ETV Bharat / state

ପୋଲିସ ଇନଫରମର ହତ୍ୟା ଘଟଣାରେ ଷଡଯନ୍ତ୍ରକାରୀ ମହିଳା ଗିରଫ, ଆସିଲା ସୁଧ ଲିଙ୍କ୍‌ - RASULGARH MURDER CASE

ଏହି ଘଟଣାରେ ପୂର୍ବରୁ ପାଞ୍ଚ ଜଣ ଗିରଫ ହୋଇଥିଲେ । ଏବେ ପିଙ୍କି ନାୟକଙ୍କୁ ମିଶାଇ ଗିରଫ ସଂଖ୍ୟା ୬ରେ ପହଁଚିଛି ।

ମୃତ ସହଦେବ ନାୟକଙ୍କ ପତ୍ନୀ
ମୃତ ସହଦେବ ନାୟକଙ୍କ ପତ୍ନୀ (ETV Bharat)
author img

By ETV Bharat Odisha Team

Published : Feb 12, 2025, 6:43 PM IST

Updated : Feb 12, 2025, 7:38 PM IST

ଭୁବନେଶ୍ବର: ପୋଲିସ ଇନଫରମର ସହଦେବ ନାୟକ ହତ୍ୟା ଘଟଣାରେ ଜଣେ ମହିଳା ଅଭିଯୁକ୍ତ ପିଙ୍କି ନାୟକ ଗିରଫ‌। ହତ୍ୟାକାଣ୍ଡ ପଛରେ ଷଡ଼ଯନ୍ତ୍ର କରିଥିବା ନେଇ ଗିରଫ କରିଛି କମିଶନରେଟ୍ ପୋଲିସ। ଗିରଫ ପରେ ମହିଳାଙ୍କ ସୁଧ କାରବାର ଲିଙ୍କ୍‌ ପାଇଛି ପୋଲିସ । ଏନେଇ କମିସନରେଟ ପୋଲିସ ପକ୍ଷରୁ ଦିଆଯାଇଥିବା ପ୍ରେସ ନୋଟରେ ଉଲ୍ଲେଖ କରାଯାଇଛି। ଏହି ଘଟଣାରେ ପୂର୍ବରୁ ପାଞ୍ଚ ଜଣ ଗିରଫ ପରେ ଏବେ ପିଙ୍କି ନାୟକଙ୍କୁ ମିଶାଇ ଗିରଫ ସଂଖ୍ୟା ୬ରେ ପହଁଚିଛି ।

ପୋଲିସ ଇନଫରମର ହତ୍ୟା ଘଟଣାରେ ଷଡଯନ୍ତ୍ରକାରୀ ମହିଳା ଗିରଫ (ETV Bharat)

ମୃତ ଢେଗ ଓରଫ ସହଦେବ ନାୟକ ସହ ଅଭିଯୁକ଼୍ତ ମହିଳା ଉଭୟ ପରିବାର ସହ କ୍ୟାପିଟାଲ ଥାନା କେଦାରପଲ୍ଲୀରେ ରହୁଥିଲେ । ପୂର୍ବ ବିବାଦକୁ କେନ୍ଦ୍ରକରି ଅଭିଯୁକ୍ତ ଏବଂ ତାଙ୍କର ଅନ୍ୟ ସହଯୋଗୀ ମାନେ ସହଦେବ ନାୟକଙ୍କୁ ଜୀବନରୁ ମାରିଦେବା ଲାଗି ଯୋଜନା ପ୍ରସ୍ତୁତ କରିଥିଲେ । ପୋଲିସ ଇନଫରମରଙ୍କୁ ହତ୍ୟା ଘଟଣା ରେ U/S-103(1)/3(5) BNS turned to U/S-103(1)/61(2)/3(5) BNS.ରେ ପୋଲିସ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ।

  • ଗିରଫ ମହିଳାର ସୁଧ କାରବାର ଲିଙ୍କ୍‌

ଗିରଫ ମହିଳା ଜଣକ ମୁଖ୍ୟ ଅଭିଯୁକ୍ତର ସହଯୋଗୀ ଥିବା ମୃତ ସହଦେବଙ୍କ ପତ୍ନୀ କହିଛନ୍ତି । ସେ ସବୁକିଛି ତାର ସାମ୍ରାଜ୍ୟ ସମ୍ଭାଳୁଥିଲା । ତା ଘରେ ରହି କାରବାର ସବୁ ଡିଲ୍‌ କରୁଥିଲା। ଯେହେତୁ ସେ ତାର ଝିଆରି ହେବ ସେ ବାହା ହୋଇନଥିଲା । ମୁଖ୍ୟ ଅଭିଯୁକ୍ତ ତାକୁ ଘରେ ରଖୁଥିଲା । ବ୍ରାଉନସୁଗାର ଟଙ୍କାରେ ସେ ସୁଧ କାରବାର କରୁଥିଲେ । ଡ୍ରଗସ ବିକି ସେ ଟଙ୍କାକୁ ସୁଧରେ ଲଗାଉଥିଲା। ଏପରିକି ଟଙ୍କା ଯାହାର ଆବଶ୍ୟକ ଥିଲା ସେମାନଙ୍କୁ ସୁଧ ହିସାବରେ ଯୋଗାଉଥିଲା। ଏଥିପାଇଁ ନିଜର ଏକ ସୁଧ କାରବାର ସାମ୍ରାଜ୍ୟ ସେ ଚଳାଇଥିଲା। ସେହିପରି ବସ୍ତି ଆଖପାଖ ଛୋଟ ବ୍ୟବସାୟୀଙ୍କୁ ମଧ୍ୟ ସୁଧ କାରବାରରେ ନିୟୋଜିତ କରୁଥିଲା‌।

ମୃତ ସହଦେବ ନାୟକଙ୍କ ପତ୍ନୀ
ମୃତ ସହଦେବ ନାୟକଙ୍କ ପତ୍ନୀ (ETV Bharat)

ସେପଟେ ଏହି ଘଟଣା ପାଇଁ ସଫେଇ କର୍ମଚାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଜାରି ରହିଛି। ସହଦେବର ପତ୍ନୀ ଓ ବଡ଼ ଭାଇ ପୋଲିସକୁ ଭେଟିଛନ୍ତି। ହତ୍ୟା ଷଡ଼ଯନ୍ତ୍ରର କିଛି ପ୍ରମାଣ ମଧ୍ୟ ସେମାନେ ପାଇଛନ୍ତି। ଏନେଇ କିଛି ପ୍ରମାଣର ଅଡିଓ ଓ ଭିଡ଼ିଓ ମଧ୍ୟ ପେନ୍ ଡ୍ରାଇଭ୍ ଜରିଆରେ ସହଦେବର ଭାଇ ମଞ୍ଚେଶ୍ବର ଥାନାରେ ଦେଇଛନ୍ତି‌। ଏହି ଘଟଣାରେ ଯେଉଁ ମାନେ ମୁଖ୍ୟ ଷଡଯନ୍ତ୍ରକାରୀ ଏବେ ଫେରାର ଅଛନ୍ତି । ସେମାନଙ୍କୁ ତୁରନ୍ତ ଗିରଫ କରାଯାଉ ନଚେତ ତାଙ୍କ ଜୀବନ ପ୍ରତି ବିପଦ ଥିବା ସହଦେବର ପରିବାର ଆଶଙ୍କା କରୁଛନ୍ତି।

ଏହା ମଧ୍ୟ ପଢନ୍ତୁ ରାଜ୍ୟରେ କମିବ ତାତି, 3ରୁ 5 ଡିଗ୍ରୀ ଖସିବ ତାପମାତ୍ରା

ଏହା ମଧ୍ୟ ପଢନ୍ତୁ ପୋଲିସ ଇନଫରମର ହତ୍ୟା ଘଟଣା, ଜୀବନ ପ୍ରତି ବିପଦ ଥିବାରୁ ବାନ୍ଧିଲେ ମେଳି

  • ପୂର୍ବରୁ ଗିରଫ ହୋଇଛନ୍ତି 5

ତେବେ ଏହି ଘଟଣାରେ ଦିନକ ମଧ୍ୟରେ ୩ ଜଣଙ୍କୁ ଗିରଫ କରିଥିଲା ପୋଲିସ । ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ମହିଳା ରହିଛନ୍ତି । ନୟାଗଡ଼ ଶରଣକୂଳ ଅଞ୍ଚଳରୁ ତିନି ଅଭିଯୁକ୍ତ ମଣ୍ଟେଇ ନାୟକ, ତାଙ୍କ ପତ୍ନୀ ଲିପି ନାୟକ ଓ ସୁଶେଇ ନାୟକକୁ ଗିରଫ କରିଥିଲା କମିଶନରେଟ ପୋଲିସ । ଏହାପରେ ଆଉ ଦୁଇ ଜଣଙ୍କୁ ଗିରଫ କରିଥିଲା ପୋଲିସ ।

ସହଦେବ ନାୟକ ହତ୍ୟା ଘଟଣା:
ଜାନୁଆରୀ ୮ ତାରିଖ ଦିନ ୧୮ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ପାଇଁ ରାଜଧାନୀ ପୋଲିସ ଛାଉଣୀରେ ଥିବା ବେଳେ ସକାଳୁ ସକାଳୁ ରସୁଲଗଡ ଓଭରବ୍ରିଜ ଉପରେ ଘଟିଥିଲା ବୀଭତ୍ସ ହତ୍ୟାକାଣ୍ଡ । ପୂର୍ବରୁ ଥିବା ଜଣେ ପୋଲିସ ମିତ୍ର ତଥା ପୋଲିସ ଇନଫର୍ମର ସହଦେବ ନାୟକଙ୍କୁ ହତ୍ୟା କରାଯାଇଥିଲା । ଘଟଣାରେ ଏବେସୁଦ୍ଧା କମିଶନରେଟ ପୋଲିସ ୫ ଜଣଙ୍କୁ ଗିରଫ କରି ତଦନ୍ତ ଚଳାଇଛି । ୩ଟି ସ୍ପେଶାଲ ଟିମ୍‌ ଘଟଣାର ତଦନ୍ତ କରୁଛନ୍ତି ।

Last Updated : Feb 12, 2025, 7:38 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.