thumbnail

ଅବସର ପରେ ବି ପିଲାଙ୍କ ପଢା ଚିନ୍ତା, ପାଠ୍ୟ ଉପକରଣ ତିଆରି ଚର୍ଚ୍ଚାରେ ଶିକ୍ଷକ

By

Published : Sep 24, 2020, 10:34 PM IST

ବାଲେଶ୍ବର: ସେ ଜଣେ ଶିକ୍ଷକ । ଅନେକ ପିଲାଙ୍କୁ ଅନ୍ଧାରରୁ ଆଣି ଆଲୋକର ପଥ ଦେଖାଇଛନ୍ତି । ସେ ପୁଣି କେବେ ବିଦ୍ୟାଳୟର ଚାରି କାନ୍ଥ ଭିତରେ ନିଜ ଛାତ୍ରଙ୍କ ପାଇଁ ଦେଖିଛନ୍ତି ସୁନେଲି ସ୍ୱପ୍ନ । ଆଜି ଆମେ ସେମିତି ଜଣେ ଶିକ୍ଷକଙ୍କ କଥା କହିବାକୁ ଯାଉଛୁ, ଯିଏ ଚାକିରୀ ଜୀବନରୁ ଅବସର ନେଇଛନ୍ତି ସତ ହେଲେ କୁନିକୁନି ଛାତ୍ର ମାନେ କେମିତି ସହଜରେ ପାଠ ବୁଝି ପାରିବେ ସେନେଇ ତିଆରି କରୁଛନ୍ତି ବିଭିନ୍ନ ପ୍ରକଳ୍ପ । ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ସାରୁଗାଁ ଗ୍ରାମର ରଘୁନାଥ ମହାନ୍ତି । ମାହାରାସାହି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ । ଗତ ଦୁଇବର୍ଷ ପୂର୍ବରୁ ରଘୁନାଥ ଅବସର ନେଇଛନ୍ତି । ହେଲେ ଘରେ ରହି ବି ସେ ଜାରି ରଖିଛନ୍ତି ଶିକ୍ଷାଦାନ । ପିଲାମାନେ କିପରି ସହଜରେ ପାଠ ପଢିବା ଓ ବୁଝି ପାରିବେ, ସେନେଇ ରଘୁନାଥ ଆବର୍ଜନା ଜିନିଷରୁ ତିଆରି କରୁଛନ୍ତି ବିଭିନ୍ନ ପ୍ରକଳ୍ପ । ମାଛ କେମିତି ନିଶ୍ୱାସ ନେବା ଠାରୁ ଆରମ୍ଭ କରି ଜିଲ୍ଲା ଓ ପଞ୍ଚାୟତ ବାବଦରେ ପିଲାଙ୍କୁ ଜ୍ଞାନ ଦେବାପାଇଁ ସେ ପାଠ୍ୟ ଉପକରଣ ତିଆରି କରି ଏବେ ଖଇରା ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଏଥିପାଇଁ ରଘୁନାଥଙ୍କୁ ବ୍ଲକ ସ୍ତରରେ ମାନପତ୍ର ଦେଇ ସମ୍ବର୍ଦ୍ଧିତ ମଧ୍ୟ କରାଯାଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.