ETV Bharat / bharat

Train Hits LPG Cylinder: ଟ୍ରାକରେ ରଖା ଯାଇଥିବା ଗ୍ୟାସ ସିଲିଣ୍ଡରକୁ ଧକ୍ଦା ଦେଲା ଏକ୍ସପ୍ରେସ ଟ୍ରେନ୍‌, ଅଳ୍ପକେ ଟଳିଲା ବଡ ଦୁର୍ଘଟଣା - Major Accident Averted

author img

By ETV Bharat Odisha Team

Published : Sep 9, 2024, 11:11 AM IST

Updated : Sep 9, 2024, 11:48 AM IST

Train Hits LPG Cylinder: ଦୁର୍ବୃତ୍ତଙ୍କ ବିକୃତ ମାନସିକତା । ରେଳ ଦୁର୍ଘଟଣା ଯୋଜନାରେ ଧାରଣାରେ ଖଞ୍ଜା ଯାଇଥିବା ଗ୍ୟାସ ସିଲିଣ୍ଡର । ଧକ୍କା ଦେଲା ଏକ୍ସପ୍ରେସ୍‌ ଟ୍ରେନ୍‌ । ପୋଲିସ ଓ ‘ଆରପିଏଫ’ର ତଦନ୍ତ ଜାରି । ଅଧିକ ପଢନ୍ତୁ

Train Hits LPG Cylinder: ବିକୃତ ମାନସିକତା, ଧାରଣାରେ ଖଞ୍ଜା ଯାଇଥିବା ଗ୍ୟାସ ସିଲିଣ୍ଡରକୁ ଧକ୍ଦା ଦେଲା ଟ୍ରେନ, ଅଳ୍ପକେ ବର୍ତ୍ତିଲା ବଡ ଦୁର୍ଘଟଣା
Train Hits LPG Cylinder: ବିକୃତ ମାନସିକତା, ଧାରଣାରେ ଖଞ୍ଜା ଯାଇଥିବା ଗ୍ୟାସ ସିଲିଣ୍ଡରକୁ ଧକ୍ଦା ଦେଲା ଟ୍ରେନ, ଅଳ୍ପକେ ବର୍ତ୍ତିଲା ବଡ ଦୁର୍ଘଟଣା (ETV Bharat Odisha)

ଲକ୍ଷ୍ନୌ: ବଡ ଦୁର୍ଘଟଣା ଘଟାଇବାକୁ ରଚା ଯାଇଥିବା ଅଭିନବ ଷଡଯନ୍ତ୍ର । ରେଳ ଧାରଣାରେ ରଖାଯାଇଥିଲା ଗ୍ୟାସ ସିଲିଣ୍ଡର । ଫଳରେ ଦ୍ରୁତଗାମୀ ଟ୍ରେନଟି ସିଲିଣ୍ଡରକୁ ଧକ୍କା ମଧ୍ୟ ଦେଇଥିଲା । ହେଲେ ସିଲିଣ୍ଡରଟି ବିସ୍ଫୋରଣ ନହୋଇ ଧାରାଣା ପାର୍ଶ୍ବକୁ ଛିଟିକି ପଡିବାରୁ ଅଳ୍ପକେ ଏକ ଆସନ୍ନ ଅଘଟଣ ଟଳିଯାଇଛି । ଏପରି ଏକ ଅଭାବନୀୟ ଘଟଣା ଉତ୍ତର ପ୍ରଦେଶ କାନପୁରରେ ଦେଖିବାକୁ ମିଳିଛି । ରେଳ ସୁରକ୍ଷା ବଳ ଓ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସିଲିଣ୍ଡର ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି । ଦୁର୍ବୃତ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସ୍ଥାନୀୟ ପୋଲିସ କହିଛି ।

  • ସିଲିଣ୍ଡରକୁ ଧକ୍କା ଦେଲା କାଳିନ୍ଦୀ ଏକ୍ସପ୍ରେସ
    ଧାରଣାରେ ଖଞ୍ଜା ଯାଇଥିବା ଗ୍ୟାସ ସିଲିଣ୍ଡରକୁ ଧକ୍ଦା ଦେଲା ଟ୍ରେନ
    ଧାରଣାରେ ଖଞ୍ଜା ଯାଇଥିବା ଗ୍ୟାସ ସିଲିଣ୍ଡରକୁ ଧକ୍ଦା ଦେଲା ଟ୍ରେନ (ETV Bharat Odisha)

ସୂଚନା ଅନୁସାରେ, ଗତକାଲି (ରବିବାର) ବିଳମ୍ବିତ ସନ୍ଧ୍ୟାରେ ପ୍ରୟାଗରାଜ-ଭବାନୀ ‘କାଳିନ୍ଦୀ ଏକ୍ସପ୍ରେସ’ କାନପୁରରର ଅନୱାରଗଞ୍ଜ-କସଗଞ୍ଜ ରୁଟରେ ଯାତ୍ରା କରୁଥିଲା । ରେଳ ଧାରଣାରେ ଏକ ଗ୍ୟାସ ସିଲିଣ୍ଡର ରଖାଯାଇଥିଲା । ହେଲେ ବେଗ ଅଧିକ ଥିବା କାରଣରୁ ଲୋକୋ-ପାଇଲଟ ଟ୍ରେନ ରୋକି ପାରିନଥିଲେ । ଟ୍ରେନଟି ସିଲିଣ୍ଡକୁ ଧକ୍କା ଦେଇଥିଲା । ସିଲିଣ୍ଡରଟି ଧାରଣା ପାର୍ଶ୍ବରୁ ଛିଟିକି ପଡିଥିଲେ ସୁଦ୍ଧା ବିସ୍ଫୋରଣ ହୋଇନଥିଲା । ଏ ସମ୍ପର୍କରେ ଲେକୋ-ପାଇଲଟ ତୁରନ୍ତ ନିକଟସ୍ଥ ଷ୍ଟେସନ ଓ ରେଳବାଇ ପୋଲିସକୁ ଅବଗତ କରିଥିଲେ ।

  • ଘଟଣାସ୍ଥଳରେ ‘ଆରପିଏଫ’:-

ସୂଚନା ପାଇବା ମାତ୍ରେ ‘ଆରପିଏଫ’ ଇନ୍ସପେକ୍ଟର ଓ.ପି ମୀନାଙ୍କ ନେତୃତ୍ବରେ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ସିଲିଣ୍ଡରକୁ ଜବତ କରିଛନ୍ତି । ସେଥିରେ ପୁରା ମାତ୍ରାରେ ଗ୍ୟାସ ମଧ୍ୟ ରହିଛି । ତେଣୁ କେହି ଦୁର୍ବୃତ୍ତ ରେଳ ଦୁର୍ଘଟଣାଗ୍ରସ୍ତ କରିବା ଉଦ୍ଦେଶ୍ୟରେ ଏପରି କରିଥିବାର ସ୍ପଷ୍ଟ ଅନୁମାନ ସହ ପୋଲିସ ତଦନ୍ତ ଆରମ୍ଭ କରିଛି । ଉକ୍ତ ସ୍ଥାନକୁ ସିଲିଣ୍ଡର କେମିତି ଓ କେଉଁ ମାଧ୍ୟମରେ ଆସିଲା, ସେନେଇ ତଦନ୍ତ କରାଯାଇ ଦୁର୍ବୃତ୍ତକୁ ଠାବ କରିବା ପାଇଁ ପ୍ରୟାସ କରାଯାଉଛି । ତେବେ ଆସନ୍ନ ଦୁର୍ଘଟଣା ଟଳିବା ସମସ୍ତଙ୍କୁ ଆଶ୍ବସ୍ତ କରିଛି ।

ଏହା ମଧ୍ୟ ପଢନ୍ତୁ :-Kolkata Rape-Murder Case: ଆମେରିକା-ୟୁରୋପ ସମେତ 25 ଦେଶର 130 ସହରରେ ହେଲା ପ୍ରତିବାଦ, ଆଜି ସର୍ବୋଚ୍ଚ କୋର୍ଟରେ ଶୁଣାଣି - SC to hear today

ନିକଟ ଅତୀତରେ ଏକାଧିକ ସ୍ଥାନରେ ଏପରି ଷଡଯନ୍ତ୍ରର ଖବର ମିଳିଛି । କିଛି ସ୍ଥାନରେ ଦୁର୍ବୃତ୍ତମାନେ ଟ୍ରେନକୁ ଲାଇନଚ୍ୟୁତ କରିବା ପାଇଁ ମଧ୍ୟ ଧାରଣାରେ ବଡ ପଥର ଖଣ୍ଡ ଓ ଲୁହା ରଡ ରଖିଥିବାର ଖବର ସାମ୍ନାକୁ ଆସିଥିଲା । ହେଲେ ସୌଭାଗ୍ୟବଶତଃ କୌଣସି ଅଘଟଣ ଘଟିନଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 9, 2024, 11:48 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.