ETV Bharat / bharat

ମାଘ ପୂର୍ଣ୍ଣିମାରେ ଖାଲି ହୋଇଯାଏ ଗାଁ, ଗୃହପାଳିତ ପଶୁଙ୍କୁ ସାଙ୍ଗରେ ନେଇ ଚାଲିଯାଆନ୍ତି ଗ୍ରାମବାସୀ - ANDHRA PRADESH VILLAGE

ପ୍ରତିବର୍ଷ ଏହି ଗାଁରେ ଏଭଳି ପରମ୍ପରା ଦେଖିବାକୁ ମିଳେ । ଶହ ଶହ ବର୍ଷରୁ ଏଭଳି ପରମ୍ପରା ପାଳି ଆସୁଛନ୍ତି ଗ୍ରାମବାସୀ ।

ମାଘ ପୂର୍ଣ୍ଣିମାରେ ଖାଲି ହୋଇଯାଏ ଗାଁ
ମାଘ ପୂର୍ଣ୍ଣିମାରେ ଖାଲି ହୋଇଯାଏ ଗାଁ (ETV Bharat)
author img

By ETV Bharat Odisha Team

Published : Feb 13, 2025, 6:41 PM IST

ଅମରାବତୀ: ପୂର୍ଣ୍ଣିମା ଆସିଲେ ଖାଲି ହୋଇଯାଏ ଗାଁ । ସମସ୍ତଙ୍କ କବାଟରେ ତାଲା । କାଉ କୋଇଲି କାହାର ଦେଖା ନାହିଁ । ସକାଳ ହେଲେ ନା କୁକୁଡା ରାବ ଦିଏ ନା ସଞ୍ଜ ନଇଁଲେ ଗୁହାଳକୁ ଫେରନ୍ତି ଗାଇଗୋରୁ । ମୃତ ପାଲଟିଯାଏ ସବୁଦିନ ଜିଇଁ ଉଠୁଥିବା ଏହି ଗାଁ । ପ୍ରତିବର୍ଷ ଏହି ଗାଁରେ ଏଭଳି ପରମ୍ପରା ଦେଖିବାକୁ ମିଳେ । ଶହ ଶହ ବର୍ଷରୁ ଏଭଳି ପରମ୍ପରା ପାଳି ଆସୁଛନ୍ତି ଗ୍ରାମବାସୀ । ତଲାରିଚେରୁଭୁ ଗାଁରେ ଦେଖିବାକୁ ମିଳିଛି ଏଭଳି ଅଜବ ପରମ୍ପରା ।

  • ମାଘ ପୂର୍ଣ୍ଣିମାରେ ଗାଁ ଖାଲି

ଆନ୍ଧ୍ର ପ୍ରଦେଶର ତଡିପାତରିରୁ 11 କିଲୋମିଟର ଦୂରରେ ରହିଛି ତଲାରିଚେରୁଭୁ ଗାଁ । ପ୍ରତିବର୍ଷ ମାଘ ପୂର୍ଣ୍ଣିମାରେ ଗାଁ ଛାଡି ଚାଲିଯାଆନ୍ତି ଗ୍ରାମବାସୀ । ଦୀର୍ଘ 500 ବର୍ଷ ଧରି ଗ୍ରାମବାସୀ ଏହି ପରମ୍ପରା ପାଳି ଆସୁଛନ୍ତି । ପରମ୍ପରା ଅନୁସାରେ ପୂର୍ଣ୍ଣିମା ରାତିରେ ତଲାରିଚେରୁଭୁ ଗାଁର ପ୍ରତି ଘରେ ତାଲା ପଡିଯାଏ । ଘର ଖାଲି କରି ଅନ୍ୟତ୍ର ଚାଲି ଯାଆନ୍ତି ଗ୍ରାମବାସୀ । କେବଳ ସେମାନେ ନୁହନ୍ତି ନିଜ ଗୃହପାଳିତ ପଶୁଙ୍କୁ ବି ସାଙ୍ଗରେ ନେଇ ଚାଲିଯାଆନ୍ତି । ଗାଈ, ମଇଁଷି, କୁକୁଡା ସମସ୍ତେ ଗ୍ରାମବାସୀଙ୍କ ସହ ଗାଁ ଛାଡନ୍ତି । ପୂର୍ଣ୍ଣିମା ସରିବା ପର୍ଯ୍ୟନ୍ତ ସମସ୍ତେ ଗାଁ ଛାଡି ବାହାରେ ରୁହନ୍ତି । ଏଭଳି ଅଦ୍ଭୁଦ ପରମ୍ପରା ଯୋଗୁଁ ସମ୍ପୂର୍ଣ୍ଣ ଖାଲି ହୋଇଯାଏ ଗାଁ । ରାତିରେ ଖାଁ ଖାଁ ଗାଁ ଦାଣ୍ଡ । ପୂର୍ଣ୍ଣିମା ରାତିରେ ବି ଗାଁ ଦାଣ୍ଡରେ ଅମା ଅନ୍ଧାର ଘୋଟିଆସେ । ଚାରିଆଡେ ଶୂନଶାନ, ନିର୍ଜନତାର ରାଜୁତି।

  • ଦରଘାରେ ରାତି ବିତାଇଲେ ଗ୍ରାମବାସୀ

ଏହି ପରମ୍ପରାକୁ ଶହଶହ ବର୍ଷ ଧରି ପାଳି ଆସୁଛନ୍ତି ଗ୍ରାମବାସୀ । ଏବର୍ଷ ବି ଫେବୃଆରୀ 12ରେ ପଡିଥିଲା ମାଘ ପୂର୍ଣ୍ଣିମା । ଗ୍ରାମବାସୀ ମାନେ ହଜିୱଲି ଦରଘାରେ ରାତି ବିତାଇଥିଲେ । ଗାଁ ଠାରୁ କିଛି ଦୂରରେ ଥିବା ଏହି ଦରଘାରେ ଗ୍ରାମବାସୀ ପହଞ୍ଚି ରୋଷେଇ କରି ଖାଇବା ପିଇବା ସହ ମଉଜ ମଜଲିସ କରିଥିଲେ । ଏବର୍ଷ ଘରଠୁ ଦୂରରେ ରହି ଏକ ପର୍ବ ଭଳି ପାଳିଥିଲେ ଗ୍ରାମବାସୀ । ଗୋଟିଏ ଜାଗାରେ ଗ୍ରାମବାସୀ ଏକତ୍ରିତ ହୋଇ ଉତ୍ସବ ଭଳି ସେଲିବ୍ରେଟ କରିଥିଲେ । ଆଜିକାଲିର ସମୟରେ ସମସ୍ତେ ବ୍ୟସ୍ତତା ଭିତରେ ରହୁଥିବାବେଳେ ଏହି ପରମ୍ପରା ଏକାଠି ହେବା ପାଇଁ ସୁଯୋଗ ଦେଉଥିବା କେତେକ ଗ୍ରାମବାସୀ କହିଛନ୍ତି ।

ଏହି ପରମ୍ପରା କେବେ ଠୁ ଓ କାହଁକି ଚାଲିଆସୁଛି ସେ ଉତ୍ତର ଗ୍ରାମବାସୀଙ୍କ ପାଖରେ ନାହିଁ । କିନ୍ତୁ ଏହାର କାରଣ ନିହାତି ତର୍କ ସଙ୍ଗତ। ଅଧିକାଂଶଙ୍କ କହିବା କଥା ଯେ ପୂର୍ଣ୍ଣିମାକୁ ନେଇ କୌଣସି ଅନ୍ଧବିଶ୍ବାସ କାହିଁ କେଉଁ କାଳରୁ ମାନି ଆସୁଛନ୍ତି ଗ୍ରାମବାସୀ । ଆଉ କିଛିଙ୍କ କହିବା କଥା ଯେ ସମୟାନୁସାରେ ଏହା ଉତ୍ସବରେ ପରିଣତ ହୋଇସାରିଛି। ଆଜିକାଲିର ପିଢି ଏହାକୁ ଉତ୍ସବ ରୂପେ ପାଳୁଛନ୍ତି । ଗ୍ରାମୀଣ ଚିନ୍ତାଧାରାକୁ ସମ୍ମାନ ଦେଇ କେତେକ ପରମ୍ପରାକୁ ସେମିତି ଚଳାଇ ଆସୁଛନ୍ତି । ଏହା ତାଙ୍କ ସମୂଦାୟର ପରିଚୟକୁ ଜୀବିତ ରଖୁଛି ବୋଲି ଗ୍ରାମବାସୀ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ ଦେହରେ କିନ୍ନର ଆତ୍ମା ଅଛି, ଏମିତି କହି ମହିଳାଙ୍କ ଶରୀରରେ ଲୁହାକଣ୍ଟା ଫୋଡିଲା ତାନ୍ତ୍ରିକ - Woman tortured over superstition

ଏହା ମଧ୍ୟ ପଢନ୍ତୁ ପ୍ରେମ ଡେଇଁଲା ସୀମା ସରହଦ: ଆମେରିକାରେ ପ୍ରେମ, ଆନ୍ଧ୍ରରେ ବିବାହ

  • ଅନ୍ଧବିଶ୍ବାସ ଚିନ୍ତାଜନକ

ଯଦିଓ ଗ୍ରାମବାସୀ ପୂ୍ର୍ଣ୍ଣିମା ଦିନ ଘରେ ତାଲା ପକାଇ ବାହାରି ଯାଆନ୍ତି ଏହାପରେ କିନ୍ତୁ ଘରକୁ ଫେରି ସମସ୍ତେ ପୂର୍ବ ଭଳି ଜୀବନ ବିତାଇଥାନ୍ତି । ଏହି ପରମ୍ପରା ତଲାରିଚେରୁଭୁରେ ଏକ ପରିଭାଷିତ ବିଶେଷତା ବଜାୟ ରହିଛି । ନିକଟ ଭବିଷ୍ୟତରେ ଏହ ପରମ୍ପରା ବଲୁପ୍ତ ହେବାର କୌଣସି ସମ୍ଭାବନା ମନେ ହେଉନାହଁ । ହାଜିବଲି ଦରଘା ଏକ ସଭାସ୍ଥଳ ଭଳି କାମ ଦେଉଛି । ଗ୍ରାମବାସୀ ସେଠାରେ ଏକତ୍ରିତ ହୋଇ ଏକାଠି ଖାଆନ୍ତି । ଗାଁରେ ଅସାମାନ୍ୟ ପରିସ୍ଥିତି ମଧ୍ୟରେ ଉତ୍ସବର ମାହୋଲ ଥିବା ଗ୍ରାମବାସୀ ସୁନିଶ୍ଚିତ କରିଥାନ୍ତି । ତଲାରିଚେରଭୁରେ ଏଭଳି ପ୍ରଥା ଦ୍ବାରା ଆଧୁନିକ ସମାଜ ପ୍ରଭାବିତ ହେଉଛନ୍ତି ଏହା ନିଶ୍ଚିତରୂପେ ଚିନ୍ତାର ବିଷୟ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.