ପରିସ୍ଥିତିର ବୋଝ ନୁଆଇଁପାରିନି ସଫଳ ‘ସଂଯୁକ୍ତା’ଙ୍କ କାନ୍ଧ - ସଫଳ ବ୍ୟବସାୟୀ ସଂଯୁକ୍ତା ଦାସ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-6352229-493-6352229-1583761074162.jpg)
ଯାଜପୁର: ନା ସେ ଅବଳା ନା ସେ ଦୁର୍ବଳା । ନାରୀ ଭିତରେ ରହିଛି ଅସୀମ ଇଚ୍ଛାଶକ୍ତି । ପାରିଲା ପଣିଆର ନିଦର୍ଶନ । ଯାହା ଅସମ୍ଭବ ବୋଲି କୁହାଯାଏ ତାକୁ ସମ୍ଭବ କରି ଦେଖାଇ ପାରେ ନାରୀ । ଭାଗ୍ୟ ବିଡମ୍ବନାରେ ବି ଭାଙ୍ଗି ପଡେନି ସେ । ସାହସ ଜୁଟାଇ ପରିସ୍ଥିତକୁ ମୁକାବିଲା କରିବାର ଦମ୍ଭ ରଖେ ସେ । ଆଜି ଆମେ ଆପଣଙ୍କୁ ଏପରି ଜଣେ ନାରୀଙ୍କ କଥା କହିବୁ ଯିଏ ସ୍ବାମୀଙ୍କ ପକ୍ଷାଘାତ ରୋଗ ପରେ ପରିବାରର ବୋଝକୁ ଏକାକୀ କାନ୍ଧେଇ ପାଲଟିଛନ୍ତି ସଫଳ ବ୍ୟବସାୟୀ। ଆଉ ଏହି ସଫଳତା ତାଙ୍କୁ ଆଣି ଦେଇଛି ହାତ ତିଆରି ବଡି ।