ଜଗନ୍ନାଥ ସେବକ ତୁଳସୀ ବାବାଙ୍କ ସହ ସ୍ବତନ୍ତ୍ର ଆଲୋଚନା - lord Jagannath in Puri
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-7503542-652-7503542-1591441700332.jpg)
ନିସ୍ୱାର୍ଥ ଭାବେ ବର୍ଷକ 365 ଦିନ ସୁଦୂର ଭୁବନେଶ୍ୱରରୁ ଫୁଲ, ତୁଳସୀ, ଦୁବ ଓ ଫଳ ମୂଳ ନେଇ ଜଗନ୍ନାଥଙ୍କ ସେବା ପାଇଁ ଆସିଥା’ନ୍ତି। କି ଖରା ବର୍ଷା ଓ କଟକଣା ସବୁ ତାଙ୍କ ପାଇଁ ସମାନ। ପ୍ରଭୁଙ୍କ ସେବାରେ ସେ ନିମଗ୍ନ। ଶନିବାର ଠାରୁ ଜଗନ୍ନାଥଙ୍କୁ ଜ୍ଵର। ଅଣସର ପିଣ୍ଡିରେ ଚାଲିଛି ଗୁପ୍ତ ସେବା। ଏହି 15 ଦିନ ବ୍ରହ୍ମଗିରି ସ୍ଥିତ ଅଲାରନାଥଙ୍କୁ ଜଗନ୍ନାଥଙ୍କ ପ୍ରତୀକ ଭାବେ ଭକ୍ତ ଦର୍ଶନ କରିଥାନ୍ତି। 15 ଦିନ ପାଇଁ ବ୍ରହ୍ମଗିରି ପାଲଟିଯାଏ ଦ୍ବିତୀୟ ଶ୍ରୀକ୍ଷେତ୍ର। ତେଣୁ ଅଲାରନାଥଙ୍କ ପାଇଁ ଫୁଲ ତୁଳସୀ ନେଇ ଆସିଥିଲେ ତୁଳସୀ ବାବା।
ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ