ରେମୁଣା ବ୍ଲକରେ ଯନ୍ତ୍ରୀଙ୍କ ଲାଞ୍ଚ ନେବା ଭିଡିଓ ଭାଇରାଲ
🎬 Watch Now: Feature Video
ବାଲେଶ୍ବର: ଜିଲ୍ଲାର ରେମୁଣା ବ୍ଲକରେ ଠିକାଦାରଙ୍କ ନିକଟରୁ ଜେଇମାନେ ଲାଞ୍ଚ ନେଉଥିବାର ଏକାଧିକ ଭିଡ଼ିଓ ଭାଇରାଲ ହେଉଛି । ଜଣେ ଠିକାଦାର ରେମୁଣା ବ୍ଲକ୍ କୁଳିଗାଁ ପଞ୍ଚାୟତରେ ୧ ଲକ୍ଷ ଟଙ୍କାରେ ରାସ୍ତାକାମ କରିଥିଲେ । ଆଉ ସେହି ରାସ୍ତାକାମ ପାଇଁ ଜେଇ ଠିକାଦାରଙ୍କ ଠାରୁ ୧୫ ହଜାର ଟଙ୍କାର ପିସି ଦାବି କରିଥିଲେ । ଠିକାଦାର ଜେଇଙ୍କୁ ଟଙ୍କା ଦେବା ସମୟରେ ଗୁପ୍ତରେ ଭିଡ଼ିଓ କରି ଭାଇରାଲ କରିଛନ୍ତି । ଏହି ଭିଡ଼ିଓରେ ଜେଇ ମଧ୍ୟ ୩୦ଟି ୫ଶହ ଟଙ୍କିଆ ନୋଟ ଗଣି ନେଉଛନ୍ତି । ଏହି ଭିଡିଓ ଏବେ ଜିଲ୍ଲାରେ ମୋବାଇଲରୁ ମୋବାଇଲ ଘୁରିବୁଲୁଛି । ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ