ETV Bharat / technology

ମାର୍ଚ୍ଚ 29ରେ ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ; ଭାରତରେ ଦୃଶ୍ୟମାନ ହେବ କି ? - PARTIAL SOLAR ECLIPSE ON MARCH 29

ଆସନ୍ତା ମାର୍ଚ୍ଚ 29 ତାରିଖରେ ବର୍ଷ 2025ର ପ୍ରଥମ ସୂର୍ଯ୍ୟ ପରାଗ ଲାଗିବାକୁ ଯାଉଛି । ଯାହାକି ଆଂଶିକ ପରାଗ ହେବ । ତେବେ ଭାରତବାସୀ ପରାଗକୁ ଦେଖିପାରିବେ କି ? ଜାଣନ୍ତୁ...

First Solar Eclipse 2025
First Solar Eclipse 2025 (File Photo)
author img

By ETV Bharat Tech Team

Published : Feb 15, 2025, 1:43 PM IST

ହାଇଦ୍ରାବାଦ: ଭାରତରେ ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣର ବିଶେଷ ମହତ୍ତ୍ବ ରହିଛି । ବିଶ୍ବାସ କରାଯାଏ ଗ୍ରହଣ ଓ ପରାଗ ମାନବ ସମାଜ ଉପରେ ଗଭୀର ପ୍ରଭାବ ପକାଏ । ଉଭୟ ଧାର୍ମିକ ଓ ବୈଜ୍ଞାନିକ ଦୃଷ୍ଟିକୋଣରୁ ପ୍ରତି ବର୍ଗର ଲୋକେ ଏହାକୁ ବେଶ ଗୁରୁତ୍ବ ଦିଅନ୍ତି । ତେବେ ଯଦି ଆମେ ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ବିଷୟରେ କହିବା, ଏହା ଆସନ୍ତା ମାସ ଅର୍ଥାତ ମାର୍ଚ୍ଚ 29 ତାରିଖରେ ଦୃଶ୍ୟମାନ ହେବ । କିନ୍ତୁ ଏହା ଆଂଶିକ ସୂର୍ଯ୍ୟ ପରାଗ ହେବ । କେଉଁ କେଉଁ ଅଞ୍ଚଳବାସୀ ଏହି ପରାଗକୁ ଦେଖିପାରିବେ ଜାଣିବା ।

ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ

  • ତାରିଖ: 29 ମାର୍ଚ୍ଚ 2025
  • ସ୍ଥିତି: ଆଂଶିକ ସୂର୍ଯ୍ୟ ପରାଗ
  • ଏହା ଭାରତରେ ଦୃଶ୍ୟମାନ ହେବନାହିଁ
  • ସମୟ: ପୂର୍ବାହ୍ନ 8:50-12:43 ଅପରାହ୍ନ

କେଉଁଠି ଦୃଶ୍ୟମାନ ହେବ ?

ଆମେରିକା ସ୍ପେଶ ଏଜେନ୍ସି ନାସାର କହିବାନୁସାରେ, ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଅନେକ ମହାଦେଶରେ ଦୃଶ୍ୟମାନ ହେବ । ୟୁରୋପବାସୀ ଏହାକୁ ଦେଖିପାରିବେ ଯେହେତୁ ଏହା ଉତ୍ତର ଗୋଲାର୍ଦ୍ଧରେ ଆସିଥାଏ । ଏହାବାଦ ଉତ୍ତର ଆମେରିକା, ଗ୍ରୀନଲ୍ୟାଣ୍ଡ, ଆଇସଲ୍ୟାଣ୍ଡ, ଉତ୍ତର ଆଟଲାଣ୍ଟିକ ମହାସାଗର ଓ ଉତ୍ତର-ପଶ୍ଚିମ ଋଷିଆରେ ଦୃଶ୍ୟମାନ ହେବ । ନାସାର କହିବାନୁସାରେ, ଏହି ଦୃଶ୍ୟ ସବୁଠୁ ଭଲ ଭାବେ ଉତ୍ତର ଆମେରିକାର ପୂର୍ବ ଭାଗରେ ଦେଖିହେବ । ଏଠାରେ ଦେଖଣାହାରୀ ଏବଂ ଜ୍ୟୋତିର୍ବିଜ୍ଞାନୀମାନେ ସୂର୍ଯ୍ୟୋଦୟ ସମୟରେ ପରାଗ ଦେଖିପାରିବେ ।

ଦ୍ବିତୀୟ ବା 2025ର ଶେଷ ସୂର୍ଯ୍ୟ ପରାଗ

2025ରେ ମୋଟ ଦୁଇଟି ସୂର୍ଯ୍ୟ ପରାଗ ଅନୁଷ୍ଠିତ ହେବ । ମାର୍ଚ୍ଚ 29ରେ ପ୍ରଥମ ଓ ଦ୍ବିତୀୟ ସୂର୍ଯ୍ୟ ପରାଗ ସେପ୍ଟେମ୍ବର 21 ତାରିଖରେ ଲାଗିବ । ଦ୍ବିତୀୟ ସୂର୍ଯ୍ୟ ପରାଗ ବିଶେଷ କରି ଦକ୍ଷିଣ ଗୋଲାର୍ଦ୍ଧ ଯେପରିକି ଅଷ୍ଟ୍ରେଲିଆ, ଆଣ୍ଟାର୍କଟିକା ସମେତ ପ୍ରଶାନ୍ତ ଓ ଆଟଲାଣ୍ଟିକ୍‌ ମହାସାଗରୀୟ ଅଞ୍ଚଳରେ ଦୃଶ୍ୟମାନ ହେବ ।

ସୂର୍ଯ୍ୟ ପରାଗ କଣ ଓ କେତେ ପ୍ରକାର ?

ସୂର୍ଯ୍ୟ ପରାଗ ସେତେବେଳେ ହୋଇଥାଏ ଯେତେବେଳେ ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଆଂଶିକ ବା ସମ୍ପୂର୍ଣ୍ଣ ଭାବେ ଗୋଟିଏ ସରଳରେଖାକୁ ଆସିଯାଆନ୍ତି । ଏହି ଘଟଣା ସେତେବେଳେ ଘଟେ ଯେତେବେଳେ ସୂର୍ଯ୍ୟ ଓ ପୃଥିବୀ ମଝି ଦେଇ ଚନ୍ଦ୍ର ଗତି କରିଥାଏ । ଫଳରେ ଚନ୍ଦ୍ରର ଛାଇ ସୂର୍ଯ୍ୟଙ୍କ ଉପରେ ପଡ଼ିବାରୁ ପୃଥିବୀର କିଛି ଅଂଶରେ ସୂର୍ଯ୍ୟ କିରଣ ପଡ଼ିପାରେ ନାହିଁ । ଏହାକୁ ପରାଗ କୁହାଯାଏ । ଚନ୍ଦ୍ରର ଛାଇ ଯୋଗୁଁ ପୃଥିବୀରୁ ସୂର୍ଯ୍ୟଙ୍କ ଉକ୍ତ ଭାଗ ଅନ୍ଧକାର ଦିଶିଥାଏ ।

ମୋଟ 4 ପ୍ରକାରର ସୂର୍ଯ୍ୟ ପରାଗ ରହିଛି:

  • ପୂର୍ଣ୍ଣ ସୂର୍ଯ୍ୟ ପରାଗ: ଆକାଶରେ ପୂର୍ଣ୍ଣ ସୂର୍ଯ୍ୟ ପରାଗ ସେତେବେଳେ ହୋଇଥାଏ ଯେତେବେଳେ ଚନ୍ଦ୍ରର ଛାଇ ସମ୍ପୂର୍ଣ୍ଣ ଭାବେ ସୂର୍ଯ୍ୟଙ୍କୁ ଆଚ୍ଛାଦିତ କରେ । ଏହି ସମୟରେ ପୃଥିବୀରେ ସୂର୍ଯ୍ୟ ଦୃଶ୍ୟମାନ ହୁଅନ୍ତି ନାହିଁ । ଏହାକୁ ପୂର୍ଣ୍ଣ ସୂର୍ଯ୍ୟ ପରାଗ ବୋଲି କୁହନ୍ତି ।
  • ବାର୍ଷିକ ସୂର୍ଯ୍ୟ ପରାଗ: ବାର୍ଷିକ ବା କୁଣ୍ଡଳାକାର ସୂର୍ଯ୍ୟ ପରାଗରେ ଚନ୍ଦ୍ର ପୃଥିବୀ ଓ ସୂର୍ଯ୍ୟ ମଧ୍ୟରେ ବହୁ ଦୂରରେ ରହି ମଝିକୁ ଆସିଯାଏ । ଅର୍ଥାତ ଚନ୍ଦ୍ର ସୂର୍ଯ୍ୟଙ୍କର କେବଳ ମଝି ଭାଗକୁ ହିଁ ନିଜ ଛାଇରେ ଆଚ୍ଛାଦିତ କରେ । ପୃଥିବୀରୁ ଦେଖିଲେ ଚନ୍ଦ୍ର ସମ୍ପୂର୍ଣ୍ଣ ଭାବରେ ସୂର୍ଯ୍ୟଙ୍କୁ ନିଜ ଛାଇରେ ଆଚ୍ଛାଦିତ କରେ ନାହିଁ, ବରଂ ସୂର୍ଯ୍ୟଙ୍କ ବାହାର ପାର୍ଶ୍ବ ଉଜ୍ଜ୍ବଳ ଦିଶେ । ଫଳରେ ଏହା ଏକ ବୃତ୍ତାକାର ଭଳି ଦିଶେ । ଏଥିଲାଗି ଏହାକୁ 'ରିଙ୍ଗ ଅଫ ଫାୟାର' ବୋଲି କୁହାଯାଏ ।
  • ଆଂଶିକ ସୂର୍ଯ୍ୟ ପରାଗ: ଏହି ପ୍ରକାର ସୂର୍ଯ୍ୟ ପରାଗରେ ଚନ୍ଦ୍ର ସୂର୍ଯ୍ୟ ଏବଂ ପୃଥିବୀ ମଝିରେ ଏମିତି ସ୍ଥାନରେ ରହେ ଯେ, ସୂର୍ଯ୍ୟଙ୍କ କିଛି ଭାଗ ପୃଥିବୀକୁ ଦିଶେ ନାହିଁ । ଅର୍ଥାତ ଜହ୍ନର ଛାଇ ସୂର୍ଯ୍ୟଙ୍କ କିଛି ଭାଗ ଉପରେ ପଡ଼େ । ଏହି ସମୟରେ ପୃଥିବୀରେ ଆଂଶିକ ସୂର୍ଯ୍ୟ ପରାଗ ଲାଗିଥାଏ ।
  • ହାଇବ୍ରିଡ ସୂର୍ଯ୍ୟ ପରାଗ: ଆଂଶିକ, ପୂର୍ଣ୍ଣ ଓ କୁଣ୍ଡଳାକାର ପରାଗକୁ ହାଇବ୍ରିଡ ବା ମିଶ୍ରିତ ସୂର୍ଯ୍ୟ ପରାଗ ବୋଲି କୁହାଯାଏ । ପରାଗ ସମୟରେ ଚନ୍ଦ୍ର ପୃଥିବୀଠୁ ଦୂରର ନଥାଏ କି ପାଖରେ ବି ନଥାଏ । ଏଥିରେ ପୂର୍ବ 3ଟି ପ୍ରକାରର ପରାଗ ଦିଶିଥାଏ ।
ଏହା ବି ପଢନ୍ତୁ
  1. 2025ରେ ଲାଗିବ 4 ଗ୍ରହଣ; ଭାରତରେ କେଉଁଟା ଦୃଶ୍ୟମାନ ହେବ ?
  2. 2025ରେ କେବେ ଲାଗିବ ପ୍ରଥମ ସୂର୍ଯ୍ୟପରାଗ; କ’ଣ ଭାରତରେ ହେବ ଦୃଶ୍ୟମାନ ?

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.