ହାଇଦ୍ରାବାଦ: କ୍ୟାମେରା କ୍ବାଲିଟି ପାଇଁ ଭାରତୀୟ ବଜାରରେ ବେଶ ଲୋକପ୍ରିୟତା ଅର୍ଜନ କରିଛି ଆପଲ୍ ଆଇଫୋନ । ଯୁବପିଢି ଏବେ ଅଧିକାଂଶ ଆଇଫୋନ କିଣିବାକୁ ପସନ୍ଦ କରୁଛନ୍ତି । ଭାରତୀୟଙ୍କ ପସନ୍ଦକୁ ଆଖି ଆଗରେ ରଖି କମ୍ପାନୀ ପକ୍ଷରୁ ମଧ୍ୟ ଏହାର କ୍ବାଲିଟିକୁ ବୃଦ୍ଧି କରାଯାଇ ନୂଆ ସ୍ମାର୍ଟଫୋନର ବଜାର ପ୍ରବେଶ ହେଉଛି । ତେବେ ଆଜି ଆଇଫୋନ 16 ଆସୁ ଆସୁ ଏହାର ପୂର୍ବ ମଡେଲର ଦାମ ହଠାତ ଖସିବାରେ ଲାଗିଛି । ଯାହାକୁ କିଣିବାକୁ ଗ୍ରାହକଙ୍କ ଲାଇନ ଲାଗିଲାଣି ।
iPhone 15ରେ ବଡ଼ ଡିସକାଉଣ୍ଟ:-
- ଆଇଫୋନ 16 ଲଞ୍ଚ ହେବାକୁ ଥିବା ବେଳେ ଏହି ନୂଆଫୋନ ପାଇଁ ଜାଗା ବନାଇବା ଲାଗି ପୁରୁଣା ମଡେଲର ପ୍ରାଇସ ଡ୍ରପ୍ ହେଉଥିବା କୁହାଯାଉଛି ।
- iPhone 15 ଲଞ୍ଚ ହେବା ସମୟରେ ଏହାର ଦାମ Rs 79,600 ରହିଥିଲା ।
- ହେଲେ ଏବେ ଏହା ଗ୍ରାହକଙ୍କୁ Rs 9,601ଟଙ୍କା ଡିସକାଉଣ୍ଟ ପ୍ରଦାନ କରି Rs 69,999ରେ ବିକ୍ରି ହେଉଛି ।
- ଖାଲି ସେତିକି ନୁହେଁ, ବିଭିନ୍ନ ବ୍ୟାଙ୍କ ଅଫର ସହିତ ଏହାର ଦାମ ଆହୁରି କମ ରହୁଛି ।
- ଆମାଜନ ଓ ଫ୍ଲିପକାର୍ଟ ସାଇଟ୍ରେ ଆପଣଙ୍କୁ ଏହା ଏବେ କମ ଦାମରେ ମିଳିଯିବ ।
iPhone 14 ଉପରେ Rs 11,601 ଡିସକାଉଣ୍ଟ:-
- ଯଦି ଆପଣ iPhone 14 କିଣିବାକୁ ଚାହୁଁଛନ୍ତି, ତେବେ ବର୍ତ୍ତମାନ ଆପଣଙ୍କ ଲାଗି ସୁବର୍ଣ୍ଣ ସୁଯୋଗ ।
- iPhone 14 ଏବେ Rs 57,999 ଉପଲବ୍ଧ ରହିଛି । ଲଞ୍ଚ ସମୟରେ ଏହି ମଡେଲର ଦାମ Rs 69,600 ଥିଲା ।
- ଏବେ କମ୍ପାନୀ ଗ୍ରାହକଙ୍କୁ Rs 11,601 ଡିସକାଉଣ୍ଟ ପ୍ରଦାନ କରିଛି ।
- ଆଇଫୋନ 15 ପରି ଏହି ମଡେଲରେ ମଧ୍ୟ ବ୍ୟାଙ୍କ ଅଫର ସହିତ ଦାମ ଆହୁରି କମ ହୋଇପାରେ ।
କାହିଁକି କମୁଛି ଦାମ ?
- iPhone 14 ଓ iPhone 15ର ଦାମ କମିବା କମ୍ପାନୀର ଏକ ଷ୍ଟ୍ରାଟେଜି ।
- ନୂଆ ଫୋନ iPhone 16 ଆସୁଥିବାରୁ ଷ୍ଟୋରରୁ ପୁରୁଣା ମଡେଲ ହଟାଇବା ଲାଗି କମ୍ପାନୀ ଦାମ କମାଉଥିବା କୁହାଯାଉଛି ।
- କମ ଦାମରେ ଭଲ ଡିଲ୍ ମିଳୁଥିବାରୁ ଗ୍ରାହକ ଏହାର ସୁଯୋଗ ଉଠାଇବାର ଯଥେଷ୍ଟ ସମ୍ଭାବନା ରହିଛି ।
- ଗ୍ରାହକଙ୍କୁ ଆଜି ଲଞ୍ଚ ପର୍ଯ୍ୟନ୍ତ ଅପେକ୍ଷା କରିବାର ଆବଶ୍ୟକତା ରହିଛି । iPhone 16 ଲଞ୍ଚ ହେବା ମାତ୍ରେ ଏହାର ଦାମ ଆହୁରି କମିବାର ସମ୍ଭାବନା ରହିଛି ।