ETV Bharat / state

ରାଜଧାନୀରେ ହଷ୍ଟେଲ ଓ ମେସ୍‌ ଦେଖି ଲୁଟୁଛନ୍ତି, ସିସିଟିଭିରେ ଲୁଟ୍‌ ଦୃଶ୍ୟ - LOOT FROM HOSTELS

ରାଜାଧାନୀରେ ବିଗତ ତିନି ମାସ ଧରି ଏମିତି ଆତଙ୍କ ଖେଳାଇଛନ୍ତି କିଛି ଦୁର୍ବୃତ୍ତ। ଯାହାର ଚିତ୍ର ଦେଖିଲେ ଆପଣ ହେବେ ଆଶ୍ଚର୍ଯ୍ୟ ।

ରାଜଧାନୀରେ ହଷ୍ଟେଲ ଓ ମେସ୍‌ ଦେଖି ଲୁଟ
ରାଜଧାନୀରେ ହଷ୍ଟେଲ ଓ ମେସ୍‌ ଦେଖି ଲୁଟ (ETV Bharat)
author img

By ETV Bharat Odisha Team

Published : Feb 12, 2025, 8:03 PM IST

ଭୁବନେଶ୍ବର: ହଷ୍ଟେଲ ଓ ମେସ୍‌ରେ ରହୁଥିଲେ ହୁସିଆର। ଆପଣଙ୍କ ଘରେ ପଶିପାରନ୍ତି ଅଜଣା ଦୁର୍ବୁତ୍ତ। ଲୁଟି ନେଇ ପାରନ୍ତି ଆପଣଙ୍କ ଦାମୀ ଜିନିଷ। ରାଜାଧାନୀରେ ବିଗତ ତିନି ମାସ ଧରି ଏମିତି ଆତଙ୍କ ଖେଳାଇଛନ୍ତି କିଛି ଦୁର୍ବୃତ୍ତ। ଯାହାର ଚିତ୍ର ମଧ୍ୟ ଆସିଛି ସାମ୍ନାକୁ । ଯାହା ଦେଖିଲେ ଆପଣ ହେବେ ଆଶ୍ଚର୍ଯ୍ୟ । ସହରର ବିଭିନ୍ନ ଥାନା ଅଞ୍ଚଳରେ ଏମାନଙ୍କ ଲୁଟ ଓ ଚୋରିର ହେଉଛି ଅଭିଯୋଗ ।

ସିସିଟିଭିରେ ଲୁଟ ଦୃଶ୍ୟ (ETV Bharat)

ବିଶେଷ କରି ଏମାନେ ସଦଳବଳ ହୋଇ କେଉଁଠି ବୁଲୁଛନ୍ତି ତ ଆଉ କେଉଁଠି ଏକୁଟିଆ ଅଜଣା ଭାବେ ଗଳି କନ୍ଦିରେ ବୁଲୁଛନ୍ତି। ସୁବିଧା ଦେଖି ହଷ୍ଟେଲ, ମେସ୍‌ ଓ ବ୍ୟାଚେଲର ରହୁଥିବା ଘର ଉପରେ ନଜର ରଖୁଛନ୍ତି। ଯେଉଁଠି ଇଞ୍ଜିନିୟରିଂ ବା ପାଠ ପଢୁଆ ପିଲା ରହୁଛନ୍ତି ତାକୁ ଲକ୍ଷ୍ୟ କରୁଛନ୍ତି। ସକାଳ ସମୟରେ ଏମାନେ ଘରେ ପଶୁଛନ୍ତି । ପିଲାଙ୍କ ଲାପଟପ, ମୋବାଇଲ, ଦାମୀ ଘଣ୍ଟା ବା କୌଣସି ଦାମୀ ଜିନିଷ ଦେଖିଲେ ଧରି ତୁରନ୍ତ ଛୁ ମାରୁଛନ୍ତି। ବିଶେଷ କରି ଅଧିକାଂଶ କଲେଜ ଓ ଶିକ୍ଷାନୁଷ୍ଠାନ ଥିବା ଅଞ୍ଚଳରେ ଏମାନେ ସକ୍ରିୟ ହୋଇଛନ୍ତି ।

  • ହଷ୍ଟେଲ ଓ ମେସ୍‌ରୁ ଚୋରି

ପାଠ ପଢ଼ିବାକୁ ଆସିଥିବା ପିଲାଙ୍କ ମୋବାଇଲ ଓ ଲାପଟପ ସବୁ ନେଇ ହଷ୍ଟେଲ ଭିତରୁ ଛୁ ମାରୁଛନ୍ତି। ଏଭଳି ଘଟଣା ସାମ୍ନାକୁ ଆସିଛି ବିଭିନ୍ନ ଥାନା ଅଞ୍ଚଳରୁ‌। ଅଭିଯୋଗକାରୀ ଶିବ ସୁନ୍ଦର ପଣ୍ଡା କହିଛନ୍ତି ‘‘ଗତ ୧୧ ତାରିଖରେ ଖଣ୍ଡଗିରି ଥାନା ଜାଗମରା ଅଞ୍ଚଳରେ ସେ ଏକ ତିନି ମହଲାରେ ରୁହନ୍ତି । ଯେଉଁଠି ଅନେକ ପିଲା ମେସ କରି ଭଡାରେ ରହୁଛନ୍ତି । ଗତ ୧୦ ତାରିଖରେ ସକାଳ ୬ଟା ୩୦ରୁ ୫୦ ଭିତରେ ଜଣେ କେହି ପଶି ତିନି ମହଲା କୋଠାରୁ ତାଙ୍କର ବ୍ୟାଗ ନେଇକି ଯାଇଛନ୍ତି । ଯେଉଁଥିରେ ସେ ତାଙ୍କର ମୋବାଇଲ ,ଆପଲ ଓ୍ବାଚ ଓ ମୋବାଇଲ ରଖିଥିଲେ । ଦୁର୍ବୃତ୍ତ ତାଙ୍କ ସାଙ୍ଗର ମୋବାଇଲ ମଧ୍ୟ ନେଇକି ଯାଇଛନ୍ତି। ପଡୋଶୀଙ୍କ ବିଲ୍ଡିଂ ରେ ଲାଗିଥିବା ସିସିଟିଭିରୁ ଜଣାପଡିଛି ଯେ ଜଣେ ଦୁର୍ବୃତ୍ତ ଏକ ବ୍ୟାଗ ନେଇକି ଯାଉଛି ଯେଉଁଠି ତାଙ୍କ ବ୍ୟାଗ ରହିଛି। ଏନେଇ ସେ ପୋଲିସ କୁ ମଧ୍ୟ ଜଣାଇଛନ୍ତି’’।

ପୋଲିସ ଏକ ମାମଲା ରୁଜୁ କରି ଅପରାଧୀକୁ ଖୋଜୁଛନ୍ତି। ଏକ ଘରୋଇ ଇଞ୍ଜିନିୟରିଂ କଲେଜର ବିଟେକ ଛାତ୍ର ଅଭିଯୋଗକାରୀ ଅଭିଶେକ ଚନ୍ଦ୍ର ଗତ ମାସରେ ଇନଫୋ ଭାଲି ଥାନା ଅନ୍ତର୍ଗତ ଗୋହିରା ଛକ ନିକଟରେ ଏକ ହଷ୍ଟେଲରେ ରହୁଥିଲେ। ହଠାତ୍ ସକାଳ ସମୟରେ ଦେଖିବାକୁ ପାଇଲେ ଯେ ତାଙ୍କ ହଷ୍ଟେଲ ଭିତରୁ ତିନୋଟି ଲାପଟପ୍ ଓ ଦୁଇ ଗୋଟି ମୋବାଇଲ ଚୋରି ହୋଇଛି। ଏନେଇ ସେମାନେ ଇନଫୋଭାଲି ଥାନାରେ ଜଣାଇଥିଲେ‌ । ତେବେ ଏଭଳି ଭାବେ କିଛି ଦୁର୍ବୁତ୍ତ ସକାଳ ସମୟରେ ଏପରି ହଷ୍ଟେଲରେ ପିଲାଙ୍କ ଯିବା ଆସିବା ଭିତରେ ଅଚିହ୍ନା ପରି କେହି ଯେପରି ନଜାଣି ପାରିବେ ପଶି ଜିନିଷ ନେଇ ଛୁ ମାରୁଛନ୍ତି। କେବଳ ସେତିକି ନୁହେଁ ସହର ଉପରେ ଗତ ଡ଼ିସେମ୍ବର ୧୬ତାରିଖ ବେହେରା ସାହି ନୟାପଲ୍ଲୀ ଥାନା ଅଂଚଳରେ ମଧ୍ୟ ପ୍ଲଟ ନମ୍ବର ୫୫୦ରେ ଥିବା ଏକ ହଷ୍ଟେଲରେ ପଶି ସେଠାରୁ ତିନି ଜଣ ପିଲାଙ୍କ ମୋବାଇଲ ସହ ଲାପଟପ୍ ମଧ୍ୟ ସକାଳୁ ସକାଳୁ ଚୋରାଇ ନେଇଛନ୍ତି।

  • ତିନି ମାସରେ ଚୋରି ଆତଙ୍କ

ସିସିଟିଭି ଚେକ୍ ପରେ ଦେଖିବାକୁ ପାଇଥିଲେ ଯେ ଜଣେ ମହିଳା ଦୁଇ ଜଣ ଛୁଆଙ୍କ ସହ ଘରେ ପଶି ମୋବାଇଲ ନେଇ‌ ଛୁ ମାରୁଛନ୍ତି । ଏନେଇ ସେମାନେ ନୟାପଲ୍ଲୀ ଥାନାରେ ରିପୋର୍ଟ ଦେଇଛନ୍ତି। ହେଲେ ଥାନାରୁ ଜାଣିବାକୁ ପାଇଛନ୍ତି ଯେ କେବଳ ସେଇ ଘଟଣା ନୁଆ ନୁହେଁ ଏଭଳି ଢଙ୍ଗରେ ପାଖାପାଖି ଦୁଇ ତିନୋଟି ହଷ୍ଟେଲରେ ଏକାବେଳେ ଚୋରିର ରିପୋର୍ଟ ହୋଇଛି। ସହରରେ ଏକ ଗ୍ୟାଙ୍ଗ ସ୍ବତନ୍ତ୍ର ଆକ୍ଟିଭ ହୋଇଛନ୍ତି ଯେଉଁ ମାନେ ବିଗତ ଡିସେମ୍ବରରୁ ଫେବୃଆରି ସୁଦ୍ଧା ପାଖାପାଖି ୩୦ରୁ ଉର୍ଦ୍ଧ୍ବ ହଷ୍ଟେଲରେ ଏଭଳି ଘଟଣା ଘଟାଇଛନ୍ତି । ଯାହାକି ବିଭିନ୍ନ ଥାନା ଅଂଚଳରେ ରିପୋର୍ଟ ହୋଇଛି।

  • କମିଶନର କହିଲେ ନଜର ରଖିଛୁ

ପୋଲିସ କମିସନର ସୁରେଶ ଦେବଦତ୍ତ ସିଂ କହିଛନ୍ତି ‘‘ଯେଉଁଠି ବି ଚୋରି ବା ଲୁଟ୍ ଉଦ୍ୟମ ଅଛି ସେଠାରେ ସୁରକ୍ଷା ତୃଟି ରହିଛି । ସିସିଟିଭି ଫିଡ ,ଲୋକ ମାନଙ୍କ ସୁଚନା, ଗୁଇନ୍ଦା ସୁଚନା‌ ଓ ପାଟ୍ରୋଲିଂ ପାର୍ଟିର ସଂଦେହ ପରିସରଭୁକ୍ତ ନେଇ ଆସୁଥିବା ଖବର ଉପରେ ଆମେ ନଜର ରଖିଛୁ ’’। ସେପଟେ ପୂର୍ବତନ ପୋଲିସ ଆଇଜି ବଟ କୃଷ୍ନ ତ୍ରିପାଠି କହିଛନ୍ତି ‘‘ କ୍ରାଇମ୍ ବଢୁଛି କାରଣ କ୍ରିମିନାଲ ଇଣ୍ଟେଲିଜେନସ କମି ଯାଉଛି । ପୋଲିସ ଥିଲେ ସିନା କ୍ରିମିନାଲ ଇଣ୍ଟେଲିଜେନସ ସଂଗ୍ରହ ପାଇଁ ସମୟ ଦେଇପାରିବ। ଏସବୁ ଦିଗ ଉପରେ ନଜର ରଖି ପାରିବ। ପୋଲିସ ରହିଲେ ତ ସେମାନେ ବୁଲିବା ଦରକାର। ସାଧା ପୋଷାକରେ ରହିବା ଦରକାର। ତଥ୍ୟ ସଂଗ୍ରହ କରିବା ଦରକାର । କେଉଁଠି କଣ ହେଉଛି ଜାଣିବା ଦରକାର। ତାହାଲେ ଏଭଳି ଅପରାଧିକ ଗତିବିଧି ଜାଣିହେବ । ପୋଲିସ ଯେତିକି ଦରକାର ଗୋଟେ ଥାନା ପାଇଁ ବା ଜିଲ୍ଲା ପାଇଁ ସେତିକି ନାହାନ୍ତି ଫଳରେ କଂଗ୍ରେସର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି କରିପାରୁଛନ୍ତି ’’।

ଏନେଇ ଅଧ୍ୟାପକ ପ୍ରଶାନ୍ତ କୁମାର ଦିକ୍ଷିତ କହିଛନ୍ତି ‘‘ଏମାନେ ଏଇଭଳି ଆସୁଛନ୍ତି ମଉକା ଦେଖି କେହି ଥିଆନ୍ତୁ ବା ନଥାନ୍ତୁ ସେମାନେ ହଷ୍ଟେଲରେ ପଶୁଛନ୍ତି । ଯଦି ଗୋଟିଏ ରୁମ ପିଲା ଅନ୍ୟ ରୁମ ପିଲା ବିଷୟରେ ଜାଣି ପାରୁନାହାନ୍ତି ଯେ ସେ ପିଲା ତାଙ୍କ ହଷ୍ଟେଲ ପିଲା କି ନାହିଁ ବୋଲି। ଏପରିକି ଏହି ମଉକାରେ କେଉଁ ପିଲା ସକାଳୁ କ୍ଲାସ୍ ଯାଉଥିବ, ହଷ୍ଟେଲ ଖୋଲା ଥିବ ଅନ୍ୟ ମାନେ ଶୋଇଥିବେ ସେହି ମଉକାରେ ଏମାନେ ପର୍ସ, ମୋବାଇଲ, ଲାପଟପ ଘଣ୍ଟା ଏମିତି ନେଇ ଛୁ ମାରୁଛନ୍ତି। ଫଳରେ ଶୋଇଥିବା ପିଲା ବି ସଂଦେହ କରି ପାରୁନାହାନ୍ତି କାରଣ ସେମାନେ ଭାବୁଛନ୍ତି ତାଙ୍କ ହଷ୍ଟେଲ ଭିତରେ ପିଲା କିଏ ବୁଲୁଛି ବା ଚୋରି କରୁଛି ବୋଲି। ସମସ୍ତେ ଆଲର୍ଟ ହେବା ଦରକାର । ହଷ୍ଟେଲ ହେଉ ବା ମେସ ହେଉ କେତେ କଷ୍ଟରେ ପିଲା ତାଙ୍କ ଘରେ ବାପା ମା ପାଠ ପଢ଼ାଇବା କୁ ବାହାରକୁ ଛାଡିଛନ୍ତି ।ମୋବାଇଲ ହେଉ ବା ଲାପଟପ୍ ହେଉ କେତେ କଷ୍ଟରେ କିଣି ସେମାନେ ପାଠ ପଢୁଛନ୍ତି। ସେମାନଙ୍କ ପାଠ ପଢ଼ା ସମ୍ପର୍କିତ ବା ବ୍ୟକ୍ତିଗତ ତଥ୍ୟ ମୋବାଇଲରେ ରହୁଛି। ସେସବୁ ଜିନିଷ ଯଦି ଚୋରି ହୋଇଯିବ ନିଶ୍ଚୟ କଷ୍ଟ ହେବ ଓ ଏବଂ ପିଲାଙ୍କ ପାଇଁ ଏକ ପ୍ରକାର ଯନ୍ତ୍ରଣା ଦାୟକ । ତେଣୁ ସବୁ ପିଲା ସତର୍କ ରହିବା ଦରକାର । ହଷ୍ଟେଲ ଲକ୍ କରିବା ସହ ନିଜ ଭିତରେ ଅଜଣା ଅଚିହ୍ନା ପିଲାଙ୍କ ଗତିବିଧି ଉପରେ ନଜର ରଖିବା ଦରକାର ନଚେତ ଏପରି ଲୁଟର ଶିକାରରୁ ବର୍ତ୍ତିବା ଅସମ୍ଭବ’’ ।

ଚୋରି ରେକର୍ଡ

  • ତଥ୍ୟ କହୁଛି ୨୦୨୩ରେ ଘରେ କେହି ନଥିବା ବେଳେ ୧୯୪୩ ଟି ଚୋରି ମାମଲା ସାମନାକୁ ଆସିଛି ।
  • ୨୦୨୪ରେ ୧୮୧୯ଟି ଚୋରି ଘଟଣାରେ ମାମଲା ରୁଜୁ ହୋଇଛି।
  • ୨୦୨୩ରେ ୧୪ଟି ସଦଳବଳ ଅପରାଧି ଡକାୟତି ହୋଇଥିବା ବେଳେ ୨୦୨୪ରେ ୬ଟି ଡକାୟତି ହୋଇଛି।
  • ୨୦୨୩ରେ ୫୮୭ଟି ରାହାଜାନି ହୋଇଥିବା ବେଳେ ୨୦୨୪ରେ ୩୯୨ଟି ହୋଇଛି।
  • ୨୦୨୩ରେ ୪୬୫ଟି ସିନ୍ଧି ଚୋରି ହୋଇଥିବା ବେଳେ ୨୦୨୪ରେ ୩୬୯ଟି ସିନ୍ଧି ଚୋରି ହୋଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.