ETV Bharat / politics

ସନାଙ୍କୁ ନବୀନଙ୍କ ତାଗିଦ; ବିଜେଡି ସଭାପତିଙ୍କ ଉଗ୍ରରୂପ ପରେ ରାଜନୈତିକ କମ୍ପନ - LOP NAVEEN SANATAN MAHAKUD

ବିଜେଡି ସଭାପତି ନବୀନ ପଟ୍ଟନାୟକ ସର୍ବସମ୍ମୁଖରେ ଝାଡିଲେ ଅସନ୍ତୋଷ । ବିଧାୟକଙ୍କୁ ସିଧା ସିଧା କଲେ ତାଗିଦ ।

LoP Naveen Sanatan Mahakud
LoP Naveen Patnaik Sanatan Mahakud (ETV BHARAT ODISHA)
author img

By ETV Bharat Odisha Team

Published : Feb 13, 2025, 7:20 PM IST

ଭୁବନେଶ୍ୱର: ବିଧାନସଭା ଆରମ୍ଭରୁ ସରଗରମ ହୋଇଛି ରାଜ୍ୟ ରାଜନୀତି । ବିଶେଷ କରି ବିଜେଡ଼ି ମହଲରେ ରାଜନୈତିକ ପରିବେଶ ହଲଚଲ ହୋଇଛି । ଚମ୍ପୁଆ ବିଧାୟକ ସନାତନ ମହାକୁଡଙ୍କୁ ତାଗିଦ କରିିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ଦଳୀୟ ବୈଠକରେ ସାମିଲ ନହେବା ନେଇ ସନାତନଙ୍କ ଉପରେ ବିରକ୍ତ ହେବା ସହ ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ ଆସିଛ ବୋଲି କହିଛନ୍ତି ନବୀନ । ଦଳର ସୁପ୍ରିମୋଙ୍କ ଆଭିମୁଖ୍ୟକୁ ନେଇ ବିଜେଡିରେ କମ୍ପନ ସୃଷ୍ଟି ହୋଇଛି ।

ସମୟ ପ୍ରାୟ ପୂର୍ବାହ୍ନ 10.50 । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପରେ ବିଧାନସଭାକୁ ପ୍ରବେଶ କରୁଥାନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ନବୀନଙ୍କୁ ସ୍ୱାଗତ କରିବା ଲାଗି ଦ୍ୱାର ପାଖରେ ଉପସ୍ଥିତ ଥାନ୍ତି ବିଜେଡିର ଏକାଧିକ ବିଜେଡି ବିଧାୟକ । ସେମାନଙ୍କ ମଧ୍ୟରେ ଥାନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ । ବିଧାନସଭା ପ୍ରବେଶ ଦ୍ୱାର ଚଢୁ ଚଢୁ ବାମ ପାର୍ଶ୍ଵରେ ଠିଆ ହୋଇଥିବା ସନାତନଙ୍କ ଉପରେ ନବୀନଙ୍କ ନଜର ପଡିଲା । ଟିକେ ଅଟକି ଯାଇ ସନାତନଙ୍କୁ ନବୀନ ପଚାରିଲେ, କାଲି କୁଆଡେ ଯାଇଥିଲ ? ବିଧାୟକ ଦଳ ବୈଠକକୁ କାହିଁକି ଆସିଲ ନାହିଁ ? ପ୍ରଥମ ଥର ପ୍ରଶ୍ନ ବୁଝିପାରିନଥିଲେ ସନାତନ । ପୁନର୍ବାର ସମାନ କଥା ନବୀନ ଦୋହରାଇଥିଲେ ।

ସନାଙ୍କୁ ନବୀନଙ୍କ ତାଗିଦ (ETV BHARAT ODISHA)

ଏଥର ସନାତନ ଉତ୍ତର ଦେଇ କହିଥିଲେ, ଦେହ ଭଲ ନଥିଲା । ସନାତନଙ୍କ ଉତ୍ତରକୁ ହିନ୍ଦୀରେ କହିଥିଲେ ବିଜେଡି ବିଧାୟକ ସାରଦା ଜେନା । ଏହା ପରେ ନବୀନ ବିରକ୍ତ ଭାବ ପ୍ରକାଶ କରି ସନାତନଙ୍କ ଉଦେଶ୍ୟରେ କିଛି ଶବ୍ଦ କହିଥିଲେ । ଆଜି କ’ଣ ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ ଆସିଛ ବୋଲି ନବୀନ କହିଥିବା କିଛି କହୁଥିବାବେଳେ ସନାତନ ବିଜେପି ଆଡେ ଯାଉଛ ବୋଲି ନବୀନ କହିଥିବା କୁହାଯାଉଛି । ଯାହାକୁ ନେଇ ରାଜନୀତି ଆରମ୍ଭ ହେବା ସହ ଦୁଇ ପ୍ରକାର ମତ ପ୍ରକାଶ ପାଇଛି ।

ବିଧାନସଭାରେ ପଶୁ ପଶୁ ନବୀନ ସନାତନଙ୍କ ଉପରେ ଅସନ୍ତୋଷ ଝାଡ଼ିଛନ୍ତି । ବିଧାୟକ ଦଳ ବୈଠକକୁ କାହିଁକି ଆସିନଥିଲେ, ସେ ସଂକ୍ରାନ୍ତରେ ସିଧା ପଚାରିଛନ୍ତି । ସନାତନଙ୍କ ସଫେଇ ନବୀନଙ୍କୁ ସନ୍ତୁଷ୍ଟ କରିନାହିଁ । ସର୍ବ ସମ୍ମୁଖରେ ନବୀନଙ୍କ ଏଭଳି ଉଗ୍ରରୂପ ବିଜେଡି ଶିବିରରେ କମ୍ପନ ସୃଷ୍ଟି କରିଛି । ସନାତନ ବିଜେପି ଆଡକୁ ଢଳୁଥିବା ସନ୍ଦେହ କରୁଛନ୍ତି ନବୀନ ।

LoP Naveen Patnaik Sanatan Mahakud
LoP Naveen Patnaik Sanatan Mahakud (ETV BHARAT ODISHA)

ବିଜେଡି ନେତା ସନାତନ ମହାକୁଡ଼ ଏ ନେଇ କହିଛନ୍ତି, "ନବୀନ ଆମ ମୁରବି । ଆମକୁ ପଚାରିବା ଅଧିକାର ତାଙ୍କର ଅଛି । ଦଳୀୟ ବୈଠକକୁ କାହିଁକି ଆସିଲ ନାହିଁ ବୋଲି ନବୀନ ପଚାରିଥିଲେ । ଦେହ ଖରାପ କଥା ମୁଁ କହିଲି । ବିଜେପି ଯିବା କଥା ନବୀନ କହିନାହାନ୍ତି । ବିଜେଡି ଟିକେଟରେ ଜିତିବା ପରେ ବିଜେପିକୁ ଯିବି କେମିତି ? ବିଜେପିକୁ ଗଲେ ବିଧାୟକ ପଦ ଯିବ । ବିଧାୟକ ପଦ ହରେଇବାକୁ କଣ ବିଜେପି ଯିବି ? ମୁଁ ଦଳ ସହିତ ଅଛି, ରହିଛି ଓ ରହିବି ।"

ସନାତନ ଆହୁରି ମଧ୍ୟ କହିଛନ୍ତି, "କେନ୍ଦୁଝର ନେତା ମୋହନ ମାଝୀ ରାଜ୍ୟର ମୁଖ୍ୟମନ୍ତ୍ରୀ । ଜିଲ୍ଲାର ବିକାଶ କାର୍ଯ୍ୟ ପରିକଳ୍ପନା କରି ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯିବା ଅଧିକାର ମୋର ଅଛି । ମୋହନ ବିଜେପିର ମୁଖ୍ୟମନ୍ତ୍ରୀ ନୁହଁନ୍ତି, ସେ ରାଜ୍ୟର ମୁଖ୍ୟମନ୍ତ୍ରୀ । ସ୍ୱାଧୀନ ବିଧାୟକ ଭାବେ କେନ୍ଦୁଝର ଜିଲ୍ଲାରେ ମେଡ଼ିକାଲ କଲେଜ, ବିଶ୍ୱବିଦ୍ୟାଳୟ କରିବାରେ ତତ୍କାଳୀନ ବିଜେଡି ସରକାରକୁ ସହଯୋଗ କରିଥିଲି । ମୁଁ ବିଧାୟକ ଅଛି, ମୁଖ୍ୟମନ୍ତ୍ରୀ ମୋ ଜିଲ୍ଲାର ହୋଇଥିବାରୁ ଯଦି କିଛି ଲୋକ କଲ୍ୟାଣ କାର୍ଯ୍ୟ କରିବାରେ ସଫଳ ହୁଏ, ତେବେ ଜନସାଧାରଣ ଉପକୃତ ହେବେ । ଚମ୍ପୁଆର ଏକ ସ୍କୁଲର ହୀରକ ଜୟନ୍ତୀ ପାଳନ ହୋଇଥିଲା । ସ୍କୁଲର ହୀରକ ଜୟନ୍ତୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସାମିଲ ହୋଇଥିଲେ । ଅଞ୍ଚଳର ବିଧାୟକ ଭାବେ ମୁଁ ଉପସ୍ଥିତ ଥିଲି । ସେଠାରେ କେକ କଟା ଗଲା । ମୁଖ୍ୟମନ୍ତ୍ରୀ କେକ କାଟିବା ସହ ମୋ ମୁହଁରେ ବୋଳିଲେ । ସେଇଟା ମୋ ଜନ୍ମଦିନ ନୁହେଁ । 2029 ପରେ ବିଜେପି ଯିବା କଥା ଆସିବ । 2029 ପୂର୍ବରୁ ଯାଇପାରିବି ନାହିଁ । ଦଳ ମୋତେ ସନ୍ଦେହ କରୁନାହିଁ ।"

ଏହା ବି ପଢନ୍ତୁ- ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ, 'ସୁଭଦ୍ରା' ଏବଂ ଧାନ ବୋନସ ନିଷ୍ପତ୍ତିକୁ ପ୍ରଶଂସା - ASSEMBLY BUDGET SESSION 2025

ଏହା ବି ପଢନ୍ତୁ- ରାଜ୍ୟପାଳଙ୍କ ଅଭିଭାଷଣ ନେଇ ତେଜିଲା ରାଜନୀତି; ନବୀନ କହିଲେ ଆମ କାମର ଶ୍ରେୟ ନେଉଛନ୍ତି, କଂଗ୍ରେସ କହିଲା... - ODISHA ASSEMBLY BUDGET SESSION

ନବୀନ-ସନା କଥୋପକଥନ ସମୟରେ ଉପସ୍ଥିତ ଥିବା ବାଲିକୁଦା ବିଧାୟକ ସାରଦା ଜେନା କହିଛନ୍ତି, "ମୁଁ ପାଖରେ ଥିଲି । ପରିବାରର ମୁଖିଆ ଭାବେ ସେ ସନାଙ୍କୁ ପଚାରିଲେ । କାହିଁକି ଗତକାଲି ବୈଠକକୁ ଆସିନଥିଲ । ସନା ଓଡ଼ିଆରେ କହିଲେ ମୋ ଦେହ ଭଲ ନଥିଲା । ମୁଁ ହିନ୍ଦୀରେ ନବୀନଙ୍କୁ କହିଲି, ତାଙ୍କ ଦେହ ଭଲ ନଥିଲା । କଥା ହେଉଛି ସେତିକି । ଆଉ କିଛି ନବୀନ ପଚାରି ନାହାନ୍ତି । ଦେହ ଖରାପ ଥିଲା ବୈଠକ ଆସିନଥିଲେ । ଦେହ ଖରାପରେ ବୈଠକ ଆସିବା କଣ ବାଧ୍ୟ ? ଆଉ ଅନ୍ୟ କଥା ମନଗଢା ଓ ଅମୂଳକ । ନବୀନଙ୍କ ନେତୃତ୍ୱ ପ୍ରତି ବିଜେଡିର ସମସ୍ତ ବିଧାୟକଙ୍କର ଆସ୍ଥା ଅଛି । ନବୀନଙ୍କ ନେତୃତ୍ୱରେ ବିଜେଡି ସଶକ୍ତ ଅଛି । ସଶକ୍ତ ବିରୋଧୀ ଦଳର ଭୂମିକା ବିଜେଡି ନିଭାଉଛି । କୌଣସି ବିଜେଡି ବିଧାୟକ ବିଜେପି ମୁଁହା ହେବାର କାରଣ ନାହିଁ । ଆଗକୁ କଣ ହେଉଛି ଦେଖ ? ଆମ ନେତା ସମସ୍ତ ବିଧାୟକଙ୍କ ଉପରେ ନଜର ରଖିଛନ୍ତି । ଏହା ଆମ ପାଇଁ ବଡ଼ କଥା ।"

ସେପଟେ ବିଜେପିର ବରିଷ୍ଠ ନେତା ଜୟନାରାୟଣ ମିଶ୍ର କହିଛନ୍ତି, "ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଯେତେବେଳେ ଚାହିଁବେ, ସେତେବେଳେ ବିଜୁ ଜନତା ଦଳକୁ ଖଣ୍ଡ ଖଣ୍ଡ କରିଦେବେ । ସେ କଥା ନବୀନ ବାବୁ ଜାଣିଗଲେଣି । ତେଣୁ ନବୀନ ବାବୁ ଭୟଭୀତ ହୋଇଗଲେଣି । କାଳେ ସମସ୍ତେ ବିଜେପି ପଳେଇବେ । ନବୀନଙ୍କ ବିଚଳିତ ଭାବନା ତାଙ୍କ ମନରେ ଥାଉ । ନବୀନ କିଛି ନବୁଝି କେବଳ ରାଜତ୍ୱ କରୁଥିଲେ । ଆମୋଦ ପ୍ରମୋଦରେ ଲାଗିଥିଲେ । ଏଇଟା ତାହାର ଫଳ ।"

ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ କହିଛନ୍ତି, "ଆଜି ଯେଉଁ ଘଟଣା ଦେଖିଲେ, ତାହା ଅଭାବନୀୟ ଓ ଅକଳ୍ପନୀୟ । ନବୀନ ସିଧାସଳଖ ଦଳର ବିଧାୟକ ସନା ମହାକୁଡ଼ଙ୍କୁ ପ୍ରଶ୍ନ କରୁଛନ୍ତି । କହିଁକି ଗତକାଲି ବିଧାୟକ ଦଳ ବୈଠକରେ ସାମିଲ ହୋଇନଥିଲ ବୋଲି ସନାଙ୍କୁ ନବୀନ ପ୍ରଶ୍ନ କରିଥିଲେ । ଦେହ ଖରାପ ଥିଲା ବୋଲି ସନା କହିଛନ୍ତି । ଜବାବରେ ନବୀନ କହିଥିଲେ, ଦେହ ଖରାପ ଥିଲା ନା ବିଜେପିକୁ ଯାଉଛନ୍ତି ? ଏହି ପ୍ରକରଣରୁ ଦୁଇ କଥା ସାମ୍ନାକୁ ଆସୁଛି । ପ୍ରଥମ କଥା ହେଉଛି, ଦଳର ସଂଗଠନ ଉପରେ ନବୀନଙ୍କର ଥିବା ପକଡ଼ ଦୁର୍ବଳ ହୋଇଛି ।"

ସେ ଆହୁରି ମଧ୍ୟ କହିଛନ୍ତି, "ବିଧାନସଭା ପୂର୍ବରୁ ବିଧାୟକ ଦଳ ବୈଠକ ପୂର୍ବରୁ ଦଳର ମୁଖ୍ୟ ସଚେତକ ହୁଇପ ଜାରି କରନ୍ତି । ବୈଠକରେ ସମସ୍ତେ ସାମିଲ ହେବା ନେଇ ନିର୍ଦ୍ଦେଶନାମା ଜାରି କରାଯାଏ । ଯଦି କେହି ଆସି ନପାରେ ତାହାଲେ ସେ କାରଣ ଦର୍ଶାଇବେ । ସନା ମହାକୁଡ଼ ବିଜେଡି ବିଧାୟକ ଦଳ ବୈଠକରେ ଯୋଗ ଦେଇନାହାନ୍ତି ସ୍ପଷ୍ଟ ହୋଇଛି । ସନା ବୈଠକରେ ସାମିଲ ନହେବା ନେଇ କାରଣ ନଜଣେଇବା ମଧ୍ୟ ସ୍ପଷ୍ଟ ହୋଇଛି । କିମ୍ବା ସେ କାରଣ ଜଣାଇଛନ୍ତି, ମୁଖ୍ୟ ସଚେତକ ନିଜ ଦାଇତ୍ୱ ତୁଲାଇ ନାହାନ୍ତି । ସନାଙ୍କ ବାବଦରେ ନବୀନ ମୁଖ୍ୟ ସଚେତକଙ୍କ ଠାରୁ ସୂଚନା ପାଇବା କଥା । ବିଜେଡିର ସଂଗଠନ ସଠିକ ଭାବେ କାର୍ଯ୍ୟ କରୁନଥିବା ଜଣାପଡୁଛି ।"

ସେ ଏହା ମଧ୍ୟ କହିଛନ୍ତି, "ଦ୍ଵିତୀୟରେ ନବୀନ ଗୋଟେ ବାର୍ତ୍ତା ଦେବାକୁ ଚାହିଁଥାଇ ପାରନ୍ତି । ଆଜିର ଦିନରେ ମଧ୍ୟ ଦଳ ଉପରେ ତାଙ୍କର ନିୟନ୍ତ୍ରଣ ଥିବା ସେ ଦର୍ଶାଇବାକୁ ଚାହିଁଥାଇ ପାରନ୍ତି । ଦଳର ସମସ୍ତ ବ୍ୟାପାର ସେ ନିୟନ୍ତ୍ରଣ କରୁଛନ୍ତି । ଦଳର ଡ୍ରାଇଭର ସିଟରେ ସେ ଥିବା ବାର୍ତ୍ତା ଦେବାକୁ ଚାହିଁଥାଇପାରନ୍ତି । ବିଜେଡି ନେତା ଦଳ ଛାଡି ଛାଡି ଯାଉଛନ୍ତି । ସନା ଜଣେ ବ୍ୟବସାୟୀ । କେନ୍ଦୁଝରରେ ତାଙ୍କର ଖଣି ବ୍ୟବସାୟ ରହିଛି । ପରିବର୍ତ୍ତିତ ପରିସ୍ଥିତିରେ ସେ ବିଜେପିର ନିକଟତର ହେଉଥାଇପାରନ୍ତି । କାରଣ ତାଙ୍କୁ ତାଙ୍କ ବ୍ୟବସାୟିକ ସାମ୍ରାଜ୍ୟକୁ ସମ୍ଭାଳିବାକୁ ପଡିବ । ନବୀନ ହାତରୁ ନିୟନ୍ତ୍ରଣ ଯାଉଥିବା ସ୍ପଷ୍ଟ ହେଉଛି ।"

ସେପଟେ ନେତାଙ୍କ ମେଳି ବିଜେଡି ସଭାପତିଙ୍କ ଚିନ୍ତା ବଢାଇଛି । ଗଡ଼ ସମ୍ଭାଳିବା ଲାଗି ମୁଖିଆ ସାମ୍ନାକୁ ଆସିଲେଣି । ଆଜି ସନାତନଙ୍କୁ ତାଗିଦ ପରେ ବିଜେଡିରେ କମ୍ପନ ସୃଷ୍ଟି ହୋଇଛି । ଦୁଇ ବରିଷ୍ଠ ନେତାଙ୍କୁ ମେଳି ବାନ୍ଧିବା ନେଇ ଫୋନ କରି ପଚାରିଥିଲେ ନବୀନ । ନେତାଙ୍କ ମେଳି ଦଳ ପାଇଁ ଭୁଲ ବାର୍ତ୍ତା ଯାଉଛି ବୋଲି କହି ତାଗିଦ କରିଥିଲେ ନବୀନ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.