ରାୟପୁର: ଛତିଶଗଡର ବିଜାପୁରରେ ବଡଧରଣର ଏନକାଉଣ୍ଟର । ସୁରକ୍ଷାବଳ ଓ ନକ୍ସଲ ମଧ୍ୟରେ ଚାଲିଥିବା ଗୁଳି ବିନିମୟରେ 31 ନକ୍ସଲ ନିପାତ ହୋଇଥିବା ବେଳେ 2 ଯବାନ ଶହୀଦ ହୋଇଛନ୍ତି । ଏଥିସହ 2 ଯବାନ ଗୁରୁତର ଆହତ ହୋଇଛନ୍ତି । ଏନକାଉଣ୍ଟରରେ ନକ୍ସଲ ନିପାତ ସମ୍ପର୍କରେ ସୂଚନା ଦେଇଛନ୍ତି ବସ୍ତର ଆଇଜି ସୁନ୍ଦରରାଜ ପି । ସକାଳୁ ଆରମ୍ଭ ହୋଇଛି ଏହି ଏନକାଉଣ୍ଟର ।
#WATCH | Chhattisgarh: Raipur SSP Lal Umed Singh says, " both the injured jawans in the bijapur encounter have been airlifted to raipur hospital. i have met both the injured jawans and the doctor. the jawans are out of danger now... one of them has suffered leg injuries and the… https://t.co/5mHwvv2DeI pic.twitter.com/mHR91zAahm
— ANI (@ANI) February 9, 2025
31 ନକ୍ସଲ ନିପାତ:
ଇନ୍ଦ୍ରାବତୀ ନ୍ୟାସନାଲ ପାର୍କ ଅଞ୍ଚଳରେ ନକ୍ସଲ ଥିବା ନେଇ ରବିବାର ସକାଳୁ ସୂଚନା ପାଇଥିଲେ ଯବାନ । ସୂଚନା ଆଧାରରେ ଡିଆରଜି ଓ ଏସଟିଏଫ ଯବାନ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ସର୍ଚ୍ଚ ଅପରେସନ ବେଳେ ନକ୍ସଲ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ।ଏହି ଏନକାଉଣ୍ଟରରେ ବର୍ତ୍ତମାନ ସୁଦ୍ଧା 31 ନକ୍ସଲଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପୂରା ଅଞ୍ଚଳକୁ ଘେରାବନ୍ଦୀ କରି ଗୁଳି ବିନିମୟ ଜାରି ରହିଛି ।
#WATCH | Chhattisgarh CM Vishnu Deo Sai says, " we have been fighting strongly against the naxaslism since the time we came to power...we praise our jawans for their bravery...today in the bijapur district an encounter broke out between the jawans and the naxals. 31 naxals were… https://t.co/MTpjHQTBDE pic.twitter.com/TgzrBhA1zA
— ANI (@ANI) February 9, 2025
ଏନକାଉଣ୍ଟର ସ୍ଥଳରୁ ବିସ୍ଫୋରକ ଜବତ:
ବସ୍ତର ଆଇଜି ସୁନ୍ଦରରାଜ ପି କହିଛନ୍ତି, ‘ଏହି ଏନକାଉଣ୍ଟରଟି ଇନ୍ଦ୍ରାବତୀ ନ୍ୟାସନାଲ ପାର୍କ ଅଞ୍ଚଳରେ ଥିବା ଏକ ଜଙ୍ଗଲରେ ହୋଇଥିବା ବେଳେ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ ହୋଇଛି । ଏଥିରେ 31 ନକ୍ସଲଙ୍କୁ ନିପାତ କରାଯାଇଛି । ଘଟଣାସ୍ଥଳରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ସହ ବିସ୍ଫୋଟକ ଜବତ ହୋଇଛି । ଏଥିସହ 2 ଯବାନ ମଧ୍ୟ ଶହୀଦ ହୋଇଛନ୍ତି । ଦୁଇ ଯବାନଙ୍କ ମଧ୍ୟରୁ ଜଣେ ଜିଲ୍ଲା ରିଜର୍ଭ ଗାର୍ଡ ଓ ସ୍ବତନ୍ତ୍ର ବଳର ଥିଲେ । ଘଟଣାସ୍ଥଳକୁ ଅତିରିକ୍ତି ବଳ ପଠାଯାଇଥିବା ବେଳେ ବର୍ତ୍ତମାନ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।
ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ:
ସର୍ଚ୍ଚ ଅପରେସନ ବେଳେ ସୁରକ୍ଷାବଳକୁ ମିଳିଛି ବଡ଼ ସଫଳତା । ଏନକାଉଣ୍ଟର ସ୍ଥଳରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । AK-47, SLR, INSAS rifle, .303, BGL launcher ହତିଆର ସହ ବିସ୍ଫୋଟକ ସାମଗ୍ରୀ ଜବତ ହୋଇଛି । ତେବେ ଦୁଇ 2 ଯବାନ ଏବେ ବିପଦମୁକ୍ତ ଥିବା ବେଳେ ଉନ୍ନତମାନର ଚିକିତ୍ସା ପାଇଁ ହାଏର ସେଣ୍ଟରକୁ ଅଣାଯାଇଛି ।
#WATCH | Chhattisgarh: IG Bastar, P Sundarraj says, " 31 naxalites have been killed in an encounter under the national park area of district bijapur...two jawans have been injured and were airlifted to the hospital for treatment, both of them are out of danger...2 jawans have… pic.twitter.com/bPsna86RzU
— ANI (@ANI) February 9, 2025
ଟଳିଲେଣି 81 ନକ୍ସଲ:
ନକ୍ସଲ ବିରୋଧୀ ଅପରେସନରେ ସୁରକ୍ଷା ବଳକୁ ମିଳିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ସଫଳତା । ବିଜାପୁରରେ ଗତ ଫେବୃଆରୀ 1ରେ ଗଙ୍ଗାଲୁର ଅଞ୍ଚଳରେ ଏନକାଉଣ୍ଟର ହୋଇଥିଲା । ଯେଉଁଥିରେ 8 ନକ୍ସଲ ନିପାତ ହୋଇଥିଲେ । ସେହିପରି ବସ୍ତର ଆଇଜିଙ୍କ ସୂଚନା ଅନୁସାରେ ଚଳିତ ବର୍ଷ ଅଲଗା ଅଲଗା ଏନକାଉଣ୍ଟରରେ ବର୍ତ୍ତମାନ ବର୍ଷ 81 ନକ୍ସଲ ନିପାତ ହେଲେଣି । ସେହିପରି 22ରୁ 21 ଜାନୁଆରୀରେ ଗରିଆବନ୍ଧ ଏନକାଉଣ୍ଟରରେ 16 ନକ୍ସଲ ନିପାତ ହୋଇଥିଲେ ।
ନଜର ପକାନ୍ତୁ ଛତିଶଗଡରେ ବଡ଼ ଏନକାଉଣ୍ଟର ରେକର୍ଡ ଉପରେ...
- 22 ନଭେମ୍ବର 2024 ସୁକମା ଏନକାଉଣ୍ଟରରେ 10 ନକ୍ସଲ ସଫା ହୋଇଥିଲେ ।
- 16 ନଭେମ୍ବର 2024ରେ ବସ୍ତର ଅଞ୍ଚଳର ଏନକାଉଣ୍ଟରରେ 5 ନକ୍ସଲ ନିପାତ ହୋଇଥିବା ବେଳେ 2 ଯବାନ ଆହତ ହୋଇଥିଲେ ।
- 4 ଅକ୍ଟୋବର 2024 ଛତିଶଡର ଅମ୍ବୁଜାମାଡରେ ହୋଇଥିବା ଏନକାଉଣ୍ଟରରେ 38 ନକ୍ସଲ ନିପାତ ହୋଇଥିଲେ ।
- 2 ଜୁଲାଇ 2024 ନାରାୟଣପୁର ଜିଲ୍ଲାରେ ଏନକାଉଣ୍ଟରରେ 5 ନକ୍ସଲ ମୃତ
- 15 ଜୁନ 2024ରେ ଅମ୍ବୁଜାମାଡ ଏନକାଉଣ୍ଟରରେ 8 ନକ୍ସଲ ସଫା, ଜଣେ ଯବାନ ଶହୀଦ
- 7 ଜୁନ 2024ରେ ପିଏଲଜିରେ 6 ମାଓବାଦୀ ସଫା
- 23 ମେ 2024ରେ ନାରାୟଣପୁର ଓ ଦନ୍ତେୱାଡାରେ 8 ନକ୍ସଲ ସଫା ହୋଇଥିଲେ ।
- 10 ମେ’ 2024ରେ ବିଜାପୁର ଏନକାଉଣ୍ଟରରେ 12 ନକ୍ସଲ ସଫା
- 30 ଏପ୍ରିଲ 2024ରେ କାଙ୍କେର ଏନକାଉଣ୍ଟରରେ 9 ନକ୍ସଲ ସଫା
- 16 ଏପ୍ରିଲ 2024ରେ କାଙ୍କେର ଜିଲ୍ଲା ଏନକାଉଣ୍ଟରରେ 29 ନକ୍ସଲ ସଫା
- 2 ଏପ୍ରିଲ 2024 ବିଜାପୁର ଏନକାଉଣ୍ଟରରେ 13 ମାଓବାଦୀ ସଫା
- 27 ମାର୍ଚ୍ଚ 2024 ବିଜାପୁର ଏନକାଉଣ୍ଟରରେ 6 ନକ୍ସଲ ସଫା
- 27 ଫେବୃଆରୀ 2024 ଆଇଆଇଡି ଲଗାଇବା ବେଳେ 4 ମାଓବାଦୀ ସଫା
- 3 ଫେବୃଆରୀ ନାରାୟଣପୁର ଜିଲ୍ଲାରେ 2 ମାଓବାଦୀ ସଫା