କେନ୍ଦୁଝର: ଦିନିକିଆ କେନ୍ଦୁଝର ଜିଲ୍ଲା ଗସ୍ତ ସାରି ଫେରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗତକାଲି(ଶନିବାର) ଯାଜପୁରରୁ ସଡ଼କ ପଥରେ ଆସି କେନ୍ଦୁଝରରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ । ଆଜି ସକାଳ ୧୧ ଟା ସମୟରେ ଧରଣୀଧର ମେଡ଼ିକାଲ କଲେଜରେ ପ୍ରଥମେ ଧରଣୀଧରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଅଡିଟୋରିୟମରେ ଇଣ୍ଡିଆନ ମେଡିକାଲ ଆସୋସିଏସନର ଦୁଇ ଦିନିଆ ୭୪ ତମ ରାଜ୍ୟ ବାର୍ଷିକ ସମ୍ମିଳନୀକୁ ଉଦଘାଟନ କରିଥିଲେ ।
ଡାକ୍ତର ଦ୍ବିତୀୟ ଭଗବାନ:ମୁଖ୍ୟମନ୍ତ୍ରୀ
ପ୍ରଥମେ ସଂଘର ସମସ୍ତ ସଦସ୍ୟମାନେ ଗୁଣବତ୍ତା ସ୍ବାସ୍ଥ୍ୟ ସେବା ପ୍ରଦାନ ପାଇଁ ଶପଥ ଗ୍ରହଣ କରିଥିଲେ । ପରେ ପରେ ଦିବଂଗତ ସଦସ୍ୟମାନଙ୍କ ଉଦ୍ଦେଶ୍ୟରେ ୨ ମିନିଟ ନୀରବ ପ୍ରାର୍ଥନା କରିବା ପରେ କେନ୍ଦୁଝରର ଆରାଧ୍ୟ ଦେବତା ବଳଭଦ୍ରଙ୍କ ସହ ଜଗନ୍ନାଥ ଏବଂ ସୁଭଦ୍ରାଙ୍କ ପ୍ରତିମୂର୍ତ୍ତି ନିକଟରେ ପ୍ରଦୀପ ପ୍ରଜ୍ବଳନ କରିଥିଲେ ମୁଖ୍ୟମନ୍ତ୍ରୀ । ଏହାପରେ ଡାକ୍ତର ହରେକୃଷ୍ଣ ନାୟକଙ୍କ ଦ୍ଵାରା ରଚିତ ସ୍ବାସ୍ଥ୍ୟ ସୁରଭି ପୁସ୍ତକ ସହ ଅନ୍ୟ ପୁସ୍ତକ ଉନ୍ମୋଚନ କରିଥିଲେ । ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣ ଆରମ୍ଭରେ ପ୍ରଭୁ ଜଗନ୍ନାଥ, ବଳଦେବଜୀଉ ଏବଂ ତାରିଣୀଙ୍କ ନାମ ନେଇ ବକ୍ତବ୍ୟ ଆରମ୍ଭ କରିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ କହିଥିଲେ, "ଡାକ୍ତରମାନେ ଜୀବନ ରକ୍ଷକ ହୋଇଥିବାରୁ ଲୋକମାନେ ସେମାନଙ୍କୁ ଦ୍ୱିତୀୟ ଭଗବାନ ବୋଲି ଭାବିଥାନ୍ତି । ଭଲ ସ୍ବାସ୍ଥ୍ୟବିନା ଲୋକଙ୍କ ପାଖରେ ଥିବା ଧନସମ୍ପତ୍ତି, ଯୌବନ, ମାନସମ୍ମାନର କୌଣସି ମୂଲ୍ୟ ନାହିଁ ।"
![Dharanidhar Medical College and Hospital](https://etvbharatimages.akamaized.net/etvbharat/prod-images/10-02-2025/od-kjr-01-cmvisitima-vis-avb-od10027-rtu_09022025143135_0902f_1739091695_207.jpg)
ଏହା ବି ପଢନ୍ତୁ....କେନ୍ଦୁଝରରେ ଷ୍ଟିଲ ପ୍ଲାଣ୍ଟ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, 'ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ MoU'
ଏହା ବି ପଢନ୍ତୁ....ରାୟଗଡ଼ାରେ ନୂତନ ରେଳ ଡିଭିଜନର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ
![Dharanidhar Medical College and Hospital](https://etvbharatimages.akamaized.net/etvbharat/prod-images/09-02-2025/od-kjr-01-cmvisitima-vis-avb-od10027-rtu_09022025143135_0902f_1739091695_560.jpg)
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, "କେନ୍ଦୁଝର ଜିଲ୍ଲା ଖଣି ବହୁଳ ଏବଂ ଅନ୍ୟ ପ୍ରାକୃତିକ ସମ୍ପଦ ଥିଲେ ମଧ୍ୟ ସ୍ୱାସ୍ଥ୍ୟକ୍ଷେତ୍ରରେ ପଛୁଆ ଥିଲା । ଖଣି ଖାଦାନ ପାଇଁ ଜିଲ୍ଲାରେ ସର୍ବାଧିକ ଦୁର୍ଘଟଣା ସହ ଖଣି ପାଇଁ ପ୍ରଦୂଷଣ ସର୍ବାଧିକ । ତେଣୁ ଲୋକେ ରୋଗଗ୍ରସ୍ତ ହେଉଛନ୍ତି ।" କେନ୍ଦୁଝରରେ ମେଡିକାଲ କଲେଜ ଥିଲେ ବି ଏହା ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନଥିବାରୁ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ଏହାକୁ ଏକ ନମ୍ୱର ମେଡିକାଲ କଲେଜ କରିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । କେନ୍ଦୁଝର ମେଡିକାଲ କଲେଜରେ ଟ୍ରମା କେୟାର ସେଣ୍ଟର ଅଛି ନେଇ ପ୍ରଶାସନିକ ସ୍ତରରେ କୌଣସି ପଦକ୍ଷେପ ନିଆଯାଇନଥିବାରୁ ସେ ବିରକ୍ତ ଭାବ ପ୍ରକାଶ କରିଥିଲେ । ଏହାସହ କେନ୍ଦୁଝର ମେଡିକାଲ କଲେଜରେ କେଉଁ ବ୍ୟବସ୍ଥା ରହିଛି ତାହା ପଚାରି ବୁଝିଥିଲେ ମୁଖ୍ୟମନ୍ତ୍ରୀ ।
![Dharanidhar Medical College and Hospital](https://etvbharatimages.akamaized.net/etvbharat/prod-images/09-02-2025/od-kjr-01-cmvisitima-vis-avb-od10027-rtu_09022025143135_0902f_1739091695_505.jpg)
ଜିଲ୍ଲା ଖଣିଜ ପାଣ୍ଠିରୁ ନିର୍ମିତ କଲେଜ:
"କେନ୍ଦୁଝର ଧରଣୀଧର ମେଡିକାଲ କଲେଜ ନିଜସ୍ଵ ଜିଲ୍ଲା ଖଣିଜ ପାଣ୍ଠିରୁ ନିର୍ମିତ ହେଇଥିବାବେଳେ ଗୋଟିଏ ଟଙ୍କା ବି କୌଣସି ସରକାରଙ୍କଠାରୁ ଅନୁଦାନ ମିଳିନଥିଲା, ଆଗକୁ ଯାହା ଉନ୍ନତିକରଣହେବ ସରକାରୀ ଅନୁଦାନରେ ହେବ ବୋଲି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଡିଏମଏଫରୁ ଆଉ ଟଙ୍କାଟିଏ ବି ଖର୍ଚ୍ଚ କରାଯିବ ନାହିଁ, ଖୁବଶୀଘ୍ର କେନ୍ଦୁଝର ଧରଣୀଧର ମେଡିକାଲ କଲେଜ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ । ଏହାସହ କେନ୍ଦୁଝର ମେଡିକାଲ କଲେଜ କିପରି ଓଡ଼ିଶାର ଏକ ନମ୍ବର ମେଡିକାଲ କଲେଜ ହେବ" ସେନେଇ ସମସ୍ତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
![Dharanidhar Medical College and Hospital](https://etvbharatimages.akamaized.net/etvbharat/prod-images/09-02-2025/od-kjr-01-cmvisitima-vis-avb-od10027-rtu_09022025143135_0902f_1739091695_118.jpg)
ତିନିଦିନିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ, ବୈତରଣୀରେ ପକାଇଲେ ମକର ବୁଡ - CM KENDUJHAR VISIT'କେନ୍ଦୁଝର ହେବ ଶିଳ୍ପ ଅଗ୍ରଣୀ ଜିଲ୍ଲା', ଗୋନାସିକା ମହୋତ୍ସବରେ ମୁଖ୍ୟମନ୍ତ୍ରୀ କଲେ ଘୋଷଣା - GONASIKA MAHOTSAV |
ଇଟିଭି ଭାରତ, କେନ୍ଦୁଝର