ସିସିଟିଭିରେ କଏଦ ହେଲା ଲାଇଭ ଦୁର୍ଘଟଣାର ଦୃଶ୍ୟ

By

Published : Jun 10, 2022, 2:20 PM IST

thumbnail
ପାଟଣା: ବିହାରର ବୋତିଆରେ ଟ୍ରକ ଓ ବୋଲେରୋ ମୁହାମୁହିଁ ଧକ୍କା । ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି । ଦୁର୍ଘଟଣାର ଲାଇଭ ଚିତ୍ର କ୍ୟାମେରାରେ କଏଦ ହୋଇଛି । ସିସିଟିଭିରେ ଦେଖାଯାଉଛି ଯେ ଏକ ଟ୍ରକ ସାଧାରଣ ବେଗରେ ଯାଉଛି । ସେହି ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ବୋଲେରୋ ଟ୍ରକ ଲାଇନରେ ପ୍ରବେଶ କରି ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ବୋଲେରୋରେ ଥିବା ଡ୍ରାଇଭର ସମେତ ଦୁଇଜଣଙ୍କ ମୃତ୍ୟୁ ଘଟିଛି । ଡ୍ରାଇଭର ଜଣକଙ୍କ ଅସାବଧାନତା ଯୋଗୁଁ ଦୁର୍ଘଟଣା ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ଅନ୍ୟପଟେ ରାସ୍ତାରେ ଯାଉଥିବା ଜଣେ ସାଇକେଲ ଚାଳକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛନ୍ତି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.