thumbnail

ଅଣସର ଦଶମୀରେ ମହାପ୍ରଭୁଙ୍କୁ ଲାଗି ହେବ ଦଶମୂଳ ମୋଦକ

By

Published : Jun 23, 2022, 5:34 PM IST

Updated : Jun 23, 2022, 6:07 PM IST

ପୁରୀ: ସ୍ନାନଯାତ୍ରାରେ ଅତ୍ୟଧିକ ସ୍ନାନ କରିବା ପରେ ଚତୁର୍ଦ୍ଧାମୂର୍ତ୍ତି ଏବେ ଜ୍ୱରରେ ପୀଡ଼ିତ । ପଞ୍ଚମୀ ତିଥିରେ ଦଇତାପତି ସେବାୟତ ମହାପ୍ରଭୁଙ୍କୁ ଫୁଲୁରି ତେଲ ମାଲିସ କରିବା ମହାପ୍ରଭୁ ସାମାନ୍ୟ ସୁସ୍ଥ ଅନୁଭବ କରିଥିଲେ । ଷଷ୍ଠୀ ଠାରୁ ନବମୀ ତିଥି ପର୍ଯ୍ୟନ୍ତ ମହାପ୍ରଭୁଙ୍କୁ ଓଷ ଲାଗି କରାଯାଇଥିଲା । ଆଜି(ଗୁରୁବାର) ଆଜି ଦଶମୀ ତିଥିରେ ଶ୍ରୀଜିଉଙ୍କ ଚକାବିଜେ ନୀତି କରାଯିବାକୁ ଥିବା ବେଳେ ମହାପ୍ରଭୁଙ୍କ ଶ୍ରୀବୈଦ୍ୟଙ୍କ ଦ୍ୱାରା ଦଶମୂଳ ଔଷଧ ଶ୍ରୀମନ୍ଦିର ଗାରଦକୁ ହସ୍ତାନ୍ତର କରାଯିବ । ଦଇତାପତି ମାନେ ଶ୍ରୀଜିଉଙ୍କୁ ଚକାବିଜେ କରାଇବା ପରେ ଶ୍ରୀଜିଉ ଆଉଟିକେ ସୁସ୍ଥ ଅନୁଭବ କରିବେ । ସେପଟେ ରାଜବୈଦ୍ୟ ଦଶ ପ୍ରକାରର ଚେର ମୂଳିରୁ ପ୍ରସ୍ତୁତ କରିଛନ୍ତି ଦଶ ମୂଳାରିଷ୍ଟ । ଅତ୍ୟନ୍ତ ଶୁଦ୍ଧପୂତ ଭାବେ ଏହି ଔଷଧକୁ ଶ୍ରୀବୈଦ୍ୟ ପ୍ରସ୍ତୁତ କରି ଆଜି ଶ୍ରୀମନ୍ଦିର ଗାରଦକୁ ହସ୍ତାନ୍ତର କରିଛନ୍ତି । ଫଣଫଣା, କୃଷ୍ଣପର୍ଣ୍ଣି, କୃଷ୍ଣଚୁଡା, ଲବଙ୍ଗ, ଖୁଆ, ଆଦି ବିଭିନ୍ନ ଦ୍ରବ୍ୟକୁ ମିଶାଯାଇ ଏହି ଔଷଧ ପ୍ରସ୍ତୁତ ହୋଇଥିବାବେଳେ ଏହାକୁ ଆଜି ଶ୍ରୀମନ୍ଦିର ଗାରଦରେ ପ୍ରଦାନ କରାଯିବ । ଆସନ୍ତାକାଲି ମହାପ୍ରଭୁ ଔଷଧ ଖାଇବା ପରେ ସମ୍ପୂର୍ଣ ସୁସ୍ଥ ହେବାର ପରମ୍ପରା ରହିଛି । ଦ୍ୱାଦଶୀ ତିଥି ଶନିବାର ଦିନ ଦଇତାପତି ଶ୍ରୀନହରକୁ ଯାଇ ମହାପ୍ରଭୁଙ୍କ ସୁସ୍ଥତା ଖବର ଗଜପତି ମହାରାଜଙ୍କୁ ଦେବାର ପରମ୍ପରା ରହିଛି ।
Last Updated : Jun 23, 2022, 6:07 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.