ETV Bharat / state

ରାଜ୍ୟରେ କମିବ ତାତି, 3ରୁ 5 ଡିଗ୍ରୀ ଖସିବ ତାପମାତ୍ରା - IMD ODISHA WEATHER UPDATE

ଓଡ଼ିଶାରେ କମିବ ଖରାର ପ୍ରକୋପ । ୩ରୁ ୫ ଡ଼ିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରସା ପାଇବ । କିଛି ସ୍ଥାନରେ ଦୃଶ୍ୟମାନ ହେବ କୁହୁଡ଼ି ।

IMD Odisha Weather Predictions
IMD Odisha Weather Predictions (ETV Bharat Odisha)
author img

By ETV Bharat Odisha Team

Published : Feb 12, 2025, 5:38 PM IST

ଭୁବନେଶ୍ବର: ତାତିରୁ ମିଳିବ ଆସ୍ବସ୍ତି । ଗତ କିଛିଦିନ ହେବ ରାଜ୍ୟରେ ଖରାର ପ୍ରକୋପ ଦେଖିବାକୁ ମିଳୁଥିବା ବେଳେ ବର୍ତ୍ତମାନ ପାରଦ ତଳମୁହାଁ ହୋଇଛି । ରାତି ସହ ଦିନର ତାପମାତ୍ରା କମିବ ୩ ଦିନ ପରେ ଆହୁରି କମିବ ତାତି । ୩ରୁ ୫ ଡ଼ିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରସା ପାଇବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଫଳରେ ଆଗାମୀ ୪ରୁ ୫ ଦିନ ଯାଏ ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିବ ।

IMD Odisha Weather Predictions (ETV Bharat Odisha)

କମିବ ଖରା:

ବର୍ତ୍ତମାନ ଉପକୂଳ ଜିଲ୍ଲାମାନଙ୍କରେ ତାପମାତ୍ରା ସ୍ଵାଭାବିକରୁ ୨ରୁ ୩ ଡିଗ୍ରୀ ଅଧିକ ରହିଛି । ସେହିପରି ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୩ରୁ ୫ ଡିଗ୍ରୀ ସ୍ଵାଭାବିକ ତାପମାତ୍ରାରୁ ଅଧିକ ରହିଛି । ତେବେ ରାତିର ତାପମାତ୍ରା ହ୍ରାସ ପାଇବ । ଆଗାମୀ ୩ରୁ ୪ ଦିନ ମଧ୍ୟରେ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବା ସହ ଗରମ ମଧ୍ୟ କମ ହେବ । ସେପଟେ ବର୍ତ୍ତମାନ ରାଜ୍ୟରେ ଘନ କୁହୁଡିକୁ ନେଇ କୌଣସି ସତର୍କ ସୂଚନା ନାହିଁ । ଆଗାମୀ ୩ ଦିନ ଯାଏଁ ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଦୃଶ୍ୟମାନ ହେବ । ବିଶେଷ କରି ଉତ୍ତର ଉପକୂଳ ଓଡ଼ିଶାରେ ଅନେକ ସ୍ଥାନରେ କୁହୁଡି ଦେଖାଯିବ । ମୋଟାମୋଟି ଭାବେ ୫ ଦିନ ଯାଏ ପାଗ ଶୁଖିଲା ରହିବ ସହ ପାଣିପାଗର ସ୍ଥିତି ସ୍ୱାଭାବିକ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଏହା ମଧ୍ୟ ପଢ଼ନ୍ତୁ...

୨ ଦିନ ପରେ କମିପାରେ ତାତି, ମିଳିବ ଆଶ୍ବସ୍ତି

ଟାଣ ଖରାରେ କଲବଲ ରାଜ୍ୟବାସୀ, ୩ ଦିନରେ ପୁଣି ବଢିବ ତାତି

କେଉଁଠି କେତେ ତାପମାତ୍ରା:

ଅନ୍ୟପଟେ ଗତ ୨୪ ଘଣ୍ଟାରେ ଝାରସୁଗୁଡାରେ ସର୍ବାଧିକ ୩୬.୬ ଡିଗ୍ରୀ ଓ ରାଉଲକେଲା ସର୍ବନିମ୍ନ ତାପମାତ୍ରା ୧୩.୧ ଡ଼ିଗ୍ରୀ ରେକର୍ଡ କରାଯାଇଛି। ସେହିପରି ପାହାଡିଆ ଅଞ୍ଚଳ ଭାବରେ ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା 12.6 ଡିଗ୍ରୀ ରେକର୍ଡ କରାଯାଇଛି । ଏହାସହ ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୩୩.୬ ଡିଗ୍ରୀ ଏବଂ ସର୍ବନିମ୍ନ ତାପମାତ୍ରା ୨୧.୨ ଡିଗ୍ରୀ ରେକର୍ଡ କରାଯାଇଛି । କଟକରେ ଗତକାଲି ସର୍ବାଧିକ ତାପମାତ୍ରା ୩୨.୬ ଡ଼ିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସର୍ବନିମ୍ନ ତାପମାତ୍ରା ୨୦.୦ ଡିଗ୍ରୀ ରେକର୍ଡ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.