ETV Bharat / state

ଫେବୃଆରୀ 15ରେ ସରୁଛି କଣ୍ଟ, ରାସନ କାର୍ଡ e-KYC ବନ୍ଦ - RATION CARD E KYC

ଅଯୋଗ୍ୟ ହିତାଧିକାରୀ ସାବଧାନ ! କାର୍ଡ ନ ଫେରାଇଲେ ଆକ୍ସନ ।

Ration Card e-KYC
Ration Card e-KYC (ETV Bharat Odisha)
author img

By ETV Bharat Odisha Team

Published : Feb 9, 2025, 3:48 PM IST

ଭୁବନେଶ୍ବର: ଆସନ୍ତା 15 ତାରିଖରେ ପୂରିବ ରାସନ କାର୍ଡ e-KYC କଣ୍ଟ । 15 ପରେ ଆଉ ବଢ଼ିବନି e-KYC ଅବଧି । ଅଯୋଗ୍ୟ ହିତାଧିକାରୀ କାର୍ଡ ନ ଫେରାଇଲେ କଠୋର ହେବେ ସରକାର । ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, "e-KYC ନକଲେ କାର୍ଡ ସରେଣ୍ଡର ବୋଲି ଧରିନିଆଯିବ ।"

15 ପରେ ବଢ଼ିବନି E-KYC ଅବଧି:

ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, "ବର୍ତ୍ତମାନ ସୁଦ୍ଧା 37 ଲକ୍ଷ 85 ହଜାର 496 କରିନାହାନ୍ତି e-KYC । ତେବେ e-KYC ନକଲେ କାର୍ଡ ସରେଣ୍ଡର ବୋଲି ଧରିନିଆଯିବ । 8 ଲକ୍ଷ ଆୟକରଦାତା ହାତେଇଛନ୍ତି ରାସନ କାର୍ଡ । ବିଗତ ସରକାରରେ ସ୍ୱାସ୍ଥ୍ୟ କାର୍ଡ ହାତେଇବାକୁ ନେଇଥିଲେ ରାସନ କାର୍ଡ । ସେମାନଙ୍କ କାର୍ଡ ବି ରଦ୍ଦ ହେବ । 12 ହଜାର ଚାକିରିଆ ଓ ବଡ଼ବଡ଼ିଆ ଫେରାଇଲେଣି କାର୍ଡ । ରାସନ କାର୍ଡ e-KYC ପାଇଁ ଫେବୃଆରୀ 15ରେ ପୂରିବ କଣ୍ଟ । ବର୍ତ୍ତମାନସୁଦ୍ଧା 37 ଲକ୍ଷ 85 ହାଜର 496 ଜଣ ଲୋକ କରିନାହାନ୍ତି e-KYC । 6 ଦିନ ଭିତରେ ଅନ୍ୟ e-KYC କରି ଦେବାକୁ ପୁଣି ଅପିଲ କଲେ ଯୋଗାଣ ମନ୍ତ୍ରୀ । 15 ପରେ ଆଉ e-KYC ଅବଧି ବଢ଼ାଇବେ ନାହିଁ ରାଜ୍ୟ ସରକାର । ତାପରେ ବି ଯେଉଁମାନେ KYC କରିବେ ନାହିଁ, ସେଗୁଡିକୁ ସରେଣ୍ଡର ବୋଲି ଧରି ନିଆଯିବ । e-KYC ନକଲେ ସେହି କାର୍ଡ ଗୁଡ଼ିକୁ କାଟି ଦିଆଯିବ । ତଥାପି ଯଦି ଅଯୋଗ୍ୟମାନେ କାର୍ଡ ନେଫରାଇଲେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ନେବେ । ନୂଆ ଲୋକଙ୍କୁ ଯୋଡ଼ା ଯିବ । 6 ଲକ୍ଷ ନୂଆ ହିତାଧିକାରୀ ଆବେଦନ କରିଛନ୍ତି ।"

Ration Card e-KYC (ETV Bharat Odisha)

ଏହା ବି ପଢନ୍ତୁ...ବନ୍ଦ ହେଉନି କଟନୀ ଛଟନୀ, ଅତିଷ୍ଠ କଳାହାଣ୍ଡି ଚାଷୀ

ଏହା ବି ପଢନ୍ତୁ...କଟନୀ-ଛଟନୀ ଟେନସନ୍; ଚାଷୀ ବେଶରେ ମଣ୍ଡି ତନଖି କଲେ ଜିଲ୍ଲାପାଳ

ଅଯୋଗ୍ୟ ହିତାଧିକାରୀଙ୍କ ବିରୋଧରେ ଆକ୍ସନ:

ମନ୍ତ୍ରୀ ଆହୁରି କହିଛନ୍ତି, "ପ୍ରାୟ 8 ଲକ୍ଷ ଆୟକର ଦେଉଥିବା ଲୋକ ବି କାର୍ଡ ନେଇଥିଲେ ବୋଲି ରିପୋର୍ଟ ଆସିଛି । ସେମାନେ ସ୍ବାସ୍ଥ୍ୟ କାର୍ଡ ପାଇବା ପାଇଁ ରାସନ କାର୍ଡ ନେଇଥିଲେ। ଏହାର ରିପୋର୍ଟ ହସ୍ତଗତ ହୋଇଛି । ଏନେଇ ଅଧିକାରୀମାନଙ୍କୁ ସର୍ଭେ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହି କାର୍ଡ ଗୁଡ଼ିକ ମଧ୍ୟ କଟିବ । ଅଯୋଗ୍ୟ ହିତାଧିକାରୀ କାର୍ଡ ନେବା ନେଇ ଲିଖିତ ଅଭିଯୋଗ କଲେ ଆକ୍ସନ ହେବ । ଚାକିରି କରିଥିବା ବା ଆୟକର ଦେଉଥିବା 12 ହଜାର ଅଯୋଗ୍ୟ ରାସନ କାର୍ଡ ଏବେ ସୁଦ୍ଧା ଫେରାଇ ସାରିଲେଣି ।"ସେହିଭଳି ଧାନର କଟନୀ ଛଟନୀକୁ ନେଇ ମନ୍ତ୍ରୀ କହିଛନ୍ତି, "କଟନୀ ଛଟନୀ ଗୋଟିଏ ବହୁତ ବଡ଼ ରୋଗ । ଏହା ଦୀର୍ଘ ଦିନ ଧରି ଏଭଳି ଚାଲି ଆସୁଛି । ହେଲେ ବିଜେପି ସରକାର କଟନୀ ଛଟନୀକୁ ବହୁତ ପରିମାଣରେ ନିୟନ୍ତ୍ରଣ କରିଛି । ବାରମ୍ବାର ଅପିଲ କଲେ ବି ପୂରା ନିୟନ୍ତ୍ରଣକୁ ଆସିନାହିଁ । ତଥାପି ବହୁ ପରିମାଣରେ କଟନୀଛଟନୀ ବନ୍ଦ ହୋଇଛି । ଅନେକ ଜିଲ୍ଳାର ବିନା କଟନୀ ଛଟନୀରେ ଧାନ ବିକ୍ରି ହେଉଛି । ତଥାପି ଯେଉଁଠି ରୋଗ ରହିଛି, ସେମାନଙ୍କ ଉପରେ ନିଶ୍ଚିତ ଆକ୍ସନ ହେବ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.