ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଆତିଶୀ ମାର୍ଲେନା । ଆଜି (ରବିବାର) ରାଜଭବନରେ ପହଞ୍ଚି ନିଜ ପଦରୁ ଇସ୍ତଫା ଦେଇଛନ୍ତି । ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ଆତିଶୀ ।
Hon’ble Lt Governor, Shri VK Saxena today recieved the resignation of Hon’ble CM, Ms Atishi. He asked her to continue in her position till the formation of the new government. pic.twitter.com/tHHBCMKL3E
— Raj Niwas Delhi 🇮🇳 (@RajNiwasDelhi) February 9, 2025
ଗତବର୍ଷ ଶପଥ ନେଇଥିଲେ ଆତିଶୀ:
21 ସେପ୍ଟେମ୍ବର 2024ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଆତିଶୀ । ସଦ୍ୟ ନିର୍ବାଚନରେ ଦିଲ୍ଲୀରେ ଆମ ଆଦମୀ ପାର୍ଟି ହାତରୁ କ୍ଷମତା ଛଡାଇ ନେଇଛି ବିଜେପି । ଆପକୁ ମାତ୍ର 22 ସିଟ୍ ମିଳିଥିବାବେଳେ ଭାଜପା ହାତେଇଛି 48 ସିଟ୍ ।
ଦିଲ୍ଲୀରେ ବିଜେପି ସରକାର:
ରାଜଧାନୀ ଦିଲ୍ଲୀରେ ଐତିହାସିକ ବିଜୟ ହାସଲ କରିବା ପରେ ସରକାର ଗଢିବାକୁ ପ୍ରସ୍ତୁତି ଆରମ୍ଭ କରିଦେଲାଣି ପଦ୍ମ କ୍ୟାମ୍ପ । ଏନେଇ ଗୃହମନ୍ତ୍ରୀ ଅମିତ ଶାହଙ୍କ ବାସବଭନରେ ବୈଠକ ବସିଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ବୈଜୟନ୍ତ ପଣ୍ଡା ଏବଂ ବିଏଲ ସନ୍ତୋଷ ଭି ମଧ୍ୟ ଉପସ୍ଥିତ ଥିଲେ । ଏହି ବୈଠକରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନାଁ ସମେତ ହେବାକୁ ଥିବା କେତେକ ମନ୍ତ୍ରୀଙ୍କ ବିଷୟରେ ମଧ୍ୟ ଆଲୋଚନା ହୋଇଥିବା କୁହାଯାଉଛି ।
VIDEO | Delhi: Union Minister and BJP National President JP Nadda (@JPNadda) reaches Union Home Minister Amit Shah's (@AmitShah) residence.
— Press Trust of India (@PTI_News) February 9, 2025
(Full video available on PTI Videos - https://t.co/n147TvrpG7) pic.twitter.com/h29mpTgCaY
ଏହା ବି ପଢନ୍ତୁ...Opinion: ପଦ୍ମ ଲହରରେ ଚାଲିଲାନି ଝାଡୁ, ଆପ୍ ହାତରୁ ଗଲା ଦିଲ୍ଲୀ କ୍ଷମତା ଡୋରି
କେବେ ଶପଥ ନେବେ ମୁଖ୍ୟମନ୍ତ୍ରୀ?
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ବିଦେଶ ଗସ୍ତରେ ଥିବାବେଳେ ସେ ଫେରିବା ପରେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେଇପାରନ୍ତି ବୋଲି କୁହାଯାଉଛି । ଶପଥ ଗ୍ରହଣରେ ଏନଡିଏ ନେତା ମାନେ ବି ଉପସ୍ଥିତ ରହିପାରନ୍ତି । ଏହାସହ ଏନଡିଏ ମେଣ୍ଟ ସରକାର ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଶପଥ ଗ୍ରହଣ ଉତ୍ସବକୁ ଆମନ୍ତ୍ରିତ କରାଯାଇପାରେ । ଚଳିତ ଫେବୃଆରୀ 5 ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । 8 ତାରିଖରେ ଆସିଥିବା ଫଳାଫଳ ପାଇଁ ଆମ ଆଦମୀ ପାର୍ଟିକୁ ଲାଗିଛି ଝଟକା । ପଦ୍ମକୁ ଦିଲ୍ ଦେଇଛନ୍ତି ଦିଲ୍ଲୀବାସୀ । ଆପର ବିଜୟରେ ବିଜେପି ଲଗାଇଛି ବ୍ରେକ୍ । ଅଢେଇ ଦଶନ୍ଧି ପରେ ଦିଲ୍ଲୀର ନେତୃତ୍ୱ ନେବ ବିଜେପି । ଦେଶର କ୍ୟାପିଟାଲକୁ ଦଳ ନିଜ ଅକ୍ତିଆରକୁ ଆଣିଥିବାବେଳେ ବିଜେପି ବିଜୟରେ ଯୋଡି ହୋଇଛି ଆଉ ଏକ ରାଜ୍ୟ ।
![JP Nadda And Amit Shah](https://etvbharatimages.akamaized.net/etvbharat/prod-images/09-02-2025/23507374_1.jpg)
ଏହା ବି ପଢନ୍ତୁ...ଦିଲ୍ଲୀ ଜନାଦେଶ: ଆଞ୍ଚଳିକ ଦଳ ପାଇଁ ସତର୍କ ଘଣ୍ଟି କି ? - DELHI ELECTION 2025
ଏହା ବି ପଢନ୍ତୁ...ଦିଲ୍ଲୀ ଦଖଲ କଲା ବିଜେପି: ବିରୋଧି ଆସନରେ ଆପ, କିଏ ହେବ ମୁଖ୍ୟମନ୍ତ୍ରୀ ?