ETV Bharat / entertainment

ଝିଅ ଜନ୍ମ ଦେଲେ ଦୀପିକା, ଏହି ନାଁ ରଖିବାକୁ ପରାମର୍ଶ ଦେଲେ ଫ୍ୟାନ୍ସ - Deepvir Baby Girl Name

author img

By ETV Bharat Entertainment Team

Published : Sep 9, 2024, 11:54 AM IST

ans Suggest Deepvir Baby Girl Name: ଦୀପିକା ପାଦୁକୋନ ଏବଂ ରଣଭୀର ସିଂ ବର୍ତ୍ତମାନ ପିତାମାତା ହୋଇଛନ୍ତି । ସେପ୍ଟେମ୍ୱର 8ରେ ଦୀପିକା ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି । ଏନେଇ ଏବେ ଦମ୍ପତିଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଥିବା ବେଳେ ଅନେକ ଫ୍ୟାନ୍ସ ଝିଅ ନାଁ ନେଇ ଅନେକ ନାମ ପରାମର୍ଶ ଦେଇଛନ୍ତି । ସେମାନେ କେଉଁ ନାମ ପରାମର୍ଶ ଦେଇଛନ୍ତି ? ଜାଣନ୍ତୁ ନାମ ଏବଂ ତାହାର ଅର୍ଥ.....

ଝିଅ ଜନ୍ମ ଦେଲେ ଦୀପିକା, ଏହି ନାଁ ରଖିବାକୁ ପରାମର୍ଶ ଦେଲେ ଫ୍ୟାନ୍ସ
ଝିଅ ଜନ୍ମ ଦେଲେ ଦୀପିକା, ଏହି ନାଁ ରଖିବାକୁ ପରାମର୍ଶ ଦେଲେ ଫ୍ୟାନ୍ସ (ETV Bharat Odisa, Instagram)

ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଜଣେ ମାଆ ହୋଇଛନ୍ତି । ରବିବାର ସକାଳେ ସେ ମୁମ୍ବାଇର ଏଚ୍.ଏନ୍ ରିଲାଏନ୍ସ ହସ୍ପିଟାଲରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ଶନିବାର ଦିନ ଠାରୁ ଦୀପିକାଙ୍କ କାର ଏଚଏମ ହସ୍ପିଟାଲ ବାହାରେ ଦେଖିବାକୁ ମିଳିଥିଲା । ଯାହା ପରେ ଫ୍ୟାନ୍ସମାନେ ବେବି ଖୁସି ଖବର ପାଇଁ ଅପେକ୍ଷା କରିଥିଲେ । ଅପେକ୍ଷାର ଅନ୍ତ ହୋଇଛି । ଏହି ଦମ୍ପତି ଇନଷ୍ଟା ପୋଷ୍ଟ ମାଧ୍ୟମରେ ଝିଅ ଜନ୍ମ ହୋଇଥିବା ଖୁସି ଖବର ଦେଇଥିଲେ । ସେପ୍ଟେମ୍ବର 8 ରେ, ଏହି ଦମ୍ପତି ପିତାମାତା ହୋଇଛନ୍ତି । ଏହି ଖବର ଶୁଣି ଏବେ ଦମ୍ପତିଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଥିବା ବେଳେ ଅନେକ ଫ୍ୟାନ୍ସ ଝିଅ ନାଁ ନେଇ ଅନେକ ନାମ ପରାମର୍ଶ ଦେଇଛନ୍ତି । ଆସନ୍ତୁ ଜାଣିବା ସେହି ନାମ କ’ଣ ଏବଂ ଏହାର ଅର୍ଥ କ'ଣ…

ଫ୍ୟାନ୍ସ କେଉଁ ନାମ ଦେଲେ ପରାମର୍ଶ ?

ଦୀପିକା ଗଣେଶ ପୂଜାର ଗୋଟିଏ ଦିନ ପରେ ମାଆ ହୋଇଥିବା ବେଳେ ଅନେକ ତାଙ୍କ ଝିଅଙ୍କ ନାଁ ଗଣେଶ ଜୀଙ୍କ ସହ ଯୋଡି ନା ପରାମର୍ଶ ଦେଇଛନ୍ତି । ଜଣେ ଫ୍ୟାନ୍ କହିଛନ୍ତି, "ମୁଁ ଚାହେଁ ଯେ ସେମାନେ ତାଙ୍କ ନାମ 'ରିଦ୍ଧି' କରନ୍ତୁ । ଏଥିରେ ଦୀପିକାଙ୍କର 'ଡି', 'ରଣଭୀରଙ୍କ 'ଆର' ଅଛି ଏବଂ ଏହା ସିଦ୍ଧବିନାୟକ ଗଣପତି ଜୀ ସହିତ ଜଡିତ (ଯେହେତୁ ତାଙ୍କ ଝିଅ ଗଣେଶ ଚତୁର୍ଥୀ ଅବସରରେ ଜନ୍ମ ହୋଇଛନ୍ତି) । ଅନେକ 'ରାଭିକା', 'ରୁହାନି' ଏବଂ 'ରାଧିକା' ନାମ ରଖିବାକୁ ପରାମର୍ଶ ଦେଇଛନ୍ତି ।

“ରାଭିକା ନାମର ଅର୍ଥ ହେଉଛି- ସୂର୍ଯ୍ୟଙ୍କ କିରଣ” (ଏଥିରେ ରଣଭୀରଙ୍କ 'ର,ଭି' ଦୀପିକାଙ୍କ 'କା' ରହିଛି)

''ରାଧିକା ନାମର ଅର୍ଥ ହେଉଛି- କୃଷ୍ଣଙ୍କର ପ୍ରିୟ, ଯିଏ ଆନନ୍ଦରେ ପରିପୂର୍ଣ୍ଣ, ଜଣେ ଧନୀ, ଦେବୀ ରାଧା କିମ୍ବା ଭଗବାନ କୃଷ୍ଣଙ୍କର ପ୍ରିୟ ।'' (ଏଥିରେ ରଣଭୀରଙ୍କ 'ର' ଦୀପିକାଙ୍କ 'କା' ରହିଛି)

''ରୁହାନୀ ଅର୍ଥ ଆଧ୍ୟାତ୍ମିକ, ପବିତ୍ର ଏବଂ ଈଶ୍ୱରୀୟ ।''

ତେବେ ଏଥିରୁ ଦୀପଭୀର କେଉଁ ନାଁ ନିଜ ଝିଅ ପାଇଁ ବାଛୁଛନ୍ତି କିମ୍ୱା ସେମାନେ କ'ଣ ଦେବେ? ତାହା ଉପରେ ସମସ୍ତଙ୍କ ନଜର ।

ଝିଅ ଜନ୍ମ ପରେ ରଣଭୀର ଏବଂ ଦୀପିକା ପ୍ରଥମ ପୋଷ୍ଟ କ’ଣ କରିଥିଲେ?

ଝିଅ ଜନ୍ମ ପରେ ଏହି ଦମ୍ପତି ଏକ ଫଟୋ ସେୟାର କରିଥିଲେ, ଯାହା ଗୋଲ୍ଡେନ ରିବନ୍ ଆକୃତିର । ଏହା ଭିତରେ ଲେଖାଥିଲା, “ଶିଶୁ କନ୍ୟାକୁ ସ୍ୱାଗତ! 8.9.2024, ଦୀପିକା ଏବଂ ରଣଭୀର ।” ଏହି ପୋଷ୍ଟ ପରେ କମେଣ୍ଟ ବର୍ଷା କରିଥିଲେ ଫ୍ୟାନ୍ସ ଓ ସେଲିବ୍ରିଟି । ଆଲିଆ ଭଟ୍ଟ, ପ୍ରିୟଙ୍କା ଚୋପ୍ରାଙ୍କ ଟାରୁ ଆରମ୍ଭ କରି ମଲାଇକା ଆରୋରା, ମାନୁଷି ଚିଲର, ଅର୍ଜୁନ କପୁର, ଅନନ୍ୟା ପାଣ୍ଡେ, କରିସ୍ମା କପୁର, ଇବ୍ରାହିମ ଅଲି ଖାନ, ସୋନାକ୍ଷୀ ସିହ୍ନା, ଓରି, କ୍ରିତି ସାନନଙ୍କ ସମେତ ଅନେକ ସେଲିବ୍ରେଟ ଏହି ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଆସିଲା ଗୁଡ୍ ନ୍ୟୁଜ୍, ମାଆ ହେଲେ ଦୀପିକା ପାଦୁକୋନ, ରଣଭୀରଙ୍କ ଘରକୁ ଆସିଲେ ଲକ୍ଷ୍ମୀ

ବିବାହର ୬ବର୍ଷ ପରେ ପିତାମାତା ହେଲେ ଦୀପିକା-ରଣଭୀର

ବିବାହର ୬ ବର୍ଷ ପରେ ପିତାମାତା ହୋଇଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ । ରଣଭୀର ଏବଂ ଦୀପିକା ମଧ୍ୟରେ ପ୍ରେମସମ୍ପର୍କ ୨୦୧୨ରେ ଆରମ୍ଭ ହୋଇଥିଲା । ଦୀର୍ଘ ବର୍ଷର ଡେଟିଂ ପରେ ଏହି ଦମ୍ପତି ନଭେମ୍ୱର 14, ୨୦୧୮ରେ ବିବାହ କରିଥିଲେ । ବିବାହର ୬ବର୍ଷ ପରେ ପିତାମାତା ହୋଇଛନ୍ତି ଦୀପଭୀର । ଉଭୟ ଚଳିତ ଫେବୃଆରୀରେ ପିତାମାତା ହେବା ଖୁସି ଖବର ଫ୍ୟାନ୍ସଙ୍କ ସହ ସେୟାର କରିଥିଲେ । ସେପ୍ଟେମ୍ୱରରେ କୁନି ଅତିଥି ଆସିବେ ବୋଲି ମଧ୍ୟ ଘୋଷଣା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.