ETV Bharat / technology

YouTube Shortsକୁ ମିଳିଲା AI ପାୱାର; 2ମିନିଟରେ ଭିଡିଓ ବନାଇବ Veo 2 - VEO 2 AI MODEL IN YOUTUBE SHORTS

ଗୁଗଲ୍‌ ୟୁଟ୍ୟୁବ ସର୍ଟ୍ସକୁ Veo 2 ଏଆଇ ମଡେଲ ସହ ଏକୀକରଣ କରିଛି । ଫଳରେ ଟେକ୍ସଟ ଲେଖିଲେ ମାତ୍ର 2ମିନିଟରେ ସୃଷ୍ଟି ହେବ Shorts । କେମିତି ଜାଣନ୍ତୁ...

Veo 2 is now in YouTube Shorts
Veo 2 is now in YouTube Shorts (File Photo)
author img

By ETV Bharat Tech Team

Published : Feb 15, 2025, 12:22 PM IST

ହାଇଦ୍ରାବାଦ: ଲୋକପ୍ରିୟ ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ ୟୁଟ୍ୟୁବ ଅନ୍ୟ କମ୍ପାନୀ ପରି କୃତ୍ରିମ ବୁଦ୍ଧିମତା (AI)କୁ ଆପଣାଇବାରେ ଲାଗିଛି । ନିକଟରେ ଏହି ପ୍ଲାଟଫର୍ମରେ ଅନେକ ପରିବର୍ତ୍ତନ ହୋଇଛି ଯେପରିକି ଅଲଗା ଭାଷାରେ ଭିଡିଓ ଡବ୍‌ ହେଲା ପରି ଫିଚର ସାମିଲ ହୋଇଛି । ଏବେ ଏଥିରେ ଗୁଗଲ୍‌ ଡିପମାଇଣ୍ଡର ଲାଟେଷ୍ଟ AI ଭିଡିଓ ଜେନେରେସନ ମଡେଲ 'Veo 2' ଇଣ୍ଟିଗ୍ରେଟ୍‌ କରିଛି । ଏହାର ଅର୍ଥ ଆପଣ ମାତ୍ର 2ମିନିଟରେ ଖାଲି ଟେକ୍ସଟ୍‌ ଟାଇପ କରି ଭିଡିଓ ସୃଷ୍ଟି କରିପାରିବେ । ଏ ସମ୍ପର୍କରେ ୟୁଟ୍ୟୁବ ଏକ ବ୍ଲଗ୍‌ ପୋଷ୍ଟରେ ସୂଚନା ଦେଇଛି । ତେବେ ଏହା କିପରି କାମ କରିବେ ବିସ୍ତୃତ ଭାବରେ ଜାଣିବା ।

କଣ ମିଳିବ ସୁବିଧା ?

  • ଏବେ ୟୁଟ୍ୟୁବ କ୍ରିଏଟର କେବଳ ଏଆଇ ବ୍ୟାକଗ୍ରାଉଣ୍ଡ୍‌ ଜେନେରେଟ କରିପାରିବେ ନାହିଁ, ବରଂ ଷ୍ଟାଣ୍ଡଏଲୋନ୍‌ ଭିଡିଓ କ୍ଲିପ୍‌ ସୃଷ୍ଟି କରିପାରିବେ । ଯଦି ୟୁଜରଙ୍କ ନିକଟରେ କୌଣସି ଖାସ୍‌ ସିନ୍‌ର ଫୁଟେଜ୍‌ ନାହିଁ, ତେବେ ମାତ୍ର ଗୋଟିଏ ଟେକ୍ସଟ୍‌ ଟାଇପ୍‌ କରି ନିଜ ପସନ୍ଦ ବା ଆବଶ୍ୟକ ମୁତାବକ ଭିଡିଓ କ୍ଲିପ୍‌ ସୃଷ୍ଟି କରାଯାଇହେବ ।
  • କମ୍ପାନୀର କହିବାନୁସାରେ, ୟୁଜର ବ୍ୟାକଗ୍ରାଉଣ୍ଡ ସହିତ ଏବେ ପୂରା ଏଆଇ-ଜେନେରେଟେଡ୍‌ ଭିଡିଓ କ୍ଲିପ୍‌ ସୃଷ୍ଟି କରିପାରିବେ । ଏହା ସେହି କ୍ରିଏଟରଙ୍କୁ ଫାଇଦା ଦେବ ଯେଉଁମାନେ ସ୍ବତନ୍ତ୍ର କଣ୍ଟେଣ୍ଟ ତିଆରି କରିବାକୁ ଚାହୁଁଛନ୍ତି କିନ୍ତୁ ସେମାନଙ୍କ ନିକଟରେ ସଠିକ ଫୁଟେଜ୍‌ ନାହିଁ ।
  • ଗୁଗଲ୍‌ର କହିଛି ଯେ Veo 2 ଇଣ୍ଟିଗ୍ରେସନ ପରେ Dream Screen ଏବେ ଆହୁରି ଦ୍ରୁତ ଭାବେ ଭିଡିଓ ସୃଷ୍ଟି କରିପାରିବ । ଏହି ମଡେଲ ରିଅଲ-ୱାର୍ଲଡ ଫିଜିକ୍ସ ଓ ହ୍ୟୁମାନ ମୁଭମେଣ୍ଟକୁ ଭଲ ଭାବେ ବୁଝିଥାଏ, ଫଳରେ ଆଉଟପୁଟ୍‌ ଅଧିକ ନାଚୁରାଲ୍‌ ହେବ । ଏହାବାଦ ୟୁଜର ଷ୍ଟାଇଲ, ଲେନ୍ସ ଓ ସିନେମାଟିକ୍‌ ଇଫେକ୍ଟକୁ ଚୟନ କରିପାରିବେ, ଯାହାଦ୍ବାରା ଭିଡିଓ ଅଧିକ ପ୍ରଫେସନାଲ ଲାଗିବ ।
  • Veo 2 ଇଣ୍ଟିଗ୍ରେସନ ପ୍ରାରମ୍ଭିକ ପର୍ଯ୍ୟାୟରେ କେବଳ ଆମେରିକା, କାନାଡା, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ କ୍ରିଏଟରଙ୍କ ଲାଗି ଉପଲବ୍ଧ ହେବ । ପରବର୍ତ୍ତୀ ସମୟରେ ଏହା ଅନ୍ୟ ଦେଶଗୁଡ଼ିକରେ ମଧ୍ୟ ଉପଲବ୍ଧ ହେବ ।
Google Veo 2 AI video model is now in YouTube Shorts
Google Veo 2 AI video model is now in YouTube Shorts (Image Credit: YouTube)

Veo 2କୁ YouTube Shortsରେ କିପରି ବ୍ୟବହାର କରିବେ ?

AI ଭିଡିଓ ବ୍ୟାକଗ୍ରାଉଣ୍ଡ:

  • ଏଥିଲାଗି ସର୍ବପ୍ରଥମେ ୟୁଟ୍ୟୁବ ଖୋଲନ୍ତୁ ଓ Shorts କ୍ୟାମେରା ଉପରେ କ୍ଲିକ୍‌ କରନ୍ତୁ ।
  • ଏବେ 'Green Screen' ଅପସନ ଉପରେ କ୍ଲିକ୍‌ କରନ୍ତୁ ।
  • ଏଠାରେ 'Dream Screen' ଅପସନକୁ ଚୟନ କରନ୍ତୁ ।
  • ଏବେ ଆପଣ ଯେପରି ଭିଡିଓ ଚାହୁଁଛନ୍ତି, ସେଥିଲାଗି Prompt ଦିଅନ୍ତୁ ଓ ଫଟୋ ବାଛନ୍ତୁ ।
  • ଏହାପରେ ଆପଣଙ୍କ Shortsର ଭିଡିଓ ବ୍ୟାକଗ୍ରାଉଣ୍ଡ୍‌ ସୃଷ୍ଟି ହେବ ।

ଷ୍ଟାଣ୍ଡଏଲୋନ୍‌ କ୍ଲିପ୍‌:

  • ସର୍ବପ୍ରଥମେ ୟୁଟ୍ୟୁବକୁ ଯାଆନ୍ତୁ ଓ Shorts କ୍ୟାମେରା ଖୋଲନ୍ତୁ ।
  • ଏବେ ମିଡିଆ ପିକର ସେକ୍ସନରେ 'Add' ଅପସନ ଉପରେ କ୍ଲିକ୍‌ କରନ୍ତୁ ।
  • ଏଠାରେ ସବୁଠୁ ଉପରେ 'Create' ଅପସନ ଦିଶିବ, ଏହା ଉପରେ କ୍ଲିକ୍‌ କରନ୍ତୁ ।
  • ଏବେ ସିନ୍‌ ସୃଷ୍ଟି କରିବା ଲାଗି ଟେକ୍ସଟ ରୂପରେ Prompt ଦିଅନ୍ତୁ ।
  • ଆପଣଙ୍କ ପସନ୍ଦ ମୁତାବକ ଷ୍ଟାଇଲ ଓ ଇଫେକ୍ଟ ଚୟନ କରନ୍ତୁ, ଭିଡିଓ ଜେନେରେଟ୍‌ କରନ୍ତୁ ।

Google Veo 2 ସମ୍ପର୍କରେ

ୟୁଟ୍ୟୁବ ଗତବର୍ଷ 'Made on YouTube' ଇଭେଣ୍ଟରେ Dream Screen ଫିଚର ଲଞ୍ଚ କରିଥିଲା, ଯେଉଁଥିରେ ୟୁଜର ଏଆଇ-ଜେନେରେଟେଡ୍‌ ବ୍ୟାକଗ୍ରାଉଣ୍ଡ ତିଆରି କରିପାରିବେ । ଏବେ Veo 2 ସାହାଯ୍ୟରେ ଏହି ଫିଚର ପୂର୍ବାପେକ୍ଷା ଅଧିକ ଆଡଭାନ୍ସ ହୋଇଛି । ଅର୍ଥାତ୍‌ ପୂର୍ବରୁ ଏହି ଫିଚର ବ୍ୟବହାର କରି କେବଳ ବ୍ୟାକଗ୍ରାଉଣ୍ଡ୍‌ ତିଆରି ହୋଇପାରୁଥିଲା, ଏବେ ସମ୍ପୂର୍ଣ୍ଣ ଭାବେ ଭିଡିଓ କ୍ଲିପ୍‌ ଜେନେରେଟ୍‌ ହୋଇପାରିବ ।

ଏହା ବି ପଢନ୍ତୁ
  1. YouTube କ୍ରିଏଟରଙ୍କ ପାଇଁ ଜବରଦସ୍ତ ଫିଚର; AI ସହିତ ରିମିକ୍ସ କରନ୍ତୁ ସଙ୍ଗ୍‌
  2. ଯେକୌଣସି ଭାଷାରେ ଅପଲୋଡ କରନ୍ତୁ ଭିଡିଓ; YouTube ଆଣିଲା Auto Dub ଫିଚର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.