thumbnail

ପଟିଦିଅଁଙ୍କ ମଙ୍ଗଳଆଳତୀ

By

Published : Jun 27, 2021, 7:55 AM IST

ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ଜଳରେ ମହାସ୍ନାନ ପରେ ଶ୍ରୀଜିଉମାନେ ଜ୍ବରରେ ପୀଡ଼ିତ ହୋଇ ଅଣସର ପିଣ୍ଡିକୁ ବିଜେ କରିଛନ୍ତି । ସେଠାରେ ରାଜବୈଦ୍ୟଙ୍କ ଦ୍ବାରା ସମ୍ପୂର୍ଣ୍ଣ ଆୟୁର୍ବେଦିକ ଉପଚାର ଚାଲିଛି । ଯାହାକି ପ୍ରଭୁ ଜଗନ୍ନାଥଙ୍କ ମାନବୀୟ ଲୀଳାଖେଳାର ଅନ୍ୟ ଏକ ନିଦର୍ଶନ । ତେବେ ଅଣସର ପିଣ୍ଡିରେ ମହାପ୍ରଭୁ ରହିବା ସମୟରେ ତାଙ୍କ ସ୍ଥାନରେ ପୂଜା ପାଉଛନ୍ତି ପଟିଦିଅଁ। ଏନେଇ ତାଙ୍କର ଚାଲିଛି ମଙ୍ଗଳ ଆଳତୀ । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସ୍ଥାନରେ ଅନନ୍ତ ନାରାୟଣ, ଭାଇ ବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ ଓ ଦେବୀ ସୁଭଦ୍ରାଙ୍କ ସ୍ଥାନରେ ପୂଜା ପାଉଛନ୍ତି ମା ଭୁବନେଶ୍ବରୀ। ତେବେ ପଟ୍ଟଚିତ୍ର ଧାରାରେ ଠାକୁରମାନଙ୍କ ଚିତ୍ର ଅଙ୍କା ଅଙ୍କାଯାଇଥିବା କାରଣରୁ ଅଣସର କାଳରେ ପୂଜିତ ପଟଚିତ୍ର, ଠାକୁରଙ୍କ ଦେଉଳି ଭାଷାରେ ପଟିଦିଅଁ କୁହାଯାଏ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.