ETV Bharat / state

ରକ୍ତ କର୍କଟରେ ପୀଡିତ 16 ବର୍ଷୀୟା ଲିଜା, ସାହାଯ୍ୟ ମାଗୁଛି ପରିବାର - GIRL SUFFERING FROM BLOOD CANCER

ରକ୍ତ କର୍କଟରେ ପୀଡିତ ହୋଇ ବଞ୍ଚିବା ପାଇଁ ସଂଘର୍ଷ କରୁଛି ଲିଜା । ଚିକିତ୍ସା ପାଇଁ ଆର୍ଥିକ ସହାୟତା କରିବାକୁ ନିବେଦନ ।

ରକ୍ତ କର୍କଟରେ ପୀଡିତ ଲିଜା
ରକ୍ତ କର୍କଟରେ ପୀଡିତ ଲିଜା (ETV Bharat Odisha)
author img

By ETV Bharat Odisha Team

Published : Feb 14, 2025, 10:01 PM IST

ନିମାପଡା: ପାଠ ପଢା ବୟସରେ ଜୀବନ ମରଣ ଲଢେଇ । ମାରାତ୍ମକ ରକ୍ତ କର୍କଟ ରୋଗ ସହ ସଂଘର୍ଷ କରୁଛି ୧୬ ବର୍ଷୀୟା ଲିଜା । ଏକମାତ୍ର ଝିଅର ଜୀବନ ବଞ୍ଚାଇବା ପାଇଁ ପରିବାର ଆପ୍ରାଣ ଉଦ୍ୟମ କରୁଥିବା ବେଳେ ଚିକିତ୍ସାରେ ଅର୍ଥ ସାଜିଛି ବାଧକ । ଆର୍ଥିକ ସାହାଯ୍ୟ କରିବାକୁ ଆକୁଳ ଅନୁରୋଧ କରିଛନ୍ତି ରକ୍ତ କର୍କଟ ପୀଡିତାଙ୍କ ମାଆ ବାପା ।

ରକ୍ତ କର୍କଟରେ ପୀଡିତ ଲିଜା:
ପୁରୀ ଜିଲ୍ଲା ପିପିଲି ରୂପଦେଇପୁର ପଞ୍ଚାୟତର ଶ୍ୟାମ ସୁନ୍ଦର ଦାସ । ଦିନ ମଜୁରିଆ ଭାବେ କାମ କରି ଦୁଃଖେ କଷ୍ଟେ ପରିବାର ପ୍ରତିପୋଷଣ କରନ୍ତି । ସ୍ତ୍ରୀ ଗୀତା ଦାସ ଓ ଏକମାତ୍ର ଝିଅ ଲିଜା ଦାସଙ୍କୁ ନେଇ ତାଙ୍କ ପରିବାର । ରୋଜଗାରରେ ଓଳିଏ ଖାଇଲେ ଓଳିଏ ଉପାସ ରହୁଥିବା ପରିବାର ଉପରେ ଦାଉ ସାଜିଲା ଦଇଦ । ହଠାତ ଅସୁସ୍ଥ ହୋଇପଡିଲେ ଶ୍ୟାମ ସୁନ୍ଦରଙ୍କ ୧୬ ବର୍ଷୀୟା ଝିଅ ଲିଜା । ହସ୍ପିଟାଲ ନେଇ ଦେଖାଇବାରୁ ଜଣାପଡିଲା ରକ୍ତ କର୍କଟରେ ପୀଡିତ ଲିଜା । ଆର୍ଥିକ ଅନଟନ ମଧ୍ୟରେ ଗତି କରୁଥିବା ପରିବାର ପାଇଁ ରକ୍ତ କର୍କଟ ଭଳି ରୋଗ ସହ ଲଢିବା ସହଜ ନୁହେଁ ।

16 years Liza Das suffering from blood cancer (ETV Bharat Odisha)

ଚିକିତ୍ସାରେ ଅର୍ଥ ସାଜିଛି ବାଧକ:

ଯଦିଓ ବିଜୁ ସ୍ୱାସ୍ଥ୍ୟ କାର୍ଡରେ ଲିଜାର ଚିକିତ୍ସା ଆରମ୍ଭ ହୋଇଥିଲା କିନ୍ତୁ କାର୍ଡରେ ନିର୍ଦ୍ଧାରିତ ଅର୍ଥ ସରିଯିବାରୁ ଏବେ ଚିକିତ୍ସା ଅଧାରେ ଅଟକିଯାଇଛି । ଏକମାତ୍ର ଝିଅର ଜୀବନ ବଞ୍ଚାଇବାକୁ ଏବେ ମାଆବାପାଙ୍କ ପାଖରେ କୌଣସି ସମ୍ବଳ ନଥିବା ବେଳେ ଆର୍ଥିକ ସାହାଯ୍ୟ କରିବାକୁ ହାତ ପତାଇଛନ୍ତି ସେ । ଅନ୍ୟପଟେ ଏନେଇ ଖବର ପାଇ ନିମାପଡା ଅଞ୍ଚଳର ସମାଜସେବୀ ବିକ୍ରମ କେଶରୀ ସାମଲ ଏହି ପରିବାର ପାଖରେ ପହଞ୍ଚି ସହାୟତାର ହାତ ବଢ଼ାଇଛନ୍ତି ।

ଏନେଇ ଗ୍ରାମବାସୀ ରାଜକିଶୋର ଦାସ କୁହନ୍ତି," ୧୬ ବର୍ଷର ଝିଅକୁ ବ୍ଲଡ କ୍ୟାନ୍ସର । ତା ବାପା ଶ୍ୟାମ ସୁନ୍ଦର ଦାସ ଦିନେ ଖାଇଲେ ଓଳିଏ ଉପାସ । ଘର ଖଣ୍ଡେ ଛପର କରିପାରୁ ନାହିଁ । ଝିଅକୁ ଭଲ କରିପାରୁନି । ସରକାର କିମ୍ବା କେହି ସହୃଦୟ ବ୍ୟକ୍ତି କିମ୍ବା ସରକାର ଯଦି ସହାୟତା କରନ୍ତି ପିଲାଟି ଭଲ ହୋଇ ପାରନ୍ତା ।"

ଶ୍ୟାମ ସୁନ୍ଦରଙ୍କ ଆଉ ଜଣେ ସମ୍ପର୍କୀୟ କହିଛନ୍ତି," ୧୫-୧୬ ବର୍ଷର ଝିଅଟିକୁ ବ୍ଲଡ କ୍ୟାନ୍ସର ହୋଇଛି । ଗରିବ ଲୋକ ଖାଇବାକୁ ପାଉନି, ଜମିବାଡ଼ି ନାହିଁ । ଗାଁ ଗଣ୍ଡାରୁ କିଛି କିଛି ଚାନ୍ଦା ଭେଦା କରି ଟଙ୍କା ଦେଉଛନ୍ତି । ସେ ଡାକ୍ତରଖାନା ଯାଇ ଚିକିତ୍ସା ହେଉଥିଲା । ଯଦି ସରକାର କି ଆଉ କେହି ଦାନ କରନ୍ତେ ତାହାଲେ ଡାକ୍ତରଖାନା ଯାଇ ଝିଅଟି ଭଲ ହୁଅନ୍ତା ।"

'ବ୍ଲଡ କ୍ୟାନ୍ସର ଯୋଗୁ ପାଠ ପଢି ପାରୁନି':

ପୀଡ଼ିତା ଲିଜା ଦାସ କହିଛନ୍ତି," ମୋ ଦେହ ଖରାପ । ବ୍ଲଡ କ୍ୟାନ୍ସର ଯୋଗୁ ପାଠ ପଢି ପାରୁନି । ବାପା ମା ବହୁତ ଦୁଃଖରେ । ଆଉ ପଇସା ପତ୍ର କିଛି ନାହିଁ । ଡାକ୍ତରଖାନା ଯାଇପାରିଲିନି, ଯଦି କେହି ସାହାଯ୍ୟ କରନ୍ତେ ମୁଁ ଭଲ ହୋଇଯାଆନ୍ତି ।

ଏହାମଧ୍ୟ ପଢନ୍ତୁ...

ହୃତପିଣ୍ଡ-ଖାଦ୍ୟନଳୀ ଯୋଡ଼ି ହୋଇଛି, ଚିକିତ୍ସାରେ ବାଧକ ସାଜିଛି ଅର୍ଥ, ଜୀବନ ସଂଗ୍ରାମରେ ୮ ବର୍ଷର ପିଲା

ଗରିବ ପରିବାରକୁ ଦଇବ ଦୁଃଖ: କାମ କରୁନି କିଡନୀ, ସାହାଯ୍ୟ ଆଶାରେ ଭାଗ୍ୟଧର - Seeking Help For Kidney Treatment

Family Seeks Help: ପୁଅର ଚିକିତ୍ସା ପାଇଁ ପାଖରେ କାଣି କଉଡିଟିଏ ନାହଁ, ପଣତ କାନି ପତାଇ ସାହାଯ୍ୟ ମାଗୁଛି ମା’ - Helpless Family Seeks Help

ରୋଗ ଶଯ୍ୟାରେ ଘରର ଏକମାତ୍ର ପୁଅ: ଚିକିତ୍ସା ପାଇଁ ଦରକାର ୫୦ ଲକ୍ଷ, ସରକାରଙ୍କୁ ମା’ର ଆକୁଳ ନିବେଦନ - Santosh Panda Seeks government help

ସହାୟତାର ଆକୁଳ ନିବେଦନ ମାଆ ଗୀତା ଦାସ କହିଛନ୍ତି, "ମୋ ଝିଅକୁ ବ୍ଲଡ କ୍ୟାନ୍ସର । ମେଡିକାଲ ବୁଲେଇ ବୁଲେଇ ସବୁ ପଇସା ସରିଗଲାଣି । ଖାଇବାକୁ ଘରେ ନାହିଁ, ଚାଳ ଘର ଦୁଇ ବଖରାଟେ, କିସ୍ତିରେ ଋଣ କରି ପଇସା ଖର୍ଚ୍ଚ ସାରିଲାଣି । ବିଜୁ ସ୍ବାସ୍ଥ୍ୟ କାର୍ଡରୁ ସବୁ ଟଙ୍କା ସରିଗଲାଣି । ପଇସା ଅଭାବରୁ ଝିଅକୁ ଆମେ ଘରେ ଆଣିକି ରଖିଛୁ । ସରକାର ଯଦି ସାହାଯ୍ୟ କରନ୍ତେ ମୋ ଝିଅ ଭଲ ହୋଇ ଯାଆନ୍ତା । ଅନେକ ବଦାନ୍ୟ ବ୍ୟକ୍ତି ଅଛନ୍ତି । ଯଦି କେହି ସାହାଯ୍ୟ କରନ୍ତେ ମୋ ଝିଅ ଭଲ ହୁଅନ୍ତା ।"

ସହାୟତା ପାଇଁ ଆକୁଳ ନିବେଦନ:
ଅନ୍ୟପଟେ ପିପିଲି ମଣ୍ଡଳ ଉନ୍ନୟନ ଅଧିକାରୀ ସରୋଜ କୁମାର ରାଉତ କହିଛନ୍ତି," ପଞ୍ଚାୟତ ଅଧିକାରୀଙ୍କ ସହାୟତାରେ PPOଙ୍କ ମାଧ୍ୟମରେ ଆମେ ତଦନ୍ତ କରିଥିଲୁ । ସେମାନେ ରାସନ କାର୍ଡ ମାଧ୍ୟମରେ ରାସନ ପାଉଛନ୍ତି । ସ୍ବାସ୍ଥ୍ୟ ବୀମା କାର୍ଡ ମଧ୍ୟ ତାଙ୍କ ପାଖରେ ଅଛି । ସେଥିରୁ ମଧ୍ୟ ସ୍ବାସ୍ଥ୍ୟ ଚିକିତ୍ସା ସୁବିଧା ପାଉଛନ୍ତି । ଅନ୍ୟ ସରକାରୀ ସ୍ତରରେ ଯଦି ସାହାଯ୍ୟ ସହଯୋଗ ଦରକାର ଆମକୁ ଲିଖିତ ଭାବରେ ଜଣାଇଲେ ଉପରିସ୍ଥ ଅଧିକାରୀଙ୍କ ପାଖକୁ ପଠାଇବୁ । ସରକାରୀ ସ୍ତରରେ ଯେକୌଣସି ସୁବିଧା ଉପଲବ୍ଧ ହୋଇ ପାରିବ ଆମେ ଯୋଗାଇ ଦେବୁ ।"

ରକ୍ତ କର୍କଟରେ ପୀଡିତ ଲିଜା ଦାସଙ୍କ ଚିକିତ୍ସା ପାଇଁ ବହୁ ଅର୍ଥର ଆବଶ୍ୟକତା ରହିଛି । ଆପଣଙ୍କ ସହଯୋଗ ଝିଅଟିର ଅମୂଲ୍ୟ ଜୀବନକୁ ବଞ୍ଚାଇ ପାରିବ । କେହି ଯଦି ଏହି ପରିବାରକୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି ତେବେ ଏହି ଆକାଉଣ୍ଟରେ ସାହାଯ୍ୟ କରିପାରିବେ ।

State bank of India

Account Holder name- Gita Das

Account number -37093717980

IFSC code -SBIN0013571

ଇଟିଭି ଭାରତ, ନିମାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.