ମନ୍ତ୍ରୀ ବେବିରାନୀ ମୌର୍ଯ୍ୟଙ୍କ ଜୋତାରୁ କଭର୍ କାଢିଲେ କର୍ମଚାରୀ, ଭିଡିଓ ଭାଇରାଲ
🎬 Watch Now: Feature Video
ଲକ୍ଷ୍ନୌ: କ୍ୟାବିନେଟ ମନ୍ତ୍ରୀ ବେବି ରାନୀ ମୌର୍ଯ୍ୟ ଶୁକ୍ରବାର ଉତ୍ତରପ୍ରଦେଶର ଉନ୍ନାଓରେ ପହଞ୍ଚିଥିଲେ। ସେ ଆଚାଲଗଞ୍ଜ ଅଞ୍ଚଳରେ ନିର୍ମିତ ଏକ ୟୁନିଟ୍ ଯାଞ୍ଚ କରିଥିଲେ । ୟୁନିଟରେ ପ୍ରବେଶ କରିବା ପାଇଁ ମନ୍ତ୍ରୀ ଜୋତା କଭର ପିନ୍ଧିଥିଲେ । ଯେତେବେଳେ ମନ୍ତ୍ରୀ ବେବି ରାନୀ ମୌର୍ଯ୍ୟ ୟୁନିଟରୁ ବାହାରକୁ ଆସିଲେ, ତାଙ୍କ ସହ ଆସିଥିବା ଜଣେ କର୍ମଚାରୀ ଜୋତା କଭର କାଢିଥିବା ଦେଖିବାକୁ ମିଳିଥିଲା । ଏହି ସମୟର ଦୃଶ୍ୟ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହାକୁ ଦେଖି ଲୋକେ ତାଙ୍କୁ ତୀବ୍ର ସମାଲୋଚନା କରୁଛନ୍ତି ।
TAGGED:
minister baby rani maurya