ETV Bharat / bharat

ଭାଲେଣ୍ଟାଇନସ ଡେ’: ପ୍ରେମକୁ ବିରୋଧ କରି ମାରିଦେଇଥିଲେ ଏବେ ପୂଜା କରୁଛନ୍ତି - VALENTINES DAY 2025

ପ୍ରେମୀ ଯୁଗଳ ଏବେ ପ୍ରେମ ସପ୍ତାହ ପାଳିବାରେ ବ୍ୟସ୍ତ । କିନ୍ତୁ ଝିଟକୁ ମିଟକିଙ୍କ ପ୍ରେମ କାହାଣୀ ସବୁଠୁ ଭିନ୍ନ ଅନନ୍ୟ ।

ଝିଟକୁ ମିଟକି ଲଭଷ୍ଟୋରୀ
ଝିଟକୁ ମିଟକି ଲଭଷ୍ଟୋରୀ (ETV Bharat)
author img

By ETV Bharat Odisha Team

Published : Feb 14, 2025, 6:59 PM IST

ବସ୍ତର: ଆଜିର ସମୟରେ ପ୍ରେମ ଠୁ ଅଧିକ ବିଚ୍ଛେଦ କାହାଣୀ ଅଧିକ ଶୁଣିବାକୁ ମିଳୁଛି । ତେବେ ପ୍ରକୃତ ପ୍ରେମର ସଜ୍ଞା କଣ ? ଏକଥା ସାମନାକୁ ଆସିଲେ ଛତିଶଗଡର ଝିଟକୁ ମିଟକିଙ୍କ ନାଁ ନିଶ୍ଚିତ ନିଆଯାଇଥାଏ । ବସ୍ତରର ଏହି ପ୍ରେମ ଯୋଡି ନିଜ ପ୍ରେମ ପାଇଁ ଜୀବନ ଦେଇ ଅମର ହୋଇଯାଇଛନ୍ତି । ଆଜିର ସମୟରେ ପ୍ରେମୀଯୁଗଳ ପରସ୍ପର ସହ ସାରା ଜୀବନ କାଟିବା ପାଇଁ ଝିଟକୁ ମିଟକିଙ୍କ ଆଶୀର୍ବାଦ ନେଇଥାନ୍ତି । ପ୍ରେମର ପ୍ରତୀକ ଭାବେ ସେମାନଙ୍କ ମୂର୍ତ୍ତିକୁ ନିଜ ପାଖରେ ରଖନ୍ତି । ଆମେ ଆଜି ଆପଣଙ୍କୁ କହିବୁ ଛତିଶଗଡର ଝିଟକୁ ମିଟକିଙ୍କ ଅନନ୍ୟ ପ୍ରେମ କାହାଣୀ ।

ଝିଟକୁ ମିଟକି ଲଭଷ୍ଟୋରୀ
ଝିଟକୁ ମିଟକି ଲଭଷ୍ଟୋରୀ (ETV Bharat)

ବସ୍ତରର ଏହ ଝିଟକୁ ମିଟକିଙ୍କ ପ୍ରେମ କାହାଣୀକୁ ମନେ ରଖି ଏବେର ଯୁଗରେ ଲୋକେ ଧାତୁକଳାର ନିର୍ମାଣ ହେଉଛି । ସେମାନଙ୍କ ସ୍ମୃତିରେ ମେଳା ଆୟୋଜନ ହେଉଛି । ଏଥିରେ ତାଙ୍କୁ ରାଜା ରାଣୀ ରୂପେ ସମ୍ବୋଧନ କରାଯାଉଛି । ଝିଟକୁ ମିଟକିଙ୍କୁ ନେଇ ଏକ ଛତିଶଗଡ ଫିଲ୍ମ ନିର୍ମାଣ କରାଯାଇଛି । ପ୍ରେମ ଦିବସ ଉପଲକ୍ଷେ ଫେବୃଆରୀ 7ରେ ଏହି ଫିଲ୍ମ ରିଲିଜ ହୋଇଛି ।

  • ଝିଟକୁ ମିଟକି କିଏ ?

ବସ୍ତରରେ ଅବିନାଶ ପ୍ରସାଦ ଝିଟକୁ ମିଟକୁଙ୍କ କାହାଣୀ କହିଛନ୍ତି । ସେ କହିଛନ୍ତି ଯେ କୋଡାଗାଓଁ ଜିଲ୍ଲା ମୁଖ୍ୟାଳୟରୁ 50 ରୁ 60 କିଲୋମିଟର ଦୂରରେ ବିଶ୍ରାମପୁରୀ ମାର୍ଗରେ ଏକ ପେଣ୍ଡ୍ରାବନ ଗାଓଁ ରହିଛି । ମିଟକି ଏହି ଗାଁରେ ରହୁଥିଲା । ମିଟକିର ସାତଜଣ ଭାଇ ଥିଲେ । ସାତ ଭାଇଙ୍କ ଏକମାତ୍ର ଗେହ୍ଲୀ ଭଉଣୀ ଥିଲା ମିଟକି । କିଛି ବର୍ଷ ପରେ ରେ ଗାଁରେ ଏକ ମେଳାର ଆୟୋଜନ ହେଲା । ଏହି ମେଳାରେ ମିଟକି ଝିଟକୁକୁ ଦେଖିଥିଲା । ପ୍ରଥମ ଦେଖାରେ ଉଭୟ ଉଭୟଙ୍କୁ ଭଲ ପାଇ ବସିଥିଲେ ।

ଝିଟକୁ ମିଟକି ଲଭଷ୍ଟୋରୀ
ଝିଟକୁ ମିଟକି ଲଭଷ୍ଟୋରୀ (ETV Bharat)
  • ସାତଭାଇ ଘରଜ୍ବାଇଁ ହେବାକୁ ସର୍ତ୍ତ ରଖିଲେ

ଝିଟକୁ ପଡୋଶୀ ଗାଁରେ ରହୁଥିଲା । ଗାଁ ପାଖରେ ରହୁଥିବାରୁ ପ୍ରତିଦିନ ଭେଟୁଥିଲେ ପ୍ରେମୀ ଯୁଗଳ । ପ୍ରେମପକ୍ଷୀଙ୍କ ପ୍ରେମ ଆକାଶରେ ଉଡି ବୁଲୁଥିଲା । ଦୁହେଁ ପରସ୍ପର ସହ ଜୀଇଁବା ମରିବା ପାଇଁ ନିଷ୍ପତ୍ତି ନେଇଥିଲେ । ମିଟକିଙ୍କ ଭାଇମାନଙ୍କୁ ଭେଟି ତାଙ୍କ ହାତ ମାଗିଥିଲେ ଝିଟକୁ । ମିଟକିଙ୍କ ଭାଇମାନେ ଘରଜ୍ବାଇଁ ହେବା ପାଇଁ ଝିଟକୁ ନିକଟରେ ସର୍ତ୍ତ ରଖିଥିଲେ । ଝିଟକୁର ପରିବାରରେ କେହି ନଥିବାରୁ ସେ ମଧ୍ୟ ଘରଜ୍ବାଇଁ ହୋଇ ରହିବାକୁ ରାଜି ହୋଇଯାଇଥିଲା । ଏହିଭଳି ଭାବେ ଉଭୟଙ୍କ ବିବାହ ସମ୍ପର୍ନ୍ନ ହୋଇଥିଲା । ଝିଟକୁ ମିଟକି ପାଇଁ ଗାଁରେ ହିଁ ଏକ ଅଲଗା ମାଟି ଘର ତିଆରି କରିଥିଲା । ଦୁହିଁଙ୍କ ହସଖୁସିର ସଂସାର ଏହି ଘରୁ ଆରମ୍ଭ ହୋଇଥିଲା । କିନ୍ତୁ ମିଟକି ଅନ୍ୟ ଏକ ଘରେ ରହୁଥିବାରୁ ଏହି କଥା ଭାଇମାନଙ୍କୁ ପସନ୍ଦ ଆସୁନଥିଲା ।

ଝିଟକୁ ମିଟକି ଲଭଷ୍ଟୋରୀ
ଝିଟକୁ ମିଟକି ଲଭଷ୍ଟୋରୀ (ETV Bharat)

ଏହାରି ମଧ୍ୟରେ ଗାଁରେ ଅକାଳ ପଡିଲା । ଅଚାନକ ଗାଁର ଏକମାତ୍ର ପୋଖରୀ ଶୁଖିଗଲା । ଗାଁ ଲୋକେ ଏହାର କାରଣ ଖୋଜିବା ଆରମ୍ଭ କଲେ । ଗାଁକୁ ତାନ୍ତ୍ରିକ ଡକାଗଲା । ତାନ୍ତ୍ରିକ କହିଥିଲା ଯେ ପୋଖରୀରେ ନର ବଳି ଦେଲେ ଏହାର ପାଣି ଶୁଖିବନି । ସବୁଦିନ ପାଇଁ ପୋଖରୀରେ ପାଣି ଭରି ରହିବ । ଗାଁର ବାହାର ବ୍ୟକ୍ତିଙ୍କ ନରବଳି ଦେବାକୁ ପଡିବ । ଏହାପରେ ଗ୍ରାମବାସୀ ସାତ ଭାଇଙ୍କୁ ଝିଟକୁ ବିଷୟରେ କହିଥିଲେ । ସେମାନେ ସବୁବେଳେ ଝିଟକୁକୁ ନରବଳି ଦେବା ପାଇଁ ସାତଭାଇଙ୍କୁ ଉସକାଇଥିଲେ । ଏହା କରିବା ଦ୍ବାରା କେବଳ ଗାଁରେ ପୋଖରୀ ପୂର୍ଣ୍ଣ ହେବନି ବରଂ ଆଖପାଖ ଅଞ୍ଚଳରେ ସେମାନେ ଲୋକପ୍ରିୟ ହୋଇଯିବେ ।

  • ସାତ ଭାଇ ମିଶି ଝିଟକୁକୁ କଲେ ହତ୍ୟା

ଏକଦା ଗାଁରେ ପ୍ରବଳ ବର୍ଷା ହେଉଥିଲା । ଏହାର ସୁଯୋଗ ନେଇ ସାତ ଭାଇ ମିଶି ପୋଖରୀ କୂଳରେ ଝିଟକୁକୁ ହତ୍ୟା କରିଥିଲେ । ଏପଟେ ଅପେକ୍ଷା କରିତିବ ମିଟକି ସେମିତି ଝିଟକୁର ଅପେକ୍ଷାରେ ରହିଥିଲା । ପରଦିନ ଖୋଜି ଖୋଜି ମିଟକି ପୋଖରୀ କୂଳରେ ପହଞ୍ଚିଥିଲା । ପୋଖରୀର କାଦୁଅରେ ଝିଟକୁ ଶବ ଦେଖିଥିଲା ମିଟକି । ଝିଟକୁର ବିୟୋଗ ସହି ପାରିନଥିଲା ମିଟକି । ସେ ମଧ୍ୟ ପୋଖରୀ କୂଳରେ ନିଜ ଜୀବନ ଦେଇ ଦେଇଥିଲା ।

ଝିଟକୁ ମିଟକି ଲଭଷ୍ଟୋରୀ
ଝିଟକୁ ମିଟକି ଲଭଷ୍ଟୋରୀ (ETV Bharat)

ବସ୍ତରର ଜଣାଶୁଣା ପତ୍ରକାର ଅବିନାଶ ପ୍ରସାଦ କହିଛନ୍ତି ମିଟକିକୁ ଗପା ଦେବୀ ବି କୁହାଯାଏ । ଏହା ପଛର ମାନ୍ୟତା ରହିଛି ଯେ ଯେତେବେଳେ ମିଟକି ଝିଟକୁକୁ ଖୋଜି ପୋଖରୀ କୂଳରେ ପହଞ୍ଚିଥିଲା ତା ପାଖରେ ଗପା ଅର୍ଥାତ ଏକ ଟୋକେଇ ଥିଲା । ଏଥିପାଇଁ ତାଙ୍କୁ ଗପା ଦେବୀ କୁହାଯାଏ । ସେହିପରି ଝିଟକୁର ମୃତଦେହ ଯେଉଁଠୁ ମିଳିଥିଲା ସେଠାରେ ଖୋଡିଆ ଦେବଙ୍କ ଏକ କଣ୍ଢେଇ ପଡିଥିଲା । ସେଥିପାଇଁ ତାଙ୍କୁ ଖୋଡିଆ ରାଜା କୁହାଯାଏ ।

  • ବେଲ୍‌ ମେଟାଲରେ ଝିଟକୁ ମିଟକିର ମୂର୍ତ୍ତି

ବସ୍ତର ବଜାରରେ ବିକ୍ରି ହୁଏ ଝିଟକୁ ମିଟକିଙ୍କ କଣ୍ଢେଇ । ସେମାନଙ୍କ ଶାଶ୍ବତ ପ୍ରେମ ଯୋଗୁଁ ଆଜି ବି ଲେୋକେ ତାଙ୍କୁ ପ୍ରେମ ଦେବତା ଭାବେ ପୂଜା କରଛନ୍ତି । ତାଙ୍କ ନାଁରେ ମେଳା ମହୋତ୍ସବ ହେଉଛି । ଏଠାରେ ଯେତେବେଳେ ଶାଶ୍ବତ ପ୍ରେମ କଥା ସାମନାକୁ ଆସେ ଲୋକେ ଝିଟକୁ ମିଟକିର ଉଦାହରଣ ଦେବାକୁ ଭୁଲନ୍ତି ନାହିଁ । ଏଠାରେ ପାରମ୍ପରିକ କଳାକାର ବେଲ ମେଟାଲରେ ଝିଟକୁ ମିଟକିର ମୂର୍ତ୍ତି ତିଆରି କରୁଛନ୍ତି । ଯାହାକୁ ଦେଶ ବିଦେଶର ଲୋକେ ବସ୍ତରରୁ କିଣି ନେଉଛନ୍ତି।

ଏହା ମଧ୍ୟ ପଢନ୍ତୁ ପ୍ରେମ ସପ୍ତାହ: ଗୋଲାପରୁ ଆରମ୍ଭ, ସାତ ଦିନରେ ସମ୍ପର୍କର ସାତ ନୂଆ କାହାଣୀ

ଏହା ମଧ୍ୟ ପଢନ୍ତୁ ଭଲ ପାଇବ ତ ଏମିତି: ଭାଲେଣ୍ଟାଇନ ସପ୍ତାହରେ ନୀତୀଶ-ମଞ୍ଜୁଙ୍କ ଅଭୁଲା ପ୍ରେମ କାହାଣୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.