ଖୋଲିଲା ଭୁବନେଶ୍ବରର 4 ନମ୍ବର ମାର୍କେଟ, ନାହାଁନ୍ତି ଗ୍ରାହକ - ଖୋଲିଲା ଭୁବନେଶ୍ବରର 4 ନମ୍ବର ମାର୍କେଟ
🎬 Watch Now: Feature Video

ଭୁବନେଶ୍ବର: ଦୀର୍ଘ ଦିନ ପରେ ଖୋଲିଲା ଭୁବନେଶ୍ବରର 4 ନମ୍ବର ମାର୍କେଟ। ମାର୍କେଟରୁ ପ୍ରାୟ ୧୦ ଜଣରୁ ଅଧିକ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ୧୬ ତାରିଖରୁ ମାର୍କେଟକୁ ବିଏମସି ପକ୍ଷରୁ ସିଲ କରି ଦିଆଯାଇଥିଲା। ତେବେ ଏହା ଭିତରେ ମାର୍କେଟର ପ୍ରାୟ ସମସ୍ତ ଦୋକାନୀଙ୍କ ସ୍ଵାବ ଟେଷ୍ଟ କରାଯାଇଥିଲା। ତେବେ ୧୪ ଦିନ ପରେ ଶୁକ୍ରବାର ମାର୍କେଟକୁ ଖୋଲାଯାଇଛି। ତେବେ 4 ନମ୍ବର ମାର୍କେଟରେ କିଭଳି ରହିଛି ଜନଗହଳି । ଏନେଇ ଅଧିକ ସୂଚନା ଦେଇଛନ୍ତି ଆମ ସମ୍ବାଦଦାତା ସଞ୍ଜିବ ରାୟ ।