ଡିସ୍କୋ ଡ୍ୟାନ୍ସରେ ଉଠୁଛି ପଡୁଛି ଥାନା, ଭିଡିଓ ଭାଇରାଲ ପରେ ଥାନା କର୍ମଚାରୀ ନିଲମ୍ବିତ - ଡିସ୍କୋ ଡ୍ୟାନ୍ସରେ ଉଠୁଛି ପଡୁଛି ଝାନସି ଥାନା
🎬 Watch Now: Feature Video
ଲକ୍ଷ୍ନୌ: ଥାନା ଭିତରେ ଡିସ୍କୋ ଡ୍ୟାନ୍ସର ମଜା । ଫୁଲ ମ୍ୟୁଜିକରେ ବାଜୁଛି ଡିସ୍କୋ ଗୀତ ଆଉ ନାଚୁଛନ୍ତି ପୋଲିସ ବାବୁ । ଖାକିରେ ଥାଇ ବି ପୋଷାକର ମର୍ଯ୍ୟାଦା ଭୁଲି ଯାଇଛନ୍ତି ପୋଲିସବାବୁ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଉତ୍ତରପ୍ରଦେଶର ଝାନସି ଥାନାରେ ପୋଲିସ କର୍ମଚାରୀମାନେ ଡ୍ୟାନ୍ସ କରିବା ସହ ଗୁଳି ଚଳାଇଥିବା ଦେଖିବାକୁ ମିଳିଛି । ଏହି ମାମଲାରେ ଝାନସି ଏସପି ଶିବହାରୀ ମୀନାଙ୍କ ସମେତ 9 ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି ।