ETV Bharat / politics

ଦୁଇ ଦିନ ମଧ୍ୟରେ ରାଜ୍ୟ ବିଜେପି ସଭାପତି ଚୟନ, ରିପିଟ୍‌ ହେବେ କି ମୋହନ ? - BJP CORE COMMITTEE MEETING

ଚଳିତ ମାସ ଶେଷ ସୁଦ୍ଧା ବିଜେପି ପଦାଧିକାରୀ ନିଯୁକ୍ତି ପ୍ରକ୍ରିୟା ଶେଷ ହେବ । କୋର କମିଟି ପ୍ରଥମ ପର୍ଯ୍ୟାୟ ବୈଠକରେ ଆଲୋଚନା ।

BJP CORE COMMITTEE MEETING
BJP CORE COMMITTEE MEETING (ETV BHARAT ODISHA)
author img

By ETV Bharat Odisha Team

Published : Feb 14, 2025, 9:56 PM IST

ଭୁବନେଶ୍ବର: କିଏ ହେବ ରାଜ୍ୟ ବିଜେପିର ନୂଆ ସଭାପତି ? ମନମୋହନ ରିପିଟ୍‌ ହେବେ ନା ନୂଆ ଚେହେରାକୁ ଦାୟିତ୍ବ ଦେବ ଦଳ । ଖୁବଶୀଘ୍ର ଏହା ସ୍ପଷ୍ଟ ହୋଇଯିବ । ଆଉ ଦିନେକି ଦୁଇ ଦିନ ମଧ୍ୟରେ ରାଜ୍ୟ ବିଜେପିର ନୂଆ ସଭାପତିଙ୍କ ନାମ ଘୋଷଣା ହୋଇପାରେ । ଦିଲ୍ଲୀ ନିର୍ବାଚନ ପାଇଁ ବିଳମ୍ବ ହୋଇଥିଲା ବୋଲି ବିଜେପିର କୋର କମିଟିର ପ୍ରଥମ ପର୍ଯ୍ୟାୟ ବୈଠକ ଶେଷ ହେବା ପରେ କହିଛନ୍ତି ସାଂସଦ ପ୍ରତାପ ଷଡ଼ଙ୍ଗୀ । ସେହିପରି ଫେବୃଆରୀ ଶେଷ ସୁଦ୍ଧା ସଂଗଠନର ପଦପଦବୀର ନିର୍ବାଚନ ପ୍ରକ୍ରିୟା ଶେଷ ହେବ ବୋଲି ଆଲୋଚନା ହୋଇଛି ।

ବିଜେପିର କୋର କମିଟି ପ୍ରଥମ ପର୍ଯ୍ୟାୟ ବୈଠକ ଶେଷ:

ବିଜେପିର ରାଷ୍ଟ୍ରୀୟ ସାଧାରଣ ସଂପାଦକ ତରୁଣ ଚୁଘ୍ ଉପସ୍ଥିତିରେ ହୋଇଥିଲା ବିଜେପିର କୋର କମିଟି ପ୍ରଥମ ପର୍ଯ୍ୟାୟ ବୈଠକ । ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଉପସ୍ଥିତ ଥିଲେ । ବୈଠକରେ ସାଂଗନିକ କାର୍ଯ୍ୟ ଦକ୍ଷତା, ସାଂଗଠନିକ ନିର୍ବାଚନ, ପଞ୍ଚାୟତ ନିର୍ବାଚନ, ରାଜ୍ୟର ବିଭିନ୍ନ ନିଗମର ଖାଲି ଥିବା ଅଧ୍ୟକ୍ଷ ପଦ ପୂରଣ ନେଇ ଆଲୋଚନା ସହ ପଞ୍ଚାୟତ ସ୍ଥର ବା ତୃଣମୂଳରେ ଦଳ ସୁଦୃଢ଼ ଓ ତୃଣମୂଳର କର୍ମକର୍ତ୍ତାଙ୍କ ପାଇଁ କଣ ଦାୟିତ୍ବ ରହିବ ସେନେଇ ଆଲୋଚନା ହୋଇଛି । ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର କହିଛନ୍ତି, ବିଜେପି ଏକ ଆମ ପାର୍ଟିରେ ସର୍ବଦା ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ବିଚାରବିମର୍ଶ ହୋଇଥାଏ । ଏହିକ୍ରମରେ ଆଲୋଚନା ହେଇଛି, ସରକାର ଓ ସଂଗଠନ ବେଶ ଭଲରେ ଚାଲିଛି ।

BJP CORE COMMITTEE MEETING (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ସମ୍ପତ୍ତି ତାଲିକା ଦେଉନାହାନ୍ତି ସରକାରୀ ବାବୁ, ମୁଖ୍ୟମନ୍ତ୍ରୀଙ୍କୁ କେହି ମାନୁନଥିବା କହିଲା ବିଜେଡି - GOVT OFFICERS PROPERTY LIST

ଏହା ମଧ୍ୟ ପଢନ୍ତୁ-ଚାଷୀ ଓ ଆଇନଶୃଙ୍ଖଳା ନେଇ ବିଧାନସଭା ହୁଲୁସ୍ତୁଲ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ - ODISHA ASSEMBLY ADJOURNED

'ସରକାର ଓ ସଂଗଠନ ମଧ୍ୟରେ ଭଲ ସମନ୍ବୟ ଅଛି':

ସାଂସଦ ପ୍ରତାପ ଷଡଙ୍ଗୀଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି, ''ଆଜିର କୋର କମିଟି ବୈଠକ ବେଶ ଗୁରୁତ୍ଵ ବହନ କରି । କୋର କମିଟି ହେଉଛି ଦଳର ଶୀର୍ଷ ସମିତି। ତେଣୁ ଆଜିର ବୈଠକ ଦଳର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଓ ଗମ୍ଭୀର ବିଷୟ ଉପରେ ଚର୍ଚ୍ଚା ହେଲା ନିର୍ଣ୍ଣୟ ନିଆଗଲା । ସରକାର ଓ ସଂଗଠନ ମଧ୍ୟରେ ଭଲ ସମନ୍ବୟ ଅଛି । ଏହା ମୁଖ୍ୟମନ୍ତ୍ରୀ ଓ ଦୁଇ ଉପ ଉପମୁଖ୍ୟମନ୍ତ୍ରୀ ଉପସ୍ଥିତି ହିଁ ବୟାନ କରୁଛି । ଓ୍ବାନମେନ ସୋ ଯେଉଁଠି ସେଠାରେ ସରକାର ଯିଏ ସଂଗଠନ ବି ସିଏ । ତେଣୁ ସରକାର ଓ ସଂଗଠନ ବେଶ ଭଲଭାବରେ ଚାଲିଛି । ମୁଦ୍ରାର ଦୁଇ ପାର୍ଶ୍ୱପରି ସରକାର ଓ ସଂଗଠନ।

'ଭାରତ ବର୍ଷରେ ପ୍ରଥମ 5 ଭିତରେ ଓଡ଼ିଶା':

ସେ ଆହୁରି ମଧ୍ୟ କହିଛନ୍ତି, ''ଯିଏବି ରାଜ୍ୟ ବିଜେପି ସଭାପତି ହେବ ଭଲ ହେବ । ପାର୍ଟି ନେତୃତ୍ବ, ଜିଲ୍ଲା ସଭାପତି ଓ କାର୍ଯ୍ୟକର୍ତ୍ତାଙ୍କ ପରାମର୍ଶରେ ନିଷ୍ପତ୍ତି ନିଆଯିବ । ସରକାର ଭଲ ଚାଲିଛି ବୋଲି ସରକାରୀ ସ୍ଥରରେ ରିପୋର୍ଟ ଅଛି । ଭାରତ ବର୍ଷରେ ପ୍ରଥମ 5 ଭିତରେ ଓଡ଼ିଶା ଅଛି ବୋଲି କେନ୍ଦ୍ରିୟ ନେତୃତ୍ବ କହିଛନ୍ତି । ଦିଲ୍ଲୀ ନିର୍ବାଚନ ଯେଉଁ ବିଳମ୍ବ ହେଉଛି । ଦିନେକି ଦୁଇ ଦିନ ଭିତରେ ରାଜ୍ୟ ସଭାପତିଙ୍କ ନାମ ଘୋଷଣା କରାଯିବ । ''

'ଫେବୃଆରୀ ଶେଷ ସୁଦ୍ଧା ସଭାପତି ଓ ସଂଗଠନର ପଦପଦବୀର ନିର୍ବାଚନ ଶେଷ ହେବ':

ବିଜେପି କୋର କମିଟି ବୈଠକ ପରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ଦେଇ କହିଛନ୍ତି, '' ସଙ୍ଗଠନରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଏକ ସ୍ୱାଭାବିକ ପ୍ରକ୍ରିୟା । ୮ ମାସ ରେ ସରକାରଙ୍କ ଗତିବିଧି ଓ କାର୍ଯ୍ୟକୁ ନେଇ ଆଲୋଚନା ହୋଇଛି ସମୀକ୍ଷା କରାଯାଇଛି। ସରକାର ଓ ସଂଗଠନ ଭିତରେ କେମିତି ସମନ୍ୱୟ ଭଲଭାବେ ରହିବ ସେନେଇ ବିସ୍ତୃତ ଆଲୋଚନା। ସବୁ ନେତୃବୃନ୍ଦଙ୍କ ସହମତିରେ ଫେବୃଆରୀ ଶେଷ ସୁଦ୍ଧା ସଭାପତି ଓ ସଂଗଠନର ପଦପଦବୀର ନିର୍ବାଚନ ପ୍ରକ୍ରିୟା ଶେଷ ହେବ। ସରକାର ଓ ସଙ୍ଗଠନରେ ସମନ୍ୱୟ ରହିଛି, ତାଳମେଳ ରହିଛି ଆଗକୁ ଏହା ଅଧିକ ମଜଭୁତ ହେବ ଓ ଭଲ ଭାବରେ ସରକାର ଚାଲିବାର ପ୍ରୟାସ ଉଭୟ କରୁଛନ୍ତି ।''

ବୈଠକରେ ବିଜେପି ରାଜ୍ୟ ସଭାପତିଙ୍କ ମନମୋହନ ସାମଲ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ପ୍ରଭାତୀ ପରିଡ଼ା, କେନ୍ଦ୍ରାମନ୍ତ୍ରୀ ଜୁଏଲ ଓରାମ, ପ୍ରତାପ ଷଡଙ୍ଗୀ ସମେତ କୋର କମିଟିର ଅନ୍ୟ ସମସ୍ତ ସଦସ୍ୟ। ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.