ପାଇକା ନଦୀବନ୍ଧରେ ବିରାଟ ଘଳିଆ, ଆତଙ୍କିତ ଲୋକେ
🎬 Watch Now: Feature Video
ଲଗାଣ ବର୍ଷା ଯୋଗୁଁ ଚାରିଆଡେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ସୋମବାର ମଧ୍ୟାହ୍ନରୁ କେନ୍ଦ୍ରାପଡ଼ା ଜିଲ୍ଲା ମଧ୍ୟଦେଇ ପ୍ରବାହିତ ମହାନଦୀ ଓ ଏହାର ଶାଖା ନଦୀଗୁଡିକରେ ବନ୍ୟା ପାଣି ଆସୁଛି । ତେବେ ମହାନଦୀର ଉପନଦୀ ପାଇକା ନଦୀର ଦୁର୍ବଳ ନଦୀବନ୍ଧ କାରଣରୁ ଜିଲ୍ଲାର ବଡ଼ ନଇନ୍ଦିପୁରଠାରେ ଏକ ବିରାଟ ଘଳିଆ ସୃଷ୍ଟି ହୋଇଛି । ଏହି ଘଳିଆ ଦେଇ ପାଣି ଗାଁ ଭିତରକୁ ପଶିବାରେ ଲାଗିଛି । ଏହାକୁ ନେଇ ବଡ ଦୁର୍ଘଟଣା ବା ବନ୍ୟା ଆଶଙ୍କା ସୃଷ୍ଟି ହେବାରୁ ଜଳସେଚନ ବିଭାଗ ପକ୍ଷରୁ ବାଲି ବସ୍ତା ପକାଯାଇ ଘଳିଆକୁ ବନ୍ଦ କରିବା ପାଇଁ ପ୍ରୟାସ କରାଯାଉଛି । ଟ୍ରାକ୍ଟର ଯୋଗେ ଶହ ଶହ ବାଲି ବସ୍ତା ନଇନ୍ଦିପୁର ଘାଇ ନିକଟରେ ପଡିଛି । ଅନ୍ୟପଟେ ଏହି ଘଳିଆ ପଡିବା ଯୋଗୁଁ ସ୍ଥାନୀୟ ଗାଁଗୁଡିକରେ ଭୟର ବାତାବରଣ ସୃଷ୍ଟି ହୋଇଛି ।
ଇଟିଭି ଭାରତ, କେନ୍ଦ୍ରାପଡା