ETV Bharat / state

ଭୀମସାରରେ ବିଦ୍ୟୁତ କାଟ୍‌, ମୋବାଇଲ ଲାଇଟରେ କେମୋ ନେଲେ ରୋଗୀ - POWER OUTAGE IN VIMSAR

ବୁର୍ଲା ଭୀମସାର ମେଡିକାଲରେ ମୋବାଇଲ ଲାଇଟରେ କ୍ୟାନସର ରୋଗୀଙ୍କୁ ଦିଆଗଲା କେମୋ ଚିକିତ୍ସା । ସୂଚନା ଦେଇ ଜିଇଡି ବିଭାଗ ବିଦ୍ୟୁତ୍ କାଟ୍ କରିଥିବା ଅଭିଯୋଗ ।

cancer patients were administered Chemotherapy in torchlight
cancer patients were administered Chemotherapy in torchlight (ETV BHARAT ODISHA)
author img

By ETV Bharat Odisha Team

Published : Feb 13, 2025, 7:32 PM IST

ସମ୍ବଲପୁର: ବୁର୍ଲା ଭୀମସାର ମେଡିକାଲରେ ହଠାତ୍‌ ଚାଲିଗଲା ବିଦ୍ୟୁତ । ମୋବାଇଲ ଲାଇଟରେ କ୍ୟାନସର ରୋଗୀଙ୍କୁ ଦିଆଗଲା କେମୋ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । କ୍ୟାନସର ୱାର୍ଡରେ ବିନା କୌଣସି ସୂଚନା ଦେଇ ଜିଇଡି ବିଭାଗ ବିଦ୍ୟୁତ୍ କାଟ୍ କରିଥିବା ଅଭିଯୋଗ ହୋଇଛି । ଗତ 11 ତାରିଖ ଦିନ ଏପରି ଘଟଣା ଘଟିଥିବା ବେଳେ ଭୀମସାର ମେଡିକାଲ ଅଧିକ୍ଷକ ଏକଥାକୁ ମାନିଛନ୍ତି । ଘଟଣାର ତଦନ୍ତ କରାଯାଇ ବିଭାଗୀୟ ଅଧିକାରୀଙ୍କ ଅବହେଳା ବାହାରିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଅଧିକ୍ଷକ ।

CHEMOTHERAPY IN VIMSAR (ETV BHARAT ODISHA)

ମୋବାଇଲ ଲାଇଟ୍‌ରେ କେମୋ ଚିକିତ୍ସା:

ଗତ 11 ତାରିଖରେ କ୍ୟାନସର ଓ୍ବାର୍ଡରେ ଲାଇଟ କଟିଯିବା ଫଳରେ ପ୍ରାୟ 3 ଘଣ୍ଟା ଅନ୍ଧାରରେ ରହିଥିଲେ କେମୋ ଚିକିତ୍ସା ନେଉଥିବା କ୍ୟାନସର ରୋଗୀ । ଜରୁରୀ ପରିସ୍ଥିତିରେ କିଛି ରୋଗୀଙ୍କୁ ବାଧ୍ୟ ହୋଇ ମୋବାଇଲ ଲାଇଟ୍‌ରେ କେମୋ ଚିକିତ୍ସା ଦିଆଯାଉଥିବାର ଭିଡିଓ ଏବେ ଭାଇରଲ ହୋଇଛି । ଜିଇଡି (ଜେନେରାଲ ଇଲେକଟ୍ରିକଲ ଡିଭିଜନ ) ବିଭାଗର ଏମିତି ଅବହେଳା ଯୋଗୁଁ କ୍ୟାନ୍ସର ରୋଗୀମାନେ ବିନା ଲାଇଟ୍‌ରେ ତିନିଘଣ୍ଟା ଧରି ରହିଥିବା ଦେଖିବାକୁ ମିଳିଛି । ଦିନ 12ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ବିଦ୍ୟୁତ୍ ସେବା ଠପ୍ ହୋଇ ଯାଇଥିଲା । ଗୁରୁତ୍ବପୂର୍ଣ ଓ୍ବାର୍ଡରେ ଏଭଳି ବିଦ୍ୟୁତ କିପରି କଟାଗଲା ସେନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଦ୍ୟୁତ୍ କାଟ୍ କରିବା ପୂର୍ବରୁ ଏଠାରେ ରହିଥିବା ଜେନେରେଟର୍‌ ମଧ୍ୟ ଚଲାଯାଇନଥିଲା । ପୂର୍ବରୁ କିଛି ରୋଗୀଙ୍କ କେମୋ ଚିକିତ୍ସା ଆରମ୍ଭ ହୋଇ ସାରିଥିବା ବେଳେ ଆଉ କିଛି ରୋଗୀଙ୍କୁ ଅନ୍ଧାର ମଧ୍ୟରେ ମୋବାଇଲ୍ ଲାଇଟ୍‌ରେ ବାଧ୍ୟ ହୋଇ କେମୋ ଚିକିତ୍ସା ଦିଆଯାଉଥିବା ଭିଡିଓରେ ଦେଖିବାକୁ ମିଳିଛି । ଏନେଇ ଜିଇଡି ବିଭାଗକୁ ପଚାରିବା ପାଇଁ ଚେଷ୍ଟା କଲେ ମଧ୍ୟ କେହି ଫୋନ ଉଠାଇ ନଥିଲେ ।

cancer patients were administered Chemotherapy in torchlight
cancer patients were administered Chemotherapy in torchlight (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ଭୀମସାରରୁ ନବଜାତ ଶିଶୁ ଚୋରି ଘଟଣା, ଅଭିଯୁକ୍ତକୁ ଧରିବାକୁ ୪ଟି ଟିମ ଗଠନ - BABY BOY STOLEN FROM VIMSAR

ଏହା ମଧ୍ୟ ପଢନ୍ତୁ-ଭୀମସାର ମେଡିକାଲକୁ ପ୍ରଦୂଷଣ ବୋର୍ଡର ଛାଟ, ଗଣିବ 11 ଲକ୍ଷ ଫାଇନ - Vimsar Medical college - VIMSAR MEDICAL COLLEGE

ବିଦ୍ୟୁତ କାଟ ଖବର ଆମ ପାଖରେ ନଥିଲା:

ଏନେଇ ଭୀମସାର ମେଡିକାଲର ଅଧିକ୍ଷକ ଲାଲମୋହନ ନାୟକ କହିଛନ୍ତି, '' ଯେଉଁ ଦିନ ଲାଇନ କାଟିବାର ଥାଏ ଜିଇଡି କିମ୍ବା ଟାଟା ପାଓ୍ବାର ଆମକୁ ଖବର ଦେଇଥାନ୍ତି । ଯଦି କିଛି କାମ ଥାଏ ତେବେ ଆମେ ତାଙ୍କୁ ମନା କରୁ ନଚେତ ଆରେଜମେଣ୍ଟ ଅଲଗା କରୁ । 11 ତାରିଖରେ ଯାହାବି ଘଟିଲା ସେନେଇ ଆମପାଖରେ କିଛି ଖବର ନଥିଲା । ଯଦି ଥାନ୍ତା ଆମେ କିଛି ବ୍ୟବସ୍ଥା କରିଥାନ୍ତୁ । ଟାଟା ପାଓ୍ବାର କହୁଛି ଜିଇଡିକୁ ଖବର ଦେଇଥିଲେ । ଜିଇଡି ଆମକୁ ବୋଧେ ସୂଚନା ଦେଇ ନଥିଲେ ।''

ଜିଇଡି ଆମକୁ ସୂଚନା ନଦେଇ ବିଦ୍ୟୁତ କାଟ କରିଛି:

ସେ ଆହୁରି ମଧ୍ୟ କହିଛନ୍ତି, ''ଆମର ଇଲେକଟ୍ରିସିଆନକୁ ସେମାନେ ବିଦ୍ୟୁତ କଟାଯିବ ବୋଲି କହିଥିଲେ, ସେତେବେଳେ ଆମର ଇଲେକଟ୍ରିଆସିଆନ କେମୋ ଚାଲିଛି ଓପିଡି ଆୱାରରେ ବିଦ୍ୟୁତ କଟାଯାଉ ବୋଲି କହିଥିଲେ । ଆଉ କିଛି ଅସୁବିଧା ହୋଇନାହିଁ । କେମୋ ଓ୍ବାର୍ଡଟା ଚିକିଏ ଭିତରେ ଥିବାରୁ ସେଠାରେ ଆଉଟ ସାଇଡ ଲାଇଟ ପଡେ ନାହିଁ ବି । ସେଥି ପାଇଁ ଅନ୍ଧାର ରହିଥିଲା । ଯଦି ବିଦ୍ୟୁତ କଟାଯିବ ତାହେଲେ ଜେନେରେଟର ଚଳେଇବାକୁ ବ୍ୟବସ୍ଥା କରାଯାଉ ବୋଲି ଆମର ଇଲେକଟ୍ରିସିଆନ କହିଥିଲେ । ସେମାନେ ଜେନେରେଟର ଚଳେଇଲେ ମରାମତିରେ ଅସୁବିଧା ହେବ ବୋଲି କହିଥିଲେ । ଏହା ପରେ ଆମର ଇଲେକଟ୍ରିସିଆନ ଅଫିସର କହିଥିଲେ ଯେ ଯଦି ଏମିତି କଥା ଓପିଡି ସମୟ ପରେ ଲାଇନ କଟାଯାଉ । ସେମାନେ ଆମକୁ ସୂଚନା ନଦେଇ ବିଦ୍ୟୁତ କାଟି ଦେଇଥିଲେ । ଏହା ଜାଣିଥିଲେ ଆମେ କେମୋ ଦେଇ ନଥାନ୍ତୁ ।

ଏହି ଘଟଣାର ତଦନ୍ତ ହେବ ଓ କୌଣସି ବିଭାଗୀୟ ଅଧିକାରୀଙ୍କ ଅବହେଳା ବାହାରିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଅଧିକ୍ଷକ । ତେବେ ଏହି ସମସ୍ୟା ସମ୍ପର୍କରେ ସେ ଉତ୍ତରଞ୍ଚଳ ଆରଡିସି, ସମ୍ବଲପୁର ଜିଲ୍ଲାପାଳଙ୍କୁ ଅବଗତ କରେଇଥିବା ସୂଚନା ଦେଇଛନ୍ତି ଅଧିକ୍ଷକ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.