ETV Bharat / state

ପୁଣି ବଢ଼ିଲା E kyc ଅବଧି, ଜାଣନ୍ତୁ ଶେଷ ତାରିଖ ? - EKYC DEADLINE EXTEND

ଇ କେୱାଇସି ଅବଧିକୁ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଅଯୋଗ୍ୟ ହିତାଧିକାରୀଙ୍କୁ କାର୍ଡ ଫେରାଇବା ପାଇଁ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ପରାମର୍ଶ ।

EKYC DEADLINE EXTEND
EKYC DEADLINE EXTEND (ETV Bharat Odisha)
author img

By ETV Bharat Odisha Team

Published : Feb 15, 2025, 2:32 PM IST

ଭୁବନେଶ୍ବର: ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର, ପୁଣି ବଢିଲା E-kyc ଅବଧି । ହିତାଧିକାରୀଙ୍କ ସ୍ୱାର୍ଥକୁ ଦେଖି ସରକାର ପୁଣି ଏହି ଅବଧିକୁ 31 ମାର୍ଚ୍ଚ ପର୍ଯ୍ୟନ୍ତ ବଢାଇଛନ୍ତି । ଏନେଇ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 2 କୋଟି 99 ଲକ୍ଷ 8 ହଜାର 457 ଇ-କେୱାଇସି କରିଥିବା ଜଣାପଡ଼ିଛି ।

E-kyc ଅବଧି ବୃଦ୍ଧି:

ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି, " ରାଜ୍ୟରେ 97 ଲକ୍ଷ 77 ହଜାର 351 ପରିବାର ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ଏବଂ ସଦସ୍ୟଙ୍କ ସଂଖ୍ୟା 3 କୋଟି 32 ଲକ୍ଷ 33 ହଜାର 311 । ବର୍ତ୍ତମାନ ସୁଦ୍ଧା 2 କୋଟି 99 ଲକ୍ଷ 8 ହଜାର 457 ଇ-କେୱାଇସି କରିସାରିଲେଣି । 90% ଇକେୱାଇସି କରିସାରିଲେଣି । ସରକାରଙ୍କ ପକ୍ଷରୁ ଫେବୃଆରୀ 15 ଶେଷ ତାରିଖ ରଖିଥିଲୁ, କିନ୍ତୁ ମୋ ପାଖକୁ ରିପୋର୍ଟ ଆସିଛି ଯେ ଆଉ 341ଟି ପଏଣ୍ଟରେ ନେଟୱର୍କ ସମସ୍ୟା ଥିବାରୁ E-kyc ହୋଇପାରିନାହିଁ । ନୋ-ନେଟୱର୍କ 230ଟି ଏବଂ ସ୍ଲୋ ନେଟୱାର୍କ 111ଟି ପଏଣ୍ଟ ଥିବାରୁ E-kyc କରିପାରିନାହାନ୍ତି । ତେଣୁ ସରକାର ବିଚାର କରି E-kyc ଅବଧିକୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଯେଉଁ ସ୍ଥାନରେ ଆବଶ୍ୟକତା ଅଛି କିମ୍ବା ନେଟୱର୍କ ସମସ୍ୟା ଥିବ, ସେହି ପଏଣ୍ଟରେ ଡିଭାଇସ ଲଗେଇବୁ । "

EKYC DEADLINE EXTEND TILL MARCH 31 (ETV Bharat Odisha)
  1. ରାଜ୍ୟରେ 97,77, 351 ପରିବାର ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ
  2. ମୋଟ ସଦସ୍ୟଙ୍କ ସଂଖ୍ୟା 3,32,33,311
  3. 2,99,8,457 ଇ-କେୱାଇସି କରିସାରିଲେଣି
  4. ବର୍ତ୍ତମାନସୁଦ୍ଧା 90% ଇ-କେୱାଇସି କରିସାରିଲେଣି
  5. ଫେବୃଆରୀ 15 ଶେଷ ତାରିଖ ରଖାଯାଇଥିଲା, ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଅବଧି ବଢ଼ାଯାଇଛି
  6. 341 ପଏଣ୍ଟରେ ନେଟୱର୍କ ସମସ୍ୟା ଥିବାରୁ E-kyc ହୋଇପାରିନାହିଁ
  7. ନୋ-ନେଟୱର୍କ 230ଟି ଏବଂ ସ୍ଲୋ ନେଟୱାର୍କ 111ଟି ପଏଣ୍ଟରେ ରହିଛି

ଏହା ମଧ୍ୟ ପଢନ୍ତୁ...ତୁରନ୍ତ କରାଇ ନିଅନ୍ତୁ ରାସନ କାର୍ଡ E- KYC ଅପଡେଟ୍, ନଚେତ୍... - RATION CARD E KYC UPDATE

ଏହା ମଧ୍ୟ ପଢନ୍ତୁ...ଫେବୃଆରୀ 15ରେ ସରୁଛି କଣ୍ଟ, ରାସନ କାର୍ଡ e-KYC ବନ୍ଦ - RATION CARD E KYC

ଏହା ମଧ୍ୟ ପଢନ୍ତୁ...ଠିକା କର୍ମଚାରୀ ଓ ସ୍ୱଳ୍ପ ବେତନଭୋଗୀ ଫେରାନ୍ତୁ ନାହିଁ ରାସନ କାର୍ଡ: ଯୋଗାଣ ମନ୍ତ୍ରୀ - RATION CARD UPDATE

ଅଯୋଗ୍ୟ ହିତାଧିକାରୀଙ୍କ ଉପରେ ହେବେ କାର୍ଯ୍ୟାନୁଷ୍ଠାନ !:

ଯୋଗାଣ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି," ଅଯୋଗ୍ୟମାନେ କାର୍ଡ ନଫେରାଇଲେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ନେବେ । ନୂଆ ଲୋକଙ୍କୁ ଯୋଡ଼ି ସାମିଲ କରାଯିବ । 6 ଲକ୍ଷ ନୂଆ ହିତାଧିକାରୀ ଆବେଦନ କରିଛନ୍ତି । ପ୍ରାୟ 8 ଲକ୍ଷ ଆୟକର ଦେଉଥିବା ଲୋକ କାର୍ଡ ନେଇଥିବା ରିପୋର୍ଟ ଆସିଛି । ସେମାନେ ସ୍ବାସ୍ଥ୍ୟ କାର୍ଡ ପାଇବା ପାଇଁ ରାସନ କାର୍ଡ ନେଇଥିଲେ । ଏହାର ରିପୋର୍ଟ ମନ୍ତ୍ରୀଙ୍କର ହସ୍ତଗତ ହୋଇଛି । ଏନେଇ ଅଧିକାରୀମାନଙ୍କୁ ସର୍ଭେ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହି କାର୍ଡଗୁଡ଼ିକ ମଧ୍ୟ କଟିବ । ଏବେ ସୁଦ୍ଧା ଚାକିରି କରିଥିବା ବା ଆୟକର ଦେଉଥିବା 12 ହାଜର ଅଯୋଗ୍ୟ ରାସନ କାର୍ଡ ଫେରାଇ ସାରିଲେଣି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.