ପୂର୍ବ ଅଭିଜ୍ଞତାକୁ ନେଇ ବାତ୍ୟା ୟସ ମୁକାବିଲା ପାଇଁ ପ୍ରସ୍ତୁତ ରାଜ୍ୟ ଅଗ୍ନିଶମ ବିଭାଗ - state fire department
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-11880735-thumbnail-3x2-ctc.jpg)
କଟକ: ମାଡି ଆସୁଛି ବାତ୍ୟା ୟେସ। ଏହାର ମୁକାବିଲା ପାଇଁ ପ୍ରସ୍ତୁତ ରାଜ୍ୟ ଅଗ୍ନିଶମ ବିଭାଗ।ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡିକୁ ୧୯୦ ଟି ଟିମକୁ ସ୍ଥାନାନ୍ତରିତ କରାଯାଇଛି। ବିଭିନ୍ନ ପ୍ରକାର ଅତ୍ୟାଧୁନିକ ଯନ୍ତ୍ରପାତି ସହ ଏହି ଟିମକୁ ପଠାଯାଇଛି। ବିଶେଷକରି ବାଲେଶ୍ଵର ଜିଲ୍ଲାରେ ବେଶୀ ପ୍ରଭାବିତ ହେବାକୁ ଥିବା ଆଶଙ୍କା କରାଯାଇଥିବାରୁ ଉକ୍ତ ଅଞ୍ଚଳକୁ ୪୦ ଟି ଟିମ ପଠାଯାଇଛି। ବାତ୍ୟା ସମୟରେ ଉଦ୍ଧାର କାର୍ଯ୍ୟକୁ ଅଧିକ ଫୋକସ ଦେବା ପାଇଁ ଟିମ ଗୁଡିକୁ ପରାମର୍ଶ ଦିଆଯାଇଛି।
ସେହିପରି କରୋନା ସମୟରେ ଏହା ବଡ଼ ଚାଲେଞ୍ଜ ରହିଥିବାରୁ ପିପିଇ କିଟ ପିନ୍ଧିବାକୁ ଟିମ ମାନଙ୍କୁ ପରାମର୍ଶ ଦିଆଯାଇଛି। ତେବେ କେତେ ଚାଲେଞ୍ଜ ରହିବ କଣ ରହିବ ପ୍ରାଥମିକତା ? ତମାମ ପ୍ରସଙ୍ଗ ରେ ଇଟିଭି ଭାରତକୁ ସ୍ବତନ୍ତ୍ର ପ୍ରତିକ୍ରିୟା ଦେଇଛନ୍ତି ରାଜ୍ୟ ଅଗ୍ନିଶମ ବିଭାଗର ଚିଫ ଫାୟାର ଅଫିସର ମହେଶ୍ବର ସ୍ବାଇଁ । ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ କଟକ ପ୍ରତିନିଧି ନାରାୟଣ ସାହୁ
କଟକରୁ ନାରାୟଣ ସାହୁ , ଇଟିଭି ଭାରତ