିରିରେ 8.4 ରେକର୍ଡ କରାଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର