ହାଇଦ୍ରାବାଦ: ଭାରତୀୟ ରାଜନୀତିରେ 'ମାଗଣା ଯୋଜନା' ଏକ ସାଧାରଣ ବିଷୟ ହୋଇଗଲାଣି । ସମସ୍ତ ରାଜନୈତିକ ଦଳ ଜନତାଙ୍କୁ ପ୍ରତିଶ୍ରୁତି ଦେଇ ସମର୍ଥନ ସାଉଣ୍ଟି ଥାଆନ୍ତି । ଏସବୁର ଆରମ୍ଭ ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ଭଳି ଦକ୍ଷିଣ ରାଜ୍ୟମାନଙ୍କରୁ ହୋଇଥିଲା । ହେଲେ ବର୍ତ୍ତମାନ ଏହି ପନ୍ଥାକୁ ସମସ୍ତ ରାଜ୍ୟ ଆପଣାଇଛନ୍ତି । ମହାରାଷ୍ଟ୍ର 2024 ବିଧାନସଭା ନିର୍ବାଚନରୁ ନେଇ 2025 ଦିଲ୍ଲୀ ବିଧାନସଭା ନିର୍ବାଚନ ଯାଏଁ ସମସ୍ତ ରାଜନୈତିକ ଦଳ ଦୀର୍ଘକାଳିନ ଅର୍ଥ ବ୍ୟବସ୍ଥା ନେଇ ଅସଂଖ୍ୟ ପ୍ରତିଶ୍ରୁତି ଦେଇଛନ୍ତି ।
ମାଗଣା ଉପହାର ଟ୍ରେଣ୍ଡର ଆର୍ବିଭାବ ଓ ପ୍ରସାର:
ନଗଦ ଅନୁଦାନ ଏବଂ ମାଗଣା ବିଦ୍ୟୁତରୁ ଆରମ୍ଭ କରି ଘର ଉପକରଣ ଏବଂ ବେକାରୀ ଭତ୍ତା ପର୍ଯ୍ୟନ୍ତ ଜନସାଧାରଣଙ୍କୁ ଯୋଜନା ଭେଟି ଦେବାର ଅଭ୍ୟାସ ଏକ ପ୍ରମୁଖ ନିର୍ବାଚନ ରଣନୀତି ହୋଇଯାଇଛି । ମହାରାଷ୍ଟ୍ରରେ 2024 ନିର୍ବାଚନ ବେଳେ ବିଭିନ୍ନ ଦଳ କରିଥିବା ମାଗଣା ରାସନ ଯୋଜନା, ଋଣ ଛାଡ, ସବସିଡିଯୁକ୍ତ ଗ୍ୟାସ ସିଲିଣ୍ଡର ପ୍ରଦାନ ଏବଂ ଲୋକଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଦେବା ଭଳି ପ୍ରତିଶ୍ରୁତି ଦିଆଯାଇଛି । ସେହିପରି ଦିଲ୍ଲୀ 2025 ନିର୍ବାଚନରେ ମାଗଣା ପରିବହନ ବ୍ୟବସ୍ଥା ଭଳି ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ପ୍ରତିଶ୍ରୁତି ଦେଇଥିଲେ ପ୍ରମୁଖ ରାଜନୈତିକ ଦଳ । ଏହି ଧାରା 2024 ସାଧାରଣ ନିର୍ବାଚନରେ ମଧ୍ୟ ଦେଖିବାକୁ ମିଳିଥିଲା । ଜାତୀୟରୁ ଆରମ୍ଭ କରି ଆଞ୍ଚଳିକ ଦଳ ସବୁ ଜନସାଧାରଣଙ୍କୁ ମାଳ ମାଳ ପ୍ରତିଶ୍ରୁତି ଦେଇଥିଲେ ।
![FREEBIES COMPETITION](https://etvbharatimages.akamaized.net/etvbharat/prod-images/14-02-2025/23546005_2.jpg)
ତିନି ବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି 'ମାଗଣା ବଣ୍ଟନ' ଟ୍ରେଣ୍ଡକୁ ନେଇ ତୀବ୍ର ସମାଲୋଚନା କରିଥିଲେ । ହେଲେ ଏହାର ବର୍ଷେ ଭିତରେ ବିଜେପି ନିଜେ ସମାନ ପ୍ରଣାଳୀ ଆପଣାଇଲା । ବିଶେଷକରି ଉତ୍ତରପ୍ରଦେଶ ଏବଂ ଅନ୍ୟାନ୍ୟ ରାଜ୍ୟରେ ନିର୍ବାଚନ ସମୟରେ ସବସିଡି ଏବଂ ପ୍ରତ୍ୟକ୍ଷ ନଗଦ ସୁବିଧା ପ୍ରଦାନ କରିଥିଲା । ନିର୍ବାଚନ ସମୟରେ ଅନ୍ୟ ଦଳମାନଙ୍କ ସହ ତାଳ ଦେବାକୁ ଏହି ରଣନୀତି ବାଧ୍ୟ କରିଥାଏ । ହେଲେ ରାଜନୈତିକ ଦଳମାନଙ୍କର ଏପରି ନୀତି ଦେଶ ପାଇଁ ବିପଦ ଆଣିପାରେ ।
![FREEBIES COMPETITION](https://etvbharatimages.akamaized.net/etvbharat/prod-images/14-02-2025/23546005_1.png)
ଆର୍ଥିକ ପରିଣାମ: ଋଣ ଏବଂ ଅସ୍ଥାୟୀ ଖର୍ଚ୍ଚ
ପଞ୍ଜାବ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଏବଂ ପଶ୍ଚିମବଙ୍ଗ ପରି ରାଜ୍ୟ ଗୁଡିକ ବହୁ ଫ୍ରିବିଜ୍( Freebies) ପ୍ରଦାନ ପାଇଁ ଜଣାଶୁଣା । ଯେଉଁ ରାଜ୍ୟମାନେ ଏବେ ଆର୍ଥିକ ଅଭାବର ସାମନା କରୁଛନ୍ତି । ଗତ ଦଶନ୍ଧି ମଧ୍ୟରେ ଆର୍ଥିକ ଅବ୍ୟବସ୍ଥା ବିଷୟରେ ନେଇ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ କ୍ଷମତାରେ ଥିବା ରାଜନୈତିକ ଦଳ ଉପରେ ଆର୍ଥିକ ବୋଝ କ୍ରମାଗତ ଭାବରେ ବୃଦ୍ଧି ପାଉଛି । ନୀତି ଆୟୋଗଙ୍କ ଆର୍ଥିକ ସ୍ବାସ୍ଥ୍ୟ ସୂଚକାଙ୍କ (FHI) ଅନୁଯାୟୀ, ଅଧିକ ଫ୍ରିବିଜ୍ ବଣ୍ଟନ କରିବାରେ ଏକ ମାପଦଣ୍ଡ ରହିଛି । ଏହି ଖର୍ଚ୍ଚ ପାଇଁ ପାଣ୍ଠି ଯୋଗାଇବାକୁ ରାଜ୍ୟଗୁଡ଼ିକୁ ଋଣ ଜାଲରେ ଫସିବାକୁ ପଡୁଛି ।
ଆର୍ଥିକ ଦାୟିତ୍ବବୋଧ:
ନିକଟରେ ଅର୍ଥନୈତିକ ଏବଂ ସାମାଜିକ ଅଧ୍ୟୟନ କେନ୍ଦ୍ର( Fiscal Federalism at the Centre for Economic and Social Studies)ରେ ଏକ ବକ୍ତବ୍ୟରେ ପୂର୍ବତନ ଆରବିଆଇ ଗଭର୍ଣ୍ଣର ଡି ସୁବାରାଓ ଏହି ଫ୍ରିବି ସଂସ୍କୃତିକୁ ନିୟନ୍ତ୍ରଣ କରିବା ପାଇଁ ଆଚରଣ ସଂହିତାର ପରାମର୍ଶ ଦେଇଥିଲେ । ଆର୍ଥିକ ଦାୟିତ୍ବବୋଧ ଏବଂ ବଜେଟ୍ ପରିଚାଳନା (FRBM) ଅଧିନିୟମ ପରି ଏକ ବାଧ୍ୟତାମୂଳକ ଢାଞ୍ଚା ଜରୁରୀ ଅଟେ । କୌଣସି ଦଳ ସ୍ବେଚ୍ଛାକୃତଭାବେ ଅତ୍ୟଧିକ ପ୍ରତିଶ୍ରୁତି ଘୋଷଣା କରିବାକୁ ମନା ନାହିଁ । କିନ୍ତୁ ଆଇନଗତ ଭାବରେ କାର୍ଯ୍ୟକାରୀ ଆଚରଣ ସଂହିତା ଦ୍ବାରା ନିଶ୍ଚିତ ହୋଇପାରିବ ଯେ ନିର୍ବାଚନରେ ଦିଆଯାଉଥିବା ପ୍ରତିଶ୍ରୁତି ଆର୍ଥିକ ଦୃଷ୍ଟିରୁ କେତେ ସକ୍ଷମ ଏବଂ ସ୍ଥାୟୀ ।
ଫ୍ରିବିଜରୁ ଆତ୍ମନିର୍ଭରଶୀଳତା:
ଚୀନର ଜଣେ ଦାର୍ଶନିକ ଲାଓ ଜୁ କହିଛନ୍ତି, "ଜଣେ ବ୍ୟକ୍ତିଙ୍କୁ ଏକ ମାଛ ଦିଅନ୍ତୁ । ସେ ତାକୁ ଗୋଟିଏ ଦିନରେ ଖାଇଦେବେ । ହେଲେ ଯଦି ଆପଣ ସେହି ବ୍ୟକ୍ତିଙ୍କୁ ମାଛ ଧରିବା ଶିଖାନ୍ତି ତେବେ ସେ ଜୀବନ ସାରା ମାଛ ଖାଇପାରିବ ।" ତେଣୁ ଆମକୁ ଅସ୍ଥାୟୀ ଦାନ ବଦଳରେ କ୍ଷଣସ୍ଥାୟୀ ପ୍ରତିକାର ଓ ରୋଜଗାର ସୃଷ୍ଟି କରିବା ଉପରେ ବିଶେଷ ଭାବରେ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି । ଦେଶର ଭବିଷୟତକୁ ସୁରକ୍ଷିତ କରିବା ପାଇଁ ସବୁ ରାଜନୈତିକ ଦଳମାନଙ୍କୁ ଏବେ ନିଜ ରଣନୀତି ଉପରେ ପୁନର୍ବିଚାର କରିବାର ସମୟ ଆସିଛି ।
ଏହା ବି ପଢନ୍ତୁ...Opinion: ବଜେଟ ୨୦୨୫: ଆଶା, ଅଭିବୃଦ୍ଧି ଓ ଚିନ୍ତା
ଏହା ବି ପଢନ୍ତୁ...Opinion: ପଦ୍ମ ଲହରରେ ଚାଲିଲାନି ଝାଡୁ, ଆପ୍ ହାତରୁ ଗଲା ଦିଲ୍ଲୀ କ୍ଷମତା ଡୋରି