ଅବସରପ୍ରାପ୍ତ ଯବାନ କୃଷ୍ଣଚନ୍ଦ୍ର ବିଶ୍ବାଳ: ନିଜସ୍ବ ଉଦ୍ୟମରେ ସମୁଦ୍ରକୂଳରେ ଲଗାଇଛନ୍ତି 50 ହଜାରରୁ ଅଧିକ ତାଳ ଗଛ - Krishna Chandra Biswal

🎬 Watch Now: Feature Video

thumbnail

By

Published : Jul 27, 2020, 4:43 PM IST

ପୁରୀ: ଯବାନରୁ ପରିବେଶ ଯୋଦ୍ଧା । ପ୍ରଥମେ ସୀମାକୁ ସୁରକ୍ଷା ଦେଉଥିଲେ, ଏବେ ପରିବେଶର ଯତ୍ନ ନେଉଛନ୍ତି । ସମୁଦ୍ରକୂଳରେ ତାଳବଣ ସୃଷ୍ଟି କରି ନିଜ ଜନ୍ମମାଟିକୁ ରକ୍ଷା କରିବା ପାଇଁ ଅଣ୍ଟାଭିଡିଛନ୍ତି ଅସ୍ତରଙ୍ଗ ଗୁଣ୍ଡଳବାରର ଅବସରପ୍ରାପ୍ତ ଯବାନ କୃଷ୍ଣଚନ୍ଦ୍ର ବିଶ୍ବାଳ ।ଦିନେ ମାତୃଭୂମିର ସୁରକ୍ଷା ପାଇଁ ସୀମାରେ ସଚ୍ଚା ପ୍ରହରୀ ସାଜିଥିଲେ । ଏପରିକି କାର୍ଗିଲ ଯୁଦ୍ଧରେ ମଧ୍ୟ ନିୟୋଜିତ ଥିଲେ । ହେଲେ ଅବସରନେବା ପରେ ପରିବେଶକୁ ବଞ୍ଚାଇବା ଲକ୍ଷ୍ୟ ନେଇ କାମ କରିଚାଲିଛନ୍ତି । ସମୁଦ୍ରକୂଳ ବେଳାଭୂମୀରେ ନିଜ ଉଦ୍ୟମରେ ପାଖାପାଖି 50 ହଜାର ତାଳ ଗଛ ଲଗାଇଛନ୍ତି । ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରିବା ତଥା ସମୁଦ୍ର ଜୁଆର ଦାଉରୁ ଗାଁକୁ ରକ୍ଷା କରିବା ଲକ୍ଷ୍ୟରେ ଏପରି ମହତ କାମ କରୁଛନ୍ତି କୃଷ୍ଣଚନ୍ଦ୍ର । ବାତ୍ୟା ସମୟରେ ଜୁଆର ଗାଁ ଭିତରକୁ ପଶିଆସୁଥିବାବେଳେ ତାଳ ଗଛ କିଛି ପରିମାଣରେ ରକ୍ଷା କରିବା ବୋଲି କୁହାଯାଉଛି । ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ତାଙ୍କୁ ଟ୍ବିଟ୍‌ କରି ପ୍ରଶଂସା କରିଛନ୍ତି । ଏପରିକି ତାଙ୍କୁ ଇକୋ warrior ମଧ୍ୟ କହିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.