ଭୁବନେଶ୍ବର: ଅସୁସ୍ଥ ଅଛନ୍ତି ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି । ଲିଭର ସିରୋସିସ୍ ରୋଗରେ ପିଡ଼ିତ ଥିବାରୁ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଜାରି ରହିଛି । ଏହି ଖବର ଶୁଣିବା ପରେ ଉତ୍ତମ ମହାନ୍ତିଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଉତ୍ତମ ମହାନ୍ତି ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଗତକାଲି ଏୟାର ଆମ୍ବୁଲାନ୍ସ ଯୋଗେ ଦିଲ୍ଲୀ ନିଆଯାଇଥିଲା । ସେଠାରେ ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି ।
ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ:
ଓଲିଉଡ଼ ଜଗତର ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପକୁ ନେଇ ଓଲିଉଡଠୁ ଆରମ୍ଭ ଜାରି ପୁରା ରାଜ୍ୟ ତାଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଉତ୍ତମ ମହାନ୍ତିଙ୍କ ଆଶୁ ଆରୋଗ୍ୟ କରିଛନ୍ତି । ସୋସିଆଲ ମିଡିଆ (X)ହ୍ୟାଣ୍ଡଲରେ ଉତ୍ତମ ମହାନ୍ତିଙ୍କ ଆଶୁ ଆରୋଗ୍ୟ କାମନା କରି ସେ ଲେଖିଛନ୍ତି , ''ଓଡ଼ିଆ ସିନେମା ଜଗତର ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତିଙ୍କ ଅସୁସ୍ଥତା ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛି ।''
ଓଡ଼ିଆ ସିନେମା ଜଗତର ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତିଙ୍କ ଅସୁସ୍ଥତା ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛି।
— Mohan Charan Majhi (@MohanMOdisha) February 9, 2025
ଦିଲ୍ଲୀରେ ଚାଲିଛି ଚିକିତ୍ସା:
ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଅସୁସ୍ଥ ହୋଇ ଗତ ୪ ଦିନ ହେବ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଥିଲେ । ହଠାତ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବା ଖବର ଶୁଣିବା ପରେ ବହୁ କଳାକାର ହସ୍ପିଟାଲରେ ଗତକାଲି ପହଞ୍ଚିଥିଲେ । ବରିଷ୍ଠ ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା, ପ୍ରଯୋଜକ ଜୁବୁଲି ସୁନ୍ଦର ରାୟ, ଶ୍ରୀଧର ମାର୍ଥା, ଶ୍ରୀତମ ଦାସ, ସବ୍ୟସାଚୀ ମିଶ୍ର, କେକେ, ଟୁଟୁ ନାୟକ, ସ୍ତିତ ପଟନାୟକ, ବବି ମିଶ୍ର, ଦେବାଶିଷ ଭଳି ବହୁ କଳାକାର ଆସି ସ୍ୱାସ୍ଥ୍ୟବସ୍ଥା ବୁଝିବା ସହ ଆଶୁ ଆରୋଗ୍ୟ କାମନା କରିଥିଲେ । ତାଙ୍କ ଅବସ୍ଥା ଗୁରୁତର ହେବାରୁ ଡାକ୍ତରଙ୍କ ପରାମର୍ଶ ଯୋଗେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଛି । ଓଡ଼ିଆ ସିନେଜଗତର ସମସ୍ତ କଳାକାର ତାଙ୍କ ଆରୋଗ୍ୟ କାମନା କରିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ... ଲିଭର ସିରୋସିସ ରୋଗରେ ପୀଡିତ ଉତ୍ତମ ମହାନ୍ତି, ଗୁରୁଗାଓଁଙ୍କୁ ହେବେ ଏୟାରଲିପ୍ଟ |
ସୂଚନା ଥାଉକି ୧୯୭୭ ମାସିହାରେ ପ୍ରଥମ ସିନେମା 'ଅଭିମାନ'ରୁ କ୍ୟାରିଅର ଆରମ୍ଭ କରିଥିଲେ । ଦୀର୍ଘଦନ ଧରି ଓଡ଼ିଆ ସିନେମା ଜଗତର ସୁପରଷ୍ଟାର ଥିଲେ ଉତ୍ତମ । ଓଡ଼ିଆ, ବଙ୍ଗଳା ଓ ହିନ୍ଦୀ ସିନେମାରେ ଅଭିନୟ କରିଥିବା ଉତ୍ତମ, ଏବେ 'ବୋଉ ବୁଟୁ ଭୂତ'ରେ ଅଭିନୟ କରୁଥିବା ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ରରେ ଅଭିନୟ ସମୟରେ ସେ ଅସୁସ୍ଥ ହୋଇପଡ଼ିଥିଲେ ।
ଇଟିଭି ଭାରତ, ଭୁବନେଶ୍ବର