ବାତ୍ୟା ପ୍ରଭାବରେ ବର୍ଷା ପୂର୍ବାନୁମାନ: ଚିନ୍ତାରେ ଚାଷୀକୂଳ - ଗଜପତି ସମ୍ଭାବ୍ୟ ବାତ୍ୟା ଆସାନି ଖବର
🎬 Watch Now: Feature Video
ଗଜପତି: ମାଡିଆସୁଛି ସାମୁଦ୍ରିକ ଝଡ ‘ଅସାନୀ’ । ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଫଳରେ ଗଜପତି ଜିଲ୍ଲାର ଚାଷୀକୂଳ ଚିନ୍ତାରେ ପଡିଛନ୍ତି । ବର୍ତମାନ ଧାନ ଅମଳ ହେବାର ସମୟ ନଥିଲେ ମଧ୍ୟ ଚାଷୀ ବର୍ଷା ଭୟରେ ଧାନକୁ କାଟି ଦେଇଛନ୍ତି । ସେହିପରି ପନିପରିବା ଚାଷ ଉଜୁଡିବା ସମ୍ଭାବନା ରହିଛି । ପ୍ରତିବର୍ଷ ଅଦିନିଆ ବର୍ଷା, ବାତ୍ୟା ଝଡତୋଫାନ ପ୍ରଭାବରେ ଚାଷ ଉଜୁଡିଯାଉଛି । ଫଳରେ ଚାଷୀମାନେ ପ୍ରତିବର୍ଷ କ୍ଷତି ସହୁଛନ୍ତି । ଏପରିକି କରିଥିବା ଋଣ ସୁଝିବା ମଧ୍ୟ ତାଙ୍କ ପାଇଁ କଷ୍ଟକର ହୋଇପଡୁଛି ବୋଲି ସେମାନେ କହିଛନ୍ତି ।