ନିଆରା ବୋଲ୍ବମ ଭକ୍ତ: ବାହୁଙ୍ଗୀରେ ପତ୍ର, ଫୁଲ ସହ ଲାଗିଛି ସ୍ପକର୍ - ପୁରୀରେ ନିଆରା ବୋଲବମ୍ ଭକ୍ତ
🎬 Watch Now: Feature Video
ପୁରୀ: ପ୍ରଭୁ ଲୋକନାଥଙ୍କ ନିକଟରେ ପହଞ୍ଚିଲେ ନିଆରା ବୋଲବମ୍ ଭକ୍ତ । କାନ୍ଧରେ ବାହୁଙ୍ଗୀ, ଦେହରେ ବୋଲବମ ପୋଷାକ ଓ ବେକରେ ରୁଦ୍ରାକ୍ଷ ମାଳ ପରିଧାନ କରିଛନ୍ତି । ସୁଦୁର ବାଲେଶ୍ୱର ଜିଲ୍ଲାର ବିରୋଧ ଚନ୍ଦ୍ର ମଣ୍ଡଳ ପୁରୀ ଲୋକନାଥ ମନ୍ଦିର ଆସି ପ୍ରଭୁ ଲୋକନାଥଙ୍କ ନିକଟରେ ଜଳଲାଗି କରିଛନ୍ତି। l କାନ୍ଧରେ ଥିବା ବାହୁଙ୍ଗୀରେ ପତ୍ର, ଫୁଲ, ମହାଦେବଙ୍କ ଫଟୋ ଓ ସ୍ପିକରରେ ଶିବଙ୍କ ଭଜନ ଭଜାଇ ନୃତ୍ୟରେ ମସ୍ଗୁଲ୍ ଥିଲେ ଏହି ବୋଲ୍ବମ୍ ଶ୍ରଦ୍ଧାଳୁ । ଏହି ଦୃଶ୍ୟ ଦେଖିବାକୁ ଲୋକନାଥ ମନ୍ଦିରରେ ଅନେକ ଭକ୍ତଙ୍କ ଭିଡ଼ ଜମିଥିଲା । ଏଭଳି ନିଆରା ଢଙ୍ଗରେ ବୋଲ୍ବମ୍ ଭକ୍ତ ଜଣଙ୍କ ପୁରୀ ଆସି ଜଳଲାଗି କରିଛନ୍ତି । ଇଟିଭି ଭାରତ, ପୁରୀ