ବିଶ୍ବପ୍ରସିଦ୍ଧ ମହାକୁମ୍ଭ ମେଳାର ଦିନ ସରୁଛି । ବଢୁଛି ରାଜସ୍ବ । ଦେଶ ଅର୍ଥନୀତିରେ ମହାକୁମ୍ଭ ମେଳାର ଅବଦାନ ଯୋଡି ହେଉଥିବା ବେଳେ ମାଲାମାଲ ହେଉଛନ୍ତି ଛୋଟ ଛୋଟ ବେପାରୀ । ବିଶ୍ବର ସର୍ବବୃହତ ଧାର୍ମିକ ପର୍ବ ଏବେ ଦେଶ ଅର୍ଥନୀତିକୁ ସୁଦୃଢ କରିବାକୁ ଛିଡା ହୋଇଛି । ବର୍ତ୍ତମାନ ସୁଦ୍ଧା କୁମ୍ଭରେ 44 କୋଟି ଶ୍ରଦ୍ଧାଳୁ ବୁଡ ପକାଇ ସାରିଲେଣି । ଆଉ ଏହାରି ମଧ୍ୟରେ 50 କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବ୍ୟବସାୟ ହୋଇଥିବା ଅନୁମାନ କରାଯାଉଛି ।
![ମହାକୁମ୍ଭ ମେଳାରେ ରାଷ୍ଟ୍ରପତି](https://etvbharatimages.akamaized.net/etvbharat/prod-images/12-02-2025/20250210126l_1202newsroom_1739333107_911.jpg)
ଧର୍ମ, ରାଜନୀତି ଓ ଅର୍ଥନୀତି ଭାରତରେ ପରସ୍ପର ସହ ଜଡିତ ଏହାକୁ ପ୍ରମାଣିତ କରି ଦେଇଛି ବିଶ୍ବପ୍ରସିଦ୍ଧ ମହାକୁମ୍ଭ ମେଳା । ଜଣେ ଟ୍ୟାକ୍ସି ଡ୍ରାଇଭର କହିଛନ୍ତି ‘‘ଆମ ପ୍ରୟାଗରାଜ ସହରରେ ସମସ୍ତେ ଏବେ ଜଣେ ଜଣେ ବ୍ୟବସାୟୀ । ସହରର 70 ଲକ୍ଷ ଜନସଂଖ୍ୟାଙ୍କ ରୋଜଗାର ଏବେ ଦୁଇଗୁଣା ହୋଇଯାଇଛି । 6 ସପ୍ତାହ ଧରି ଚାଲିଥିବା ମହାକୁମ୍ଭ ମେଳା ପାଇଁ ରାଜ୍ୟର ଭିତ୍ତିଭୁମି ବିକାଶରେ ବଢ ଆକାରର ପାଣ୍ଠି ଯୋଗାଇ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି’’ ।
- କୁମ୍ଭ ଦେଲା ରୋଜଗାର
37 ବର୍ଷୀୟ କୁମାର କହିଛନ୍ତି ‘‘ ସହରର ଆଶ୍ଚର୍ଯ୍ୟକର ପରିବର୍ତ୍ତନ ଦେଖୁଛୁ । ଯୁଆଡେ ଚାହିଁଲେ ସିଆଡେ ନୂଆ ରାସ୍ତା,ବ୍ରିଜ, ଅତିରିକ୍ତ ରେଳ ଓ ବିମାନ ସେବା, ନୂଆ ହୋଟେଲ, ରେସ୍ତୋରାଁ ଆଦି ଖୋଲିଛି । କୁମ୍ଭ ଯୋଗୁଁ ନିଯୁକ୍ତିର ଅବସର ମିଳିଛି । ପରିବହନ, ଖାଦ୍ୟ ଭଳି ସେବା କ୍ଷେତ୍ରରେ ରୋଜଗାରର ବାଟ ବାହାରିଛି । ମୋ ନିଜ ରୋଜଗାର ଅଲଗା ଦିନ ଗୁଡିକ ଅପେକ୍ଷା 8 ଗୁଣ ବୃଦ୍ଧି ପାଇଛି । ସେ କହିଛନ୍ତି ଏହି ସମୟ ମଧ୍ୟରେ ମୁଁ 18 ରୁ 20 ଘଣ୍ଟା କାମ କରିଛି । ବହୁତ କମ ସମୟ ବିଶ୍ରାମ ନେଇଛି । କିନ୍ତୁ ମୁଁ ଏକା ନୁହେଁ ମୋ ଭଳି ଅନେକ ଲୋକେ ଉପକୃତ ହୋଇଛନ୍ତି । ଏହା ସମସ୍ତଙ୍କ ପାଇଁ ଏକ ଜୀବନ ପରିବର୍ତ୍ତନକାରୀ ସମୟ ’’।
![ମହାକୁମ୍ଭ ମେଳା](https://etvbharatimages.akamaized.net/etvbharat/prod-images/12-02-2025/pti02_12_2025_000020a_1202newsroom_1739333107_227.jpg)
ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ତଥା ମୋଦୀଙ୍କ ଭାରତୀୟ ଜନତା ପାର୍ଟି (ବିଜେପି) ର ନେତୃତ୍ୱରେ ରାଜ୍ୟ ସରକାର ମହାକୁମ୍ଭ ମେଳା ଭଳି ଏତେ ବଡ ଧାର୍ମିକ ମହୋତ୍ସବର ଆୟୋଜନ ଓ ପରିଚାଳନା କରୁଛନ୍ତି । କୌଣସି ଧାର୍ମିକ ଉତ୍ସବକୁ ସରକାରୀ ରିପୋର୍ଟ ଆଧାରରେ ତୁଳନା କରିବା ଅସମ୍ଭବ ଅଟେ । କିନ୍ତୁ ଆଲୋଚକଙ୍କ କହିବା କଥା ଯେ ହିନ୍ଦୁ ରାଷ୍ଟ୍ରବାଦୀ ନେତା କେବଳ କୁମ୍ଭମେଳା ଦ୍ବାରା ରାଜନୈତିକ ରୁଟି ସେକୁଛନ୍ତି ।
![ମହାକୁମ୍ଭ ମେଳାରେ ମୋଦି](https://etvbharatimages.akamaized.net/etvbharat/prod-images/12-02-2025/20250205511l_1202newsroom_1739333107_488.jpg)
- କୁମ୍ଭରୁ ଆୟ ଆମେରିକା ଜନସଂଖ୍ୟା ସହ ସମାନ
ସର୍ଭିଲାନ୍ସ କ୍ୟାମେରା ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସରୁ କୁମ୍ଭମେଳାରେ 435 ନିୟୁତରୁ ଅଧିକ ଶ୍ରଦ୍ଧାଳୁ କୁମ୍ଭମେଳାରେ ବୁଡ ପକେଇଥିବା ଜଣାପଡିଛି । ଆଦିତ୍ୟନାଥ ପ୍ରୋଜେକ୍ଟରୁ 24 ବିଲିଅନ ଡଲାର ରୋଜଗାର ଆଶା କରାଯାଉଥିବା ବେଳେ କୁମ୍ଭମେଳାରୁ ସେତିକି ରୋଜଗାର ହୋଇଛି । ଯାହାକି ଅର୍ଥନୀତିକୁ ସୁଦୃଢ କରିବ ବୋଲି ଆଶା କରାଯାଉଛି । ଏହି ଆୟ ଆମେରିକା ଓ କାନାଡାର ଜନସଂଖ୍ୟା ଓ ଆର୍ମେନିଆର ବାର୍ଷିକ ଜିଡିପି ସହ ସମାନ । ଏହି ସଂଖ୍ୟା ବିଶ୍ବର ସର୍ବବୃହତ ଜନସଂଖ୍ୟା ବହୁଳ ରାଷ୍ଟ୍ର ଭାରତ ପାଇଁ ଆଶ୍ଚର୍ଯ୍ୟକର ତଥ୍ୟ ।
![ମହାକୁମ୍ଭ ମେଳା](https://etvbharatimages.akamaized.net/etvbharat/prod-images/12-02-2025/pti02_12_2025_000022b_1202newsroom_1739333107_270.jpg)
ଆସୋସିଏଟେଡ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିର ସଭାପତି ଦେବେନ୍ଦ୍ର ପ୍ରତାପ ସିଂ କହିଛନ୍ତି ‘‘ଏତେ ବଡ ଆୟୋଜନ ପାଇଁ ଆମ ଅର୍ଥନୀତି ସୁଦୃଢ ହୋଇଛି । ଏହା ପାଖାପାଖି 3000 କୋଟିରେ ପହଞ୍ଚିଛି । ଆମେ ପ୍ରତିଟି କ୍ଷେତ୍ରରେ ଉପକୃତ ହେଇଛୁ । ସେ ହୋଟେଲ, ଖାଦ୍ୟ କି ପରିବହନ ହେଉ ସବୁ ସେବା କ୍ଷେତ୍ରରେ ଆମେ ଲାଭବାନ ହୋଇଛୁ’’ ।
![ମହାକୁମ୍ଭ ମେଳା](https://etvbharatimages.akamaized.net/etvbharat/prod-images/12-02-2025/pti02_12_2025_000024b_1202newsroom_1739333107_383.jpg)
- ‘ଭଗବାନ ଭାରତର ଅର୍ଥବ୍ୟବସ୍ଥାକୁ ଚଳାଉଛନ୍ତି’
ଏହି ଧାର୍ମିକ ମହୋତ୍ସବ ଯୋଗୁଁ ପର୍ଯ୍ୟଟନ କ୍ଷେତ୍ରରେ ରାଜ୍ୟ ଟ୍ୟାକ୍ସ ଓ ଫି’ ଆଧାରରେ 300 କୋଟି ଟଙ୍କା ରାଜସ୍ବ ଆଦାୟ କରିବ ବୋଲି ଲକ୍ଷ୍ୟ ରଖିଛି । ନିକଟରେ ଦ ଇକୋନୋମିକ ଟାଇମ୍ସ ଖବର କାଗଜ ଏକ ରିପୋର୍ଟରେ କହିଥିଲା ଯେ ‘‘କେମିତି ଭଗବାନ ଭାରତର ଉପଭୋକ୍ତା ଅର୍ଥବ୍ୟବସ୍ଥାକୁ ଚଳାଉଛନ୍ତି ’’। କୁମ୍ଭ ଭାରତୀୟ ଅର୍ଥବ୍ୟବସ୍ଥାର ଏକ ବଡ ସଞ୍ଚାଳକ ରୂପେ ଉଭା ହୋଇଛି । ପର୍ବପର୍ବାଣୀ ଚକ୍ରର ଏହା ସବୁଠାରୁ ବଡ ଦୃଶ୍ୟମାନ ପଦକ୍ଷେପ । ପ୍ରମୁଖ ଘରୋଇ ବ୍ରାଣ୍ଡ କୁମ୍ଭକୁ ଏକ ଭଲ ଅବସର ରୂପେ ବାଛି ନେଇଥିଲେ । କାହିଁକି ନା ସେମାନେ ଦୋକାନ ଖୋଲି ନିଜର ବିଜ୍ଞାପନ ଦେଉଛନ୍ତି । ନଦୀ କୂଳ ଟେଣ୍ଟ ସିଟିରେ ଯେଉଁଠି କୋଟି କୋଟି ଲୋକେ ବୁଡ ପକାଇବାକୁ ଆସନ୍ତି ବିକ୍ରେତା ସେଠାରେ ପୋଷାକ ଠୁ ଖାଦ୍ୟ, ପ୍ରାର୍ଥନା ସାମଗ୍ରୀ, ଫୁଲ ଓ ପୂଜା ସାମଗ୍ରୀ ବିକ୍ରି କରିଥାନ୍ତି ।
![ମହାକୁମ୍ଭ ମେଳା](https://etvbharatimages.akamaized.net/etvbharat/prod-images/12-02-2025/pti02_12_2025_000029b_1202newsroom_1739333107_94.jpg)
- କୁମ୍ଭମେଳାରୁ 2 ଲକ୍ଷ କୋଟି ଟଙ୍କା ରାଜସ୍ବ
ମହାକୁମ୍ଭ ମେଳାରେ 40 କୋଟି ଶ୍ରଦ୍ଧାଳୁଙ୍କ ଆସିବାର ସମ୍ଭାବନା ରହିଛି । ବର୍ତ୍ତମାନ ସୁଦ୍ଧା 44 କୋଟି ଟଙ୍କା ଶ୍ରଦ୍ଧାଳୁ ମହାକୁମ୍ଭରେ ବୁ଼ଡ ପକାଇ ସାରିଲେଣି । ଦେଶର ସମସ୍ତ ପ୍ରଦେଶରୁ ମହାକୁମ୍ଭରେ ଏହି ସମୟରେ କନେକ୍ଟିଭିଟି ରହଛି । ସୁଗମ୍ୟ ଓ ସୁବିଧାଜନକ ଯାତ୍ରା ପାଇଁ ସ୍ବତନ୍ତ୍ର ଟ୍ରେନ ଚଳାଚଳ କରୁଛି । ମହାକୁମ୍ଭ ମେଳାରେ ପାଖାପାଖି 2 ଲକ୍ଷ କୋଟି ଟଙ୍କା ରାଜସ୍ବ ଆଦାୟ ହେବା ନେଇ ଅନୁମାନ କରାଯାଉଛି ବୋଲି କହିଛନ୍ତି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜୟବୀର ସିଂ ।
ଏହା ମଧ୍ୟ ପଢନ୍ତୁ ମାଘ ପୂର୍ଣ୍ଣିମା ବୁଡ଼ ପାଇଁ ପ୍ରୟାଗରାଜରେ ବଢ଼ିଲା ଭିଡ: ୧୩ ଯାଏଁ ଏହି ରୁଟ୍ରେ ଯିବା ମନା
ଏହା ମଧ୍ୟ ପଢନ୍ତୁ ମହାକୁମ୍ଭ ମେଳାରେ ବଢୁଛି ରୁଦ୍ରାକ୍ଷ ବିକ୍ରି, କେମିତି ଚିହ୍ନିବେ କେଉଁଟା ଅସଲି ?
- କୁମ୍ଭ ଆଗରେ ଫିକା ବିଶ୍ବର ବଡ ମହୋତ୍ସବ
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କାର୍ଯ୍ୟାଳୟରୁ ସଞ୍ଜୀବ ସିଂ କହିଛନ୍ତି ଯେ ‘‘କୁମ୍ଭମେଳା ବିଶ୍ବର ଅନେକ ମହୋତ୍ସବକୁ ଛୋଟ ଦର୍ଶାଇଛି । ପ୍ରାୟ ସତୁରୀ ଲକ୍ଷ ଅଂଶଗ୍ରହଣକାରୀଙ୍କ ସହ ବ୍ରାଜିଲର ରିଓ କାର୍ନିଭାଲ ହେଉ ବା ସାଉଦି ଆରବରେ ହଜରେ ପ୍ରାୟ 20 ଲକ୍ଷ ଲୋକଙ୍କ ସମାଗମ ହୋଇଥାଏ । କିନ୍ତୁ ଭାରତର ମହାକୁମ୍ଭ ମେଳା ସତରେ ଅଦ୍ଭୁତପୂର୍ବ । ହୋଟେଲ ମାଲିକ ଦୀପକ କୁମାର କହିଛି ଆମର ଦୁଇଟି ଯାକ ମାଲିକାନାରେ ଥିବା ହୋଟେଲ ବୁକ୍ ରହିଛି । ପ୍ରକୃତରେ ଚାହିଦା ବଢିଛି । ରାଜ୍ୟର ସମସ୍ତ ବ୍ୟବସାୟୀ ଭଲ ବ୍ୟବସାୟ କରିଛନ୍ତି । ଯଦି ରୁମ୍ ଅଛି ଏହା ଅନ୍ୟାନ୍ୟ ଦିନ ଅପେକ୍ଷା ଏହାର ରେଟ୍ 10 ଗୁଣ ବୃଦ୍ଧି ପାଇଛି । ରାତିକ ପିଛା ହୋଟେଲ ଗୁଡିକ 70 ହଜାରରୁ ଊର୍ଦ୍ଧ୍ବ ଟଙ୍କା ନେଇଛନ୍ତି । ପାଖାପାଖି ଉତ୍ତର ପ୍ରଦେଶର ବାର୍ଷିକ ମୁଣ୍ଡପିଛା ଆୟ ସହ ସମାନ । ସୈଫ, ଡ୍ରାଇଭର ଓ ଇଲେକ୍ଟ୍ରିସିଆନଙ୍କ ଏହି କୁମ୍ଭମେଳାରେ ଡିମାଣ୍ଡ ବଢିଛି’’ ।
ସଙ୍ଗମ ଟ୍ରାଭେଲ୍ସ ନାଁରେ ଏଜେନ୍ସୀ ଚଳାଉଥିବା ଟ୍ରାଭେଲ ଏଜେଣ୍ଟ ଶାହିଦ ବେଗ ରୋମି କହିଛନ୍ତି ‘‘କୁମ୍ଭମେଳା ଯୋଗୁଁ ପ୍ରୟାଗରାଜରେ ବ୍ୟବସାୟ କରିବା ପାଇଁ ସଂଘର୍ଷ କରିବାକୁ ପଡିଛି । କାରଣ ପ୍ରୟାଗରାଜ ବାହାରକୁ 80 କିଲୋମିଟର ରାସ୍ତା ଗଲେ ମଧ୍ୟ ଘଣ୍ଟା ଘଣ୍ଟା ଧରି ରାସ୍ତାରେ ଫସିଯାଇଛୁ । କୁମ୍ଭ ଯୋଗୁଁ ରାଜ୍ୟର ଅନ୍ୟ ତୀର୍ଥସ୍ଥଳରେ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଏହାର ପ୍ରଭାବ ଅଯୋଧ୍ୟା ଓ ବାରଣାସୀରେ ଦେଖିବାକୁ ମିଳିଛି । କୁମ୍ଭରେ ବୁଡ ପକାଇବାକୁ ଆସିଥିବା ଶ୍ରଦ୍ଧାଳୁ ଏହି ଦୁଇଟି ପର୍ଯ୍ୟଟନ କ୍ଷେତ୍ର ପ୍ରତି ଆଗ୍ରହ ଦେଖାଉଥିବାରୁ ଟ୍ରାଫିକ ସମସ୍ୟା ଦେଖାଦେଇଥିଲା । ସେ ଯାହା ବି ହେଉନା କାହିଁକି ଏଭଳି ମେଗା ଇଭେଣ୍ଟ ନୂଆ ସୁଯୋଗ ଓ ଆଶା ସୃଷ୍ଟି କରିଛି’’ ।