କଟକ: ବାରବାଟୀରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହୋଇଯାଇଛି ଦ୍ବିତୀୟ ଦିନିକିଆ ମୁକାବିଲା । ଟସ୍ ଜିତି ଭ୍ରମଣକାରୀ ଇଂଲଣ୍ଡ ଦଳର ବ୍ୟାଟିଂ ନିଷ୍ପତ୍ତି । ଫଳରେ ପ୍ରଥମେ ବୋଲିଂ କରିବ ଭାରତ । ଏକଦାଶକୁ ଫେରିଲେ ବିରାଟ କୋହଲି । ଆଣ୍ଠୁରେ ଯନ୍ତ୍ରଣା ହେତୁ ପ୍ରଥମ ମ୍ୟାଚ ଖେଳିନଥିଲେ । ଏକାଦଶ ପ୍ରକାଶ ପରେ ଫ୍ୟାନ୍ସଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ । ପୁଣି ଥରେ ବାରବାଟୀରେ ବିରାଟଙ୍କ ସଟ୍ ଦେଖିବେ ଦର୍ଶକ । ଜୟସ୍ବାଲଙ୍କୁ ବାରବାଟୀରେ ଖେଳିବାର ସୁଯୋଗ ମିଳିନାହିଁ । ରୋହିତ ଶର୍ମାଙ୍କ ସହ ଓପନିଂ କରିବେ ଶୁବମନ ଗିଲ । ଦିନିକିଆରେ ଡେବ୍ୟୁ କଲେ ସ୍ପିନର ବରୁଣ ଚକ୍ରବର୍ତ୍ତୀ ।
Today's Playing XI 🙌
— BCCI (@BCCI) February 9, 2025
2️⃣ Changes for #TeamIndia
Updates ▶️ https://t.co/NReW1eEiE7#INDvENG | @IDFCFIRSTBank pic.twitter.com/5nTl3lsh4r
ସ୍ଥାନ ବଜାୟ ରଖିଲେ ଆୟର, କୋହିଲଙ୍କ ପାଇଁ ଫ୍ୟାନ୍ସ ଖୁସ୍:
ପ୍ରଥମ ମ୍ୟାଚରେ ବିରାଟ ଖେଳିନଥିବାରୁ ତାଙ୍କ ସ୍ଥାନରେ ଶ୍ରେୟସ ଆୟର ଖେଳିବାର ସୁଯୋଗ ପାଇଥିଲେ । ଏହି ସୁଯୋଗରେ ସେ ହାତ ଛଡା କରିବାକୁ ଦେଇନଥିଲେ । 36 ବଲରେ 59 ରନ କରିଥିଲେ ସେ । ଯାହା ଭାରତକୁ ବିଜୟୀ କରିବାରେ ସହଯୋଗ କରିଥିଲା । ବିରାଟ ଦ୍ବିତୀୟ ମ୍ୟାଚରେ ଏକାଦଶକୁ ଫେରିଲେ ଆୟରଙ୍କୁ ସ୍ଥାନ ମିଳିବ ନାହିଁ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଜୟସ୍ବାଲ ଏକଦାଶରୁ ବାଦ ପଡିଛନ୍ତି ।
🚨 Toss 🚨#TeamIndia have been put into bowl first 👍
— BCCI (@BCCI) February 9, 2025
Updates ▶️ https://t.co/NReW1eEQtF#INDvENG | @IDFCFIRSTBank pic.twitter.com/4tmuipNAO0
ଏହା ମଧ୍ୟ ପଢନ୍ତୁ-ବାରବାଟୀରେ ପହଞ୍ଚିଲେ ଦୁଇ ଦେଶର ଖେଳାଳି, ଦର୍ଶକଙ୍କ ପାଇଁ ଖୋଲିଲା ଷ୍ଟାଡିୟମ - IND VS ENG
ବାରବାଟୀରେ ଡେବ୍ଯୁ ମ୍ୟାଚ ଖେଳିବେ ବରୁଣ ଚକ୍ରବର୍ତ୍ତୀ:
ପ୍ରଥମ ଥର ପାଇଁ ଦିନିକିଆ ସ୍କ୍ବାଡରେ ସାମିଲ ହୋଇଥିଲେ ମଧ୍ୟ ଇଂଲଣ୍ଡ ବିପକ୍ଷ ପ୍ରଥମ ମୁକାବିଲାରେ ସ୍ପିନର ବରୁଣ ଚକ୍ରବର୍ତ୍ତୀ ଏକାଦଶରେ ସ୍ଥାନ ପାଇନଥିଲେ । ଦ୍ବିତୀୟ ମ୍ୟାଚରେ ଏକାଦଶରେ ସ୍ଥାନ ପାଇ ଖେଳିବାର ସୁଯୋଗ ପାଇଛନ୍ତି । ତାଙ୍କୁ ଆଜି ଡେବ୍ୟୁ କ୍ୟାପ ପିନ୍ଧାଇଥିଲେ ଅଧିନାୟକ ରୋହିତ ଶର୍ମା ।
ଭାରତ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ (ଉପଅଧିନାୟକ), ବିରାଟ କୋହଲି, ଶ୍ରେୟସ ଆୟର, ହାର୍ଦ୍ଦିକ ପାଣ୍ଡ୍ୟା, କେଏଲ ରାହୁଲ, ଅକ୍ଷର ପଟେଲ, ରବିନ୍ଦ୍ର ଜାଡେଜା, ହର୍ଷିତ ରାଣା, ମହମ୍ମଦ ଶାମି, ବରୁଣ ଚକ୍ରବର୍ତ୍ତୀ ।
Debut 🧢 ✅
— BCCI (@BCCI) February 9, 2025
Varun Chakaravarthy will make his first appearance for #TeamIndia in an ODI ✨
Updates ▶️ https://t.co/NReW1eEQtF#INDvENG | @IDFCFIRSTBank | @chakaravarthy29 pic.twitter.com/TRah0L7gh9
ଇଂଲଣ୍ଡ ଏକାଦଶ: ଫିଲିପ୍ ସଲ୍ଟ , ବେନ୍ ଡକେଟ, ଜୋ ରୁଟ୍, ହ୍ୟାରି ବ୍ରୁକ୍, ଜସ୍ ବଟଲର୍ (ଅଧିନାୟକ), ଲିଆମ୍ ଲିଭିଙ୍ଗଷ୍ଟୋନ୍, ଜେମି ଓଭରଟନ୍, ଗସ୍ ଆଟକିନସନ୍, ଆଦିଲ୍ ରସିଦ୍, ମାର୍କ ଉଡ୍, ସାକିବ୍ ମହମୁଦ୍।