ETV Bharat / bharat

AIକୁ ସଠିକ ଭାବେ ଉପଯୋଗ କଲେ, ଏହା ସୁଯୋଗ ପାଲଟିବ: ରାହୁଲ ଗାନ୍ଧୀ - Rahul Gandhi shares views on AI

author img

By ANI

Published : Sep 9, 2024, 10:55 AM IST

Rahul Gandhi On AI: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ AI ନେଇ ଆମେରିକାରେ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି । ଏଆଇ ଚାକିରି ଛଡ଼ାଇନେବ ପ୍ରସଙ୍ଗରେ ରାହୁଲ କହିଛନ୍ତି AIକୁ ସଠିକ ଭାବେ ଉପଯୋଗ କଲେ, ଏହା ସୁଯୋଗ ପାଲଟିବ । ଅଧିକ ପଢନ୍ତୁ

Rahul Gandhi shares views on AI
Rahul Gandhi shares views on AI (ETV Bharat)

ୱାଶିଂଟନ: ଯେତେବେଳେ ଦୁନିଆକୁ କୌଣସି ନୂଆ ଟେକ୍ନୋଲୋଜି ଆସେ, ସେତେବେଳେ ଚର୍ଚ୍ଚା ହୁଏ କି ଏହା ଚାକିରି ଖାଇୟିବ । ହେଲେ ସେପରି ବାସ୍ତବରେ ହୁଏ ନାହିଁ । ଏହା କିଛି ଲୋକଙ୍କଠାରୁ ଚାକିରି ନେଇ ଅନ୍ୟ ଲୋକଙ୍କୁ ଚାକିରି ଦିଏ । ଆମେରିକାର ଟେକ୍ସାସ ୟୁନିଭର୍ସିଟିରେ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା ସମୟରେ ଏପରି କହିଛନ୍ତି ଲୋକସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ସେ ଏବେ ତିନି ଦିନିଆ ଆମେରିକା ଗସ୍ତରେ ଅଛନ୍ତି ।

'ଭାରତରେ କୌଶଳର କୌଣସି ଅଭାବ ନାହିଁ'

ଏହି କାର୍ଯ୍ୟକ୍ରମରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ କୌଶଳ ସମ୍ବନ୍ଧିତ ଏକ ପ୍ରଶ୍ନ କରାଯାଇଥିଲା । ଏହାର ଉତ୍ତରରେ ରାହୁଲ କହିଥିଲେ, "ଅନେକ ଲୋକ କୁହନ୍ତି ଭାରତରେ କୌଶଳର ସମସ୍ୟା ରହିଛି । ଯେଉଁ ଲୋକଙ୍କ ପାଖରେ କୌଶଳ ଦକ୍ଷତା ଅଛି, ସେମାନଙ୍କୁ ସମ୍ମାନ ମିଳୁନାହିଁ । କିନ୍ତୁ ମୋତେ ଏପରି ଲାଗେ ନାହିଁ । ଭାରତରେ କୌଶଳର କୌଣସି ସମସ୍ୟା ନାହିଁ । ଆମ ଶିକ୍ଷା ପ୍ରଣାଳୀ ଆମର ବ୍ୟବସ୍ଥା ପ୍ରଣାଳୀ ସହିତ ଯୋଡ଼ି ହୋଇନାହିଁ । ଏହି ଦୁଇ ପ୍ରଣାଳୀ ସଂଯୋଗ ହେବା ନିହାତି ଆବଶ୍ୟକ ।"

ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ସମୟରେ ରାହୁଲ ଗାନ୍ଧୀ
ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ସମୟରେ ରାହୁଲ ଗାନ୍ଧୀ (ANI)

AI ଚାକିରି ଛଡ଼ାଇନେବକୁ ନେଇ କଣ କହିଲେ ?

କୃତ୍ରିମ ବୁଦ୍ଧିମତା (AI) ଆଗାମୀ ଦିନରେ ଚାକିରି ଛଡ଼ାଇ ନେବ ବୋଲି ଅନେକ ଦିନ ଧରି ଚର୍ଚ୍ଚା ହେଉଛି । ରାହୁଲ ଗାନ୍ଧୀ ଏହି ପ୍ରସଙ୍ଗ ଉପରେ ନିଜର ମତ ରଖି କହିଛନ୍ତି, "ଯେତେବେଳେ ବି କୌଣସି ନୂଆ ଟେକ୍ନୋଲୋଜି ଆସିଲେ ଏହା ଚାକିରି ଛଡ଼ାଇନେବ ବୋଲି କୁହାଯାଏ । ଯେତେବେଳେ କମ୍ପ୍ୟୁଟର, କାଲକୁଲେଟର ଆସିଥିଲା ସେତେବେଳେ ମଧ୍ୟ ସମାନ କଥା କୁହାଯାଇଥିଲା । ଏହି ନୂଆ ଟେକ୍ନୋଲୋଜି କିଛି ଲୋକଙ୍କ ହାତରୁ ଚାକିରି ଛଡ଼ାଇ ନେଇ ଏହାକୁ ଅନ୍ୟ ଲୋକଙ୍କୁ ଦେଇଥାଏ । କିନ୍ତୁ ଏହି ଟେକ୍ନୋଲୋଜିର ସଠିକ ଉପଯୋଗ କଲେ ଏହା ସୁଯୋଗ ପ୍ରଦାନ କରିବ । ଏହି ନୂତନ ଟେକ୍ନୋଲୋଜିର ନୂଆ ଚାକିରି ସୃଷ୍ଟି ହେବ ।"

ରାହୁଲ ଆହୁରି କହିଛନ୍ତି, " ମୋତେ ଲାଗୁଛି AI ଯୋଗୁଁ ଭାରତରେ IT ଶିଳ୍ପ ଉପରେ ଗମ୍ଭୀର ପ୍ରଭାବ ପଡ଼ିବ । କିନ୍ତୁ ମୋତେ ଲାଗୁନାହିଁ କି ଏହା ବଜାଜ-ସ୍କୁଟର ନିର୍ମାଣରେ କୌଣସି ବାଧା ଉପୁଜାଇବ । ଏଣୁ ଏହା ଭିନ୍ନ ଭିନ୍ନ କ୍ଷେତ୍ରରେ ଭିନ୍ନ ପ୍ରଭାବ ପକାଇଥାଏ । ଏହା କିଛି ଲୋକଙ୍କଠାରୁ ଚାକିରି ଛଡ଼ାଇ ନେଇ ଅନ୍ୟ ଲୋକଙ୍କୁ ହସ୍ତାନ୍ତର କରିଥାଏ । ଯଦି ଏହି ନୂତନ ଟେକ୍ନୋଲୋଜିର ସଠିକ ଉପଯୋଗ ହୁଏ, ତେବେ ଏହା ସୁଯୋଗ ସୃଷ୍ଟି କରିବ । ଯଦି ଏହାର ଦୂରୁପଯୋଗ କରାଯାଏ, ତେବେ ଏହା ସଙ୍କଟ ଆଣିବ । କାରଣ ବିଗତ ଦିନରେ କମ୍ପ୍ୟୁଟର ଭାରତରେ ଲକ୍ଷ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି ।"

ରାହୁଲଙ୍କ ଆମେରିକା ଗସ୍ତ:-

ସୂଚନା ଥାଉ କି ରାହୁଲ ଗାନ୍ଧୀ ରବିବାର ଆମେରିକାର ଟେକ୍ସାସରେ ପହଞ୍ଚିଥିଲେ । ଇଣ୍ଡିଆନ ଓଭରସିଜ କଂଗ୍ରେସର ଚେୟାରମ୍ୟାନ ସ୍ୟାମ ପିଟ୍ରୋଡା ତାଙ୍କୁ ଏୟାରପୋର୍ଟରେ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ । ଏହାପରେ ଟେକ୍ସାସ ୟୁନିଭର୍ସିଟିର ଛାତ୍ରଛାତ୍ରୀଙ୍କ ସହିତ ବେରୋଜଗାରଠୁ ଆରମ୍ଭ କରି ଏଆଇ ସମ୍ପର୍କରେ ଆଲୋଚନା କରିଥିଲେ । ସେପ୍ଟେମ୍ବର 10 ତାରିଖ ପର୍ଯ୍ୟନ୍ତ ସେ ଆମେରିକାରେ ରହିବେ ।

ପଢନ୍ତୁ ଅନ୍ୟ କିଛି ଖବର

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଅଦ୍ଭ୍ୟୁଦୟ: ମାନବ ସମାଜ ପ୍ରତି କେତେ ବିପଦଜ୍ଜନକ ?

ଅପରାଧରେ ଲଗାମ ଲଗାଇବ କ୍ରାଇମ ଜିପିଟି AI ଟୁଲ

କିପରି ରହିବ AIର ଭବିଷ୍ୟତ ? ବିଶେଷଜ୍ଞଙ୍କ ମତ ଲାଭଠାରୁ ହେବ ଅଧିକ କ୍ଷତି

IMFର ଚେତାବନୀ, 40% ଚାକିରି ଉପରେ ପ୍ରଭାବ ପକାଇବ AI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.