କାଳ ସାଜିଲା କୋରୋନା, ଦୁର୍ଦ୍ଦିନରେ ମୂର୍ତ୍ତି କାରିଗର - sculptor have trouble
🎬 Watch Now: Feature Video
ଭଦ୍ରକ: ସହରାଞ୍ଚଳରୁ ଗ୍ରାମାଞ୍ଚଳ । ଭଦ୍ରକ ଜିଲ୍ଲାର ସବୁଆଡେ ବେଶ ଧୁମଧାମରେ ପାଳିତ ହୁଏ ଗଣେଷ ଚତୁର୍ଥୀ । ଆଦିଦେବ ବିଘ୍ନ ବିନାଶକ ଗଣେଷଙ୍କ ପୂଜାର୍ଚ୍ଚନା କରନ୍ତି ଅଞ୍ଚଳବାସୀ । ଆଉ ପୂଜା ପାଇଁ ମୂର୍ତ୍ତି କାରିଗରଙ୍କ ବେପାର ଜମେ । ହେଲେ କୋରୋନା କାଳରେ ସବୁ କିଛି ଓଲଟ ପାଲଟ ହୋଇଯାଇଛି । ପ୍ରଶାସନିକ କଟକଣା ମଧ୍ୟରେ ଗଣେଶ ପୂଜା ହେବାକୁ ଥିବାବେଳେ ମୂର୍ତ୍ତି କାରିଗରଙ୍କ ବେପାର କିନ୍ତୁ ଠପ୍ ହୋଇଯାଇଛି । ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ଏମାନେ ।