ହାଇଦ୍ରାବାଦ: ହର୍ଷବର୍ଦ୍ଧନ ରାଣେଙ୍କ ଭାଲେଣ୍ଟାଇନ ଡେ' ଭେଟି । ଦର୍ଶକଙ୍କୁ ଖୁସି ଖବର ଦେଲେ ଅଭିନେତା । 'ସନମ ତେରୀ କସମ' ପରେ ଆସୁଛି ଆଉ ଏକ ରୋମାଣ୍ଟିକ ଲଭ ଷ୍ଟୋରୀ । ଫିଲ୍ମର ଟାଇଟେଲ ଓ ରିଲିଜ ତାରିଖ ବିଷୟରେ ଖୁଲାସା କରିଛନ୍ତି ହର୍ଷବର୍ଦ୍ଧନ ।
ଆସୁଛି 'ଦିବାନିୟତ' :
'ସନମ ତେରୀ କସମ'ର ଅପୂର୍ବ ସଫଳତା ପରେ ଏବେ ହର୍ଷବର୍ଦ୍ଧନଙ୍କୁ 'ଦିୱାନିୟତ'ରେ ଦେଖିବାକୁ ମିଳିବ । ଯାହାର ଖୁଲାସା ଏକ ମୋସନ ପୋଷ୍ଟର ଦ୍ବାରା କରାଯାଇଛି । ତେବେ ଏହି ପୋଷ୍ଟରରେ ଦେଖିବାକୁ ମିଳିଛି ହାତରେ ନାଲି ରଙ୍ଗର ଗୋଲାପ । ହାତରୁ ରକ୍ତ ଝରୁଥିବାବେଳେ ପୋଷ୍ଟରର ବ୍ୟାକଗ୍ରାଉଣ୍ଡ କଳା ରଙ୍ଗର ରହିଛି ।
ଆଗାମୀ ଫିଲ୍ମକୁ ନେଇ ଏମିତି କହିଲେ ହର୍ଷବର୍ଦ୍ଧନ:
ନିଜର ଆଗାମୀ ଫିଲ୍ମକୁ ନେଇ ଖୁସି ଜାହିର କରି ହର୍ଷବର୍ଦ୍ଧନ ରାଣେ କହିଛନ୍ତି, "ମୁଁ ଦର୍ଶକଙ୍କ ନିକଟରେ କୃତଜ୍ଞ ଯେ ସେମାନେ 'ସନମ ତେରୀ କସମ'ରେ ମୋତେ ବହୁତ ଭଲପାଇବା ଓ ସମର୍ଥନ ଜଣାଇଛନ୍ତି । ବର୍ତ୍ତମାନ ଆମେ ଯେଉଁ ଲଭ ଷ୍ଟୋରୀ ଆପଣଙ୍କ ନିକଟକୁ ଆଣିବାକୁ ଯାଉଛୁ ତାହା ବେଶ ପାୱାରଫୁଲ । ଯେତେବେଳେ ମୁଁ ଦିୱାନିୟତର କାହାଣୀରେ ମୋର ଭୂମିକା ବିଷୟରେ ଶୁଣିଲି ତୁରନ୍ତୁ ଏହାକୁ ମୋର ଆଗାମୀ ଫିଲ୍ମ ଭାବେ ବାଛିଲି । ଏହି ଫିଲ୍ମର ନିର୍ଦ୍ଦେଶକ ମିଲାପ ମିଲନ ଜାୱେରୀ ଏବଂ ପ୍ରଯୋଜକ ଅମୁଲ ବି ମୋହନଙ୍କ ସହ କାମ କରିବାକୁ ମୁଁ ବେଶ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛି । ଆଶା କରୁଛି ଏହି ଲଭ ଷ୍ଟୋରୀ ମଧ୍ୟ ଦର୍ଶକଙ୍କ ମନକୁ ବେଶ ଛୁଇଁବ ।"
ହର୍ଷବର୍ଦ୍ଧନଙ୍କ ବିପକ୍ଷରେ କେଉଁ ଅଭିନେତ୍ରୀ?
ହାଇ ଭୋଲଟେଜ ଷ୍ଟୋରୀ ଟେଲିଂ(ସତ୍ୟମେବ ଜୟତେ, ମରଜାଁୱା)ର ମାଷ୍ଟର ମିଲାପ ମିଲନ ଜାୱେରୀଙ୍କ ଦ୍ବାରା ନିର୍ଦ୍ଦେଶିତ ଓ ମୁସ୍ତାକ ଶେଖଙ୍କ ଦ୍ବାରା ଲିଖିତ ଏହି ଚଳଚ୍ଚିତ୍ର ବଡ଼ ପରଦାରେ କମାଲ କରିବ । ଏହି ଆଶାରେ ପ୍ରୟୋଜନା ସଂସ୍ଥା । 'ଦ ସାବରମତି ରିପୋର୍ଟ'ର ନିର୍ମାତାଙ୍କ ଦ୍ବାରା ନିର୍ମିତ ହେବାକୁ ଯାଉଥିବା ଫିଲ୍ମ 'ଦିୱାନିୟତ' ଏହି ବର୍ଷ ଶେଷ ସୁଦ୍ଧା ପ୍ରେକ୍ଷାଳୟରେ ରିଲିଜ୍ ହେବା ନେଇ ଲକ୍ଷ୍ୟ ରଖିଛନ୍ତି ନିର୍ମାତା ।
ଏହା ବି ପଢନ୍ତୁ...ପୁଣି ପରଦାରେ ରୋମାନ୍ସର ତଡକା ଲଗାଇବେ ହର୍ଷବର୍ଦ୍ଧନ, 'ସନମ ତେରି କସମ 2'ର ହେଲା ଘୋଷଣା - Sanam Teri Kasam 2
ଏହା ବି ପଢନ୍ତୁ...ହାତକୁ ଦି'ହାତ ହେଲେ 'ସନମ ତେରୀ କସମ' ଫେମ୍ ମାୱରା ହୋକେନ, ସାମ୍ନାକୁ ଆସିଲା ବିବାହ ଫଟୋ