ETV Bharat / state

ଆସିଲା ଅର୍ଥନୈତିକ ସର୍ଭେ ରିପୋର୍ଟ, ଅଭିବୃଦ୍ଧି ହାର ୭.୨% ରହିବା ଆକଳନ - ECONOMIC SURVEY REPORT 2025

ଆସିଲା ୨୦୨୪-୨୫ ଅର୍ଥନୈତିକ ସର୍ଭେ ରିପୋର୍ଟ, ମୁଣ୍ଡପିଛା ଆୟ ୧୦.୬ ପ୍ରତିଶତ ବୃଦ୍ଧି

Economic survey report
Economic survey report (ETV Bharat)
author img

By ETV Bharat Odisha Team

Published : Feb 15, 2025, 9:17 PM IST

Updated : Feb 15, 2025, 9:56 PM IST

ଭୁବନେଶ୍ୱର:ଆସିଲା ୨୦୨୪-୨୫ ଅର୍ଥନୈତିକ ସର୍ଭେ ରିପୋର୍ଟ । ଅଭିବୃଦ୍ଧି ପଥରେ ଓଡ଼ିଶା ଆଗଉଥିବା ରିପୋର୍ଟରେ ଦର୍ଶାଯାଇଛି । ୨୦୨୪-୨୫ ଆର୍ଥିକ ବର୍ଷରେ ଅର୍ଥନୀତିର ଆକାର ୯.୫ଲକ୍ଷ କୋଟି ଟଙ୍କା ଅର୍ଥାତ୍ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ହାର ୭.୨ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି । ଏହା ସର୍ବଭାରତୀୟ ସ୍ତରର ୬.୪ ପ୍ରତିଶତ ତୁଳନାରେ ଅଧିକ ।

ଆସିଲା ୨୦୨୪-୨୫ ଅର୍ଥନୈତିକ ସର୍ଭେ ରିପୋର୍ଟ:

ଓଡ଼ିଶା ବିଧାନସଭାରେ ବଜେଟ ଉପସ୍ଥାପନ ହେବାର ଦିନକ ପୂର୍ବରୁ ପ୍ରକାଶ ପାଇଛି ୨୦୨୪-୨୫ ଅର୍ଥନୈତିକ ସର୍ଭେ ରିପୋର୍ଟ । ଏହି ରିପୋର୍ଟ ଅନୁଯାୟୀ ଚଳିତ ବର୍ଷ ୯.୫ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଆଉମଧ୍ୟ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ହାର ୭.୨ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି । ଏହି ବର୍ଷରେ ଓଡିଶା ଅର୍ଥନୀତିର ସମସ୍ତ କ୍ଷେତ୍ରରେ ସୁଦୃଢ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି । ଏହା ସର୍ବଭାରତୀୟ ସ୍ତରର ୬.୪ ପ୍ରତିଶତ ତୁଳନାରେ ଅଧିକ ।

ବିଭିନ୍ନ କ୍ଷେତ୍ରରେ ଅଭିବୃଦ୍ଧି:

ରାଜ୍ୟ ଅର୍ଥନୀତିରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ଯୋଗଦାନ ପ୍ରାୟ ୧୯ ପ୍ରତିଶତ ଓ ଏହାର ଅଭିବୃଦ୍ଧି ହାର ୩.୩ ପ୍ରତିଶତ ରହିଛି । ଯାହା ସର୍ବଭାରତୀୟ ସ୍ତରର ଅଭିବୃଦ୍ଧି ସହ ପ୍ରାୟତଃ ସମାନ । ଅପର ପକ୍ଷରେ ରାଜ୍ୟ ଅର୍ଥନୀତିରେ ଶିଳ୍ପ କ୍ଷେତ୍ରର ଯୋଗଦାନ ୪୪ ପ୍ରତିଶତ ଥିବାବେଳେ ଏହାର ଅଭିବୃଦ୍ଧି ହାର ୬.୧ ପ୍ରତିଶତ ଯାହାକି ସର୍ବଭାରତୀୟ ସ୍ତର ସହିତ ପ୍ରାୟ ସମାନ । ରାଜ୍ୟରେ ସେବାକ୍ଷେତ୍ରର ଯୋଗଦାନ ପ୍ରାୟ ୩୭ ପ୍ରତିଶତ ଏବଂ ଏହାର ୧୦ ପ୍ରତିଶତ ହାରରେ ଅଭିବୃଦ୍ଧି ଘଟିବ ବୋଲି ଆକଳନ କରାଯାଇଛି । ହୋଟେଲ ଏବଂ ରେସ୍ତୋରାଁ ଦୃଢ ଅଭିବୃଦ୍ଧି, ବାଣିଜ୍ୟ ଏବଂ ମରାମତି ସେବା କ୍ଷେତ୍ରର ଦୁଇଅଙ୍କ ବିଶିଷ୍ଟ ଅଭିବୃଦ୍ଧି ଏହାର ପ୍ରମୁଖ ଯୋଗଦାନକାରୀ ।

ସାଧାରଣତଃ ବିଶ୍ଵସ୍ତରରେ ବିକଶିତ ଅର୍ଥନୀତି ଗୁଡିକରେ ସେବା କ୍ଷେତ୍ରର ବୃହତ ଅଂଶ ଯୋଗଦାନ ରହିଥାଏ । ଉଦାହରଣ ସ୍ୱରୂପ ୨୦୨୧ ରେ ଆମେରିକାର ମୋଟ ସଂଯୋଗିତ ମୂଲ୍ୟରେ ସେବା କ୍ଷେତ୍ରର ଅଂଶ ୭୭.୬ ପ୍ରତିଶତ ଥିଲା । ସେବା କ୍ଷେତ୍ରରେ ଅଧିକ ଅଭିବୃଦ୍ଧି ଭବିଷ୍ୟତର ଅର୍ଥନୀତି ପାଇଁ ଏକ ଶୁଭ ସଙ୍କେତ ଅଟେ ।

ମୁଣ୍ଡ ପିଛା ଆୟରେ ୧୦.୬ ପ୍ରତିଶତ ବୃଦ୍ଧି :

ଅନ୍ୟପଟେ ୨୦୨୪-୨୫ ଆର୍ଥିକ ବର୍ଷରେ ମୁଣ୍ଡପିଛା ଆୟ ୧୦.୬ ପ୍ରତିଶତ ବୃଦ୍ଧି ପାଇ ୧.୮୩ ଲକ୍ଷ ଟଙ୍କା ସ୍ତରରେ ପହଞ୍ଚିଛି ଏବଂ ସର୍ବଭାରତୀୟ ମୁଣ୍ଡପିଛା ଆୟଠାରୁ ଏହାର ବ୍ୟବଧାନ ଏକ ଅଙ୍କ (୮.୮ ପ୍ରତିଶତ) କୁ ହ୍ରାସ ପାଇଛି । ଅନ୍ୟ ରାଜ୍ୟ ତୁଳନାରେ ମୁଣ୍ଡପିଛା ଆୟ ହିସାବରେ ଓଡିଶା ଏକାଦଶ ସ୍ଥାନରେ ରହିଛି । ୨୦୨୩-୨୪ ଅର୍ଥକ ବର୍ଷର ତଥ୍ୟ ଅନୁଯାୟୀ ଯଦି ଓଡିଶା ମୁଣ୍ଡପିଛା ଆୟବୃଦ୍ଧିକୁ ୧.୦ ପ୍ରତିଶତ ପଏଣ୍ଟରେ ତ୍ବରାନ୍ବିତ କରିବାରେ ସଫଳ ହୁଏ, ତେବେ ଆସନ୍ତା ୩ ବର୍ଷ ମଧ୍ୟରେ ରାଜ୍ୟର ମୁଣ୍ଡପିଛା ଆୟ ଜାତୀୟ ସ୍ତରର ମୁଣ୍ଡପିଛା ଆୟ ସହିତ ପ୍ରାୟ ସମକକ୍ଷ ହୋଇପାରିବ ।

ଏହାମଧ୍ୟ ପଢନ୍ତୁ...

ଭାରତରେ 'ମାଗଣା ଯୋଜନା' ରାଜନୀତି, ଆର୍ଥିକ ସଙ୍କଟକୁ କରୁଛି ଆମନ୍ତ୍ରଣ !

ଅର୍ଥନୈତିକ ସର୍ଭେ ରିପୋର୍ଟ: 2025-26 GDP ଅଭିବୃଦ୍ଧି ହାର 6.3-6.8% ରହିବା ଅନୁମାନ

୨୦୨୩-୨୪ ଆର୍ଥକ ବର୍ଷରେ ଗ୍ରାମାଞ୍ଚଳରେ ମାସିକ ମୁଣ୍ଡପିଛା ଖର୍ଚ୍ଚରେ ଓଡିଶା ପଞ୍ଚଦଶ ସ୍ଥାନରେ ଥିବା ବେଳେ ସହରାଞ୍ଚଳରେ ଏକାଦଶ ସ୍ଥାନରେ ରହିଛି । ରାଜ୍ୟର ଦରବୃଦ୍ଧିର କାରଣ ବିଶ୍ବ ଯୋଗାଣ ଶୃଙ୍ଖଳାରେ ବ୍ୟାଘାତ, ପାଣିପାଗର ପ୍ରତିକୂଳ ପରିସ୍ଥିତି ଏବଂ ହ୍ରାସ ପାଉଥବା ଅମଳ ମୁଦ୍ରାସ୍ପିତୀ ଉପରେ ଚାପ ପକାଉଛି । ୨୦୧୪-୨୫ ମଧ୍ୟରେ ଓଡିଶାରେ ସିପିଆଇ ମୁଦ୍ରାସ୍ପିତି ୬.୬ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି । କେନ୍ଦ୍ର ଅର୍ଥନୈତିକ ସର୍ଭେ ୨୦୨୪-୨୫ ଅନୁଯାୟୀ, ପନିପରିବା ମୂଲ୍ୟରେ ଋତୁକାଳୀନ ହ୍ରାସ ଏବଂ ଖରିଫ, ଅମଳର ଆଗମନ ସହିତ ନିକଟ ଭବିଷ୍ୟତରେ ଖାଦ୍ୟ ମୁଦ୍ରାସ୍ପିତି ହ୍ରାସ ପାଇବ ବୋଲି ଆଶା କରାଯାଉଛି ।

ସର୍ବ ଭାରତୀୟ ତୁଳନାରେ ଓଡ଼ିଶାରେ କୃଷି କ୍ଷେତ୍ର ଅଧ‌ିକ ଅଭିବୃଦ୍ଧି:

ସର୍ବ ଭାରତୀୟ ତୁଳନାରେ ଓଡ଼ିଶାରେ କୃଷି କ୍ଷେତ୍ର ଅଧ‌ିକ ଅଭିବୃଦ୍ଧି ହାସଲ କରିଛି । ଗତ ୫ ବର୍ଷ ମଧ୍ୟରେ ଓଡ଼ିଶାରେ କୃଷି କ୍ଷେତ୍ରର ଅଭିବୃଦ୍ଧି ହାର ୭ ପ୍ରତିଶତ ରହିଥ‌ିବା ବେଳେ ଜାତୀୟ ସ୍ତରରେ ଏହା ୪.୧ ପ୍ରତିଶତ ହାରରେ ବୃଦ୍ଧି ପାଇଛି । ଓଡ଼ିଶାରେ ଖାଦ୍ୟଶସ୍ୟ ଉତ୍ପାଦନ ୨୦୧୯-୨୦ରେ ୧୧୨.୯ ଲକ୍ଷ ମେଟ୍ରିକ ଟନ ଥିବା ବେଳେ ୨୦୨୩-୨୪ ବର୍ଷରେ ଏହା ୧୪୩ ଲକ୍ଷ ମେଟ୍ରିକ ଟନରେ ପହଞ୍ଚିଛି । ଯାହା ହାରାହାରି ଅଭିବୃଦ୍ଧି ହାର ୫.୨ ପ୍ରତିଶତ । କୁଇଣ୍ଟାଲ ପିଛା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୩୦୦ ଟଙ୍କା ସହିତ ୮୦୦ ଟଙ୍କାର ଇନପୁଟ ସହାୟତା ମିଳୁଛି । ଧାନ ଉତ୍ପାଦନ ୨୦୧୯-୨୦ରେ ୯୭.୬ ଲକ୍ଷ ମେଟ୍ରିକ ଟନ ଥ‌ିବାବେଳେ ୨୦୨୩-୨୪ରେ ଏହା ୧୧୫.୪ ଲକ୍ଷ ମେଟ୍ରିକ ଟନକୁ ବୃଦ୍ଧି ପାଇଛି ।

ଓଡ଼ିଶାର ପନିପରିବା ଉତ୍ପାଦନ ୨୦୧୯-୨୦ରେ ୯୭.୩୪ ଲକ୍ଷ ମେଟ୍ରିକ ଟନ ଥ‌ିବାବେଳେ ୨୦୨୩-୨୪ରେ ଏହା ୧୦୯.୩ ଲକ୍ଷ ମେଟ୍ରିକ ଟନକୁ ବୃଦ୍ଧି ପାଇ ୩ ପ୍ରତିଶତ ଅଭିବୃଦ୍ଧି ହାର ହାସଲ କରିଛି । ରାଜ୍ୟ ଭାରତର ସପ୍ତମ ବୃହତ୍ତମ ପନିପରିବା ଉତ୍ପାଦନକାରୀ ରାଜ୍ୟ । ଯାହା ଜାତୀୟ ଉତ୍ପାଦନରେ ୫.୨ % ଯୋଗଦାନ ଦେଉଛି । ଖରିଫ ଋତୁରେ ଜଳସେଚନ କ୍ଷେତ୍ର ୨୦୧୯-୨୦ରେ ୪୩.୧ ଲକ୍ଷ ହେକ୍ଟର ଥବାବେଳେ ୨୦୨୩-୨୪ରେ ଏହା ୩.୮ ପ୍ରତିଶତ ବୃଦ୍ଧି ପାଇ ୪୯.୯ ଲକ୍ଷ ହେକ୍ଟରରେ ପହଁଚିଛି । ରବି ଋତୁରେ ପରିମାଣ ସେହି ସମୟ ମଧ୍ୟରେ ୧୯.୫ ଲକ୍ଷ ହେକ୍ଟରରୁ ୩.୩ ପ୍ରତିଶତ ବୃଦ୍ଧି ପାଇ ୨୨.୨ ଲକ୍ଷ ହେକ୍ଟର ହୋଇଛି ।

ଶିଳ୍ପ କ୍ଷେତ୍ର ୬.୧ ପ୍ରତିଶତ ହାରରେ ଅଭିବୃଦ୍ଧି:
୨୦୨୪-୨୫ରେ ଓଡ଼ିଶାର ଶିଳ୍ପ କ୍ଷେତ୍ର ୬.୧ ପ୍ରତିଶତ ହାରରେ ଅଭିବୃଦ୍ଧି ହାସଲ କରିବ ବୋଲି ଆକଳନ କରାଯାଇଛି । ରାଜ୍ୟ ମୋଟ ସଂଯୋଗିତ ମୂଲ୍ୟରେ ଏହା ୪୩.୯ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି । ୨୦୧୪-୨୫ରେ ରାଜ୍ୟରେ ଶିଳ୍ପ କ୍ଷେତ୍ରରେ ପୁଞ୍ଜିନିବେଶ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଯାହା ରାଜ୍ୟରେ ଶିଳ୍ପ ଅଭିବୃଦ୍ଧି ହାରକୁ ଆହୁରି ବଢ଼ାଇବ । ଜୁନ ୨୦୨୪ରୁ ଜାନୁଆରୀ ୨୦୨୫ ମଧ୍ଯରେ ରାଜ୍ୟ ସରକାର ୧.୮ ଲକ୍ଷରୁ ଅଧିକ ନିଯୁକ୍ତି ସମ୍ଭାବନା ଥ‌ିବା ୨.୪ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୧୩୩ ନୂତନ ନିବେଶକୁ ଅନୁମୋଦନ ମିଳିଛି । ସେହିପରି ଉତ୍କର୍ଷ ଓଡ଼ିଶା ୨୦୨୫ରେ ୧୬.୭ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶର ପ୍ରତିଶୃତି ମିଳିଛି । ଏହାଦ୍ବାରା ୨୦ଟି କ୍ଷେତ୍ରରେ ୧୨.୯ ଲକ୍ଷ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

୨୦୧୪-୨୫ରେ ହୋଟେଲ ଓ ରେସ୍ତୋରାଁ କ୍ଷେତ୍ରରେ ୧୪.୩ପ୍ରତିଶତ ବୃଦ୍ଧି ପାଇବ ବୋଲି ଆକଳନ ହୋଇଛି । ରିଅଲ ଇଷ୍ଟେଟ କ୍ଷେତ୍ରର ଅଭିବୃଦ୍ଧି ହାର ୮.୧ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି । ଯାହାକି ଗତ ୧୦ବର୍ଷର ହାରାହାରି ୩.୭ ପ୍ରତିଶତ ତୁଳନାରେ ଅଧିକ । ରାଜ୍ୟରେ ଋଣ ଜମା ଅନୁପାତ ମାର୍ଚ୍ଚ ୨୦୨୦ରେ ୬୦.୪ ପ୍ରତିଶତ ଥିବାବେଳେ ୨୦୨୪ ସେପ୍ଟେମ୍ବରରେ ଏହା ୭୬.୪ ପ୍ରତିଶତକୁ ବୃଦ୍ଧି ପାଇଛି । ଯାହା ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବ ।୨୦୨୪-୨୫ ବଜେଟ ଆକଳନରେ ରାଜ୍ୟ ପୁଞ୍ଜି ବ୍ୟୟ ବରାଦ ବାବଦରେ ପାଖାପାଖି ୫୮,୧୯୫ କୋଟି ଟଙ୍କା ଆବଣ୍ଟନ କରିଛି । ଯାହାକି ମୋଟ ରାଜ୍ୟ ଘରୋଇ ଉତ୍ପାଦର ୬.୧% ।

ଆଗାମୀ ଦିନରେ ରାଜ୍ୟ ଏକ ଦ୍ରୁତ ଅଭିବୃଦ୍ଧି ପାଇଁ ପ୍ରସ୍ତୁତ । ଅଭିବୃଦ୍ଧିର ପ୍ରମୁଖ ସହାୟକ ଯଥା; ଜମି, ଶ୍ରମ, ପୁଞ୍ଜି, ସମ୍ବଳ ଏବଂ ଗିରିଭୂମି ଅଟେ । ୨୦୨୩ ମସିହାରେ ୧.୫ ଲକ୍ଷ ବର୍ଗ କିଲୋମିଟର ମୋଟ ଭୌଗୋଳିକ କ୍ଷେତ୍ରର ପ୍ରାୟ ୪.୩ ପ୍ରତିଶତ ନିର୍ମିତ କ୍ଷେତ୍ର ଥିଲା । ସମ୍ଭାବ୍ୟ ନିବେଶକଙ୍କ ପାଇଁ ରାଜ୍ୟ ପର୍ଯ୍ୟାପ୍ତ ଜମି ପ୍ରଦାନ କରୁଛି । ଗତ ୬ ବର୍ଷରେ ଶ୍ରମଶକ୍ତିର ଆକାର ୫୩ ପ୍ରତିଶତ ବୃଦ୍ଧି ପାଇ ଏବେ ପ୍ରାୟ ୨.୨୨ କୋଟିରେ ପହଞ୍ଚିଛି । ୨୦୧୭-୧୮ ଆର୍ଥିକ ବର୍ଷ ପରଠାରୁ ଓଡିଶାରେ ପାଖାପାଖୀ ୧ ନିୟୁତ ସ୍ମାଇଲ ଯୋଡି ହୋଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ୱର

Last Updated : Feb 15, 2025, 9:56 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.