ETV Bharat / sports

ଭାରତର ବାରବାଟୀ ବିଜୟ, ବିସ୍ଫୋରକ ଶତକ କଲେ ହିଟ୍‌ମ୍ୟାନ - IND VS ENG 2ND ODI

ଭାରତ ଇଂଲଣ୍ଡ ଦ୍ୱିତୀୟ ଦିନିକିଆ । ବାରବାଟୀରେ ୪ ଓ୍ବିକେଟରେ ଭାରତର ଦମଦାର ବିଜୟ ।

India vs England 2nd ODI match
India vs England 2nd ODI match (ANI)
author img

By ETV Bharat Odisha Team

Published : Feb 9, 2025, 9:52 PM IST

କଟକ: ସୁପର ସଣ୍ଡେରେ ରୋହିତ ଶର୍ମାଙ୍କ ସୁପର ସୋ । ରୋହିତଙ୍କ ବିସ୍ଫୋରକ ବ୍ୟାଟିଂ ସହ ବାରବାଟୀରେ ଭାରତର ଦମଦାର ବିଜୟ । କଟକର ବାରବାଟୀ ଷ୍ଟାଡିମୟରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆରେ ସୁପର ଫାଇଟ ଦେଖିବାକୁ ମିଳିଛି । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଭାରତ ସାମ୍ନାରେ ୩୦୫ ରନର ଟାର୍ଗେଟ ରଖିଥିଲା ବେଳେ ଏହାକୁ ପିଛା କରି ୬ ଓ୍ବିକେଟ ହରାଇ ବିଜୟ ଲକ୍ଷ୍ୟ ପାର କରିଥିଲା ଟିମ ଇଣ୍ଡିଆ । ତେବେ ବାରବାଟୀରେ କ୍ୟାପଟେନ ହିଟ ମ୍ୟାନଙ୍କ ଛକା ଚଉକା ବର୍ଷା ଦେଖିବାକୁ ମିଳିଥିଲା ।

ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ:

ଆରମ୍ଭରୁ ହିଁ ଓପନର ଭାବେ ପଡିଆକୁ ଓହ୍ଲାଇଥିବା ରୋହିତ ଶର୍ମା ଓ ଶୁଭମନ ଗିଲଙ୍କ ବିସ୍ପୋରକ ବ୍ୟାଟିଂ ଦେଖିବାକୁ ମିଳିଥିଲା । ଉଭୟ ଖେଳାଳି ବାରବାଟୀରେ ଛକା ଓ ଚଉକା ବର୍ଷା କରିଥିଲେ । ୧୩ ଓଭର ୪ ବଲରେ ପାର୍ଟନରସିପରେ ୧୦୦ ରନ କରିଥିଲେ ଓପନର ଭାବେ ପଡିଆକୁ ଓହ୍ଲାଇଥିବା ରୋହିତ ଶର୍ମା ଓ ଶୁଭମନ ଗିଲ୍ । ଶୁଭମନ ଗିଲ ଅର୍ଦ୍ଧଶତକ କରି ଆଉଟ ହୋଇଯାଇଥିବା ବେଳେ ରୋହିତ ଶତକ ହାସଲ କରିଥିଲେ ।

ରୋହିତଙ୍କ ଶତକ ଓ ଗିଲଙ୍କ ଅର୍ଦ୍ଧଶତକ:

ଭାରତୀୟ ଟିମର ଓପନର ଭାବେ ପଡିଆକୁ ଓହ୍ଲାଇଥିବା ରୋହିତ ଶର୍ମାଙ୍କ ଶତକ ଓ ଶୁଭମନ ଗିଲଙ୍କ ଅର୍ଦ୍ଧଶତକ ଇଣ୍ଡିଆକୁ ବିଜୟ ରାସ୍ତାକୁ ବାଟ କଢାଇ ନେଇଥିଲା । ଆରମ୍ଭରୁ ହିଁ ଆକ୍ରାମକ ଢଙ୍ଗରେ ଖେଳିଥିଲେ ଉଭୟ ଖେଳାଳି । ୫୨ ବଲରେ ୬ ଚଉକା ଓ ଗୋଟିଏ ଛକା ସହ ୬୦ ରନ କରି ଜାମି ଓଭରଟନଙ୍କ ବଲରେ ଆଉଟ ହୋଇଯାଇଥିଲେ ଶୁଭମନ ଗିଲ୍ । ଶୁଭମନ ଗିଲ ଓ ରୋହିତ ପାର୍ଟନର ଭାବେ ୧୦୦ ବଲରେ ୧୩୩ ରନ ଖାତାରେ ଯୋଡିଥିଲେ ।

କ୍ୟାପଟେନ ରୋହିତଙ୍କ ହିଟ୍ ମୁଡ :

ବାରବାଟୀରେ ଆଜି କ୍ୟାପଟେନ ରୋହିତଙ୍କ ରୋ-ହିଟ୍ ମୁଡ ଦେଖିବାକୁ ମିଳିଥିଲା । ବାରବାଟୀରେ ଛକା ଓ ଚଉକା ବର୍ଷା କରିଥିଲେ ରୋହିତ । ୯୦ ବଲରେ ସେ ୧୨ଟି ଚଉକା ଓ ୭ଟି ଛକା ସହ ୧୧୯ ରନ ସଂଗ୍ରହ କରିଛନ୍ତିି । ଲିଭିଙ୍ଗଷ୍ଟୋନଙ୍କ ବଲରେ ଆଦିଲ ରସିଦଙ୍କ ହାତରେ କ୍ୟାଚ ଆଉଟ ହୋଇଯାଇଥିଲେ ରୋହିତ । ତେବେ ରୋହିତଙ୍କ ବିସ୍ଫୋରକ ବ୍ୟାଟିଂକୁ ନେଇ ଦର୍ଶକମାନ ଭରପୁର ଉପଭୋଗ କରିଥିଲେ ।

ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଲେ ରୋହିତ:

ବିସ୍ଫୋରକ ବ୍ୟାଟିଂ ବଳରେ ଆଜି ବାରବାଟୀରେ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି କ୍ୟାପଟେନ ରୋହିତ ଶର୍ମା । ଭାରତୀୟ ଦଳର ଓପନର ଭାବେ ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରେ ଦ୍ବିତୀୟ ସର୍ବାଧିକ ରନ୍‌ କରି ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରେ ଭାରତୀୟ ଓପନର ଭାବେ ବିରେନ୍ଦ୍ର ସେହଓ୍ବାଗ ସର୍ବାଧିକ ରନ କରି ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି । ସେ ୩୨୧ଟି ମ୍ୟାଚରେ ୪୧.୯୦ ହାରରେ ୧୫ ହଜାର ୭୫୮ ରନ କରିଛନ୍ତି । ସେହିପରି ତେନ୍ଦୁଲକର ୩୪୬ଟି ମ୍ୟାଚରେ ୪୮.୦୬ ହାରରେ ୧୫ହଜାର ୩୩୫ ରନ କରି ଦ୍ବିତୀୟ ସ୍ଥାନରେ ରହିଥିଲେ । ତେବେ ରୋହିତ ଶର୍ମାଙ୍କୁ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବାକୁ ଆଉ ମାତ୍ର ୫୦ ରନର ଆବଶ୍ୟକତା ଥିବା ବେଳେ ଏହି ରନ ଆଜି ପୂରଣ ହୋଇଯାଇଛି । ଆଜିର ମ୍ୟାଚରେ ସେ ତେନ୍ଦୁଲକରଙ୍କୁ ପଛରେ ପକାଇ ଦ୍ବିତୀୟ ସ୍ଥାନକୁ ଉଠିଛନ୍ତି ରୋହିତ ଶର୍ମା ।

ଏହାମଧ୍ୟ ପଢନ୍ତୁ...ଖେଳ ମଝିରେ ଅନ୍ଧକାର ହୋଇଗଲା ଷ୍ଟାଡିୟମ, ଅଧ ଘଣ୍ଟା ଧରି ଖେଳ ବନ୍ଦ

ଭାରତ ଆଗରେ ୩୦୫ ରନର ଟାର୍ଗେଟ, ସର୍ବାଧିକ ୱିକେଟ ନେଲେ ଜାଡେଜା

ଆଜି ବାରବାଟୀ ଫାଇଟ୍‌, ସୁପର ସଣ୍ଡେରେ ଭାରତ-ଇଂଲଣ୍ଡ ମୁକାବିଲା

ନିରାଶ କଲେ କୋହଲି

ସିରିଜର ପ୍ରଥମ ମ୍ୟାଚରେ ଆହତ କାରଣରୁ ଖେଳିନଥିଲେ ବିରାଟ କୋହଲି । ତେବେ ଏହି ମ୍ୟାଚରେ ତାଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଥିଲା । ମାତ୍ର ୮ ବଲ ଖେଳି ୫ ରନ କରି ଫାଭିଲିୟନକୁ ବିଦା ହୋଇଥିଲେ ବିରାଟ କୋହଲି । ଅଦିଲ ରସିଦଙ୍କ ବଲରେ ଓ୍ବିକେଟ କିପର ଫିଲ ସଲ୍ଟଙ୍କ ହାତକୁ କ୍ୟାଚ ଦେଇ ଆଉଟ ହୋଇଯାଇଥିଲେ କୋହଲି । ଏଥିସହ ଇଣ୍ଡିଆର ଦ୍ୱିତୀୟ ଓ୍ବିକେଟର ପତନ ଘଟିଥିଲା । ଯାହାକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ନିରାଶ ଖେଳିଯାଇଥିଲା ।

ଅନ୍ୟପଟେ ଶ୍ରେୟସ ଆୟାର ୪୭ବଲ ଖେଳି ୪୪ ରନ କରି ରନ ଆଉଟ ହୋଇଯାଇଥିଲେ । କେ ଏଲ ରାହୁଲ ୧୪ବଲରେ ୧୦ ରନ, ହାର୍ଦ୍ଦିକ ପାଣ୍ଡ୍ୟା ୬ ବଲରେ ୧୦ ରନ, ଅକ୍ସର ପଟେଲ ୪୩ ବଲରେ ୪୧ ରନ କରି ଅପରାଜିତ ଓ ରବିନ୍ଦ୍ର ଜାଡେଜା ୨ ବଲରେ ୧୧ ରନ କରି ଅପରାଜିତ ରହିଛନ୍ତି ।

ଇଣ୍ଡିଆ ଆଗରେ ୩୦୫ ରନର ଟାର୍ଗେଟ:

ପ୍ରଥମରୁ ଇଂଲଣ୍ଡ ଖେଳାଳିଙ୍କ ଆକ୍ରାମକ ଖେଳ ଦେଖିବାକୁ ମିଳିଥିଲା । ଶେଷ ଓଭରରେ ୩୦୪ ରନ ସହ ଅଲ ଆଉଟ ହୋଇଯାଇଥିଲା ଇଂଲଣ୍ଡ । ଏଥିସହ ଭାରତ ଆଗରେ ୩୦୫ ରନର ବିଜୟ ଲକ୍ଷ୍ୟ ରଖିଥିଲା ଇଂଲଣ୍ଡ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.