ନିଅଣ୍ଟିଆ ସରକାରୀ ସହାୟତା, ଦିବ୍ୟାଙ୍ଗ ଝିଅ ଚିକିତ୍ସାରେ ଅର୍ଥ ବାଧକ - ସମ୍ବଲପୁର ଖବର

🎬 Watch Now: Feature Video

thumbnail

By

Published : Jul 4, 2020, 10:58 PM IST

ସମ୍ବଲପୁର: ବୟସ ଆସି 17 ହେଲାଣି । ହେଲେ ଦୁନିଆ କଣ ଜାଣିନାହାନ୍ତି । ଏବେ ବି ବାପା ମାଆଙ୍କ ଭରସାରେ ଜିଉଁଛନ୍ତି । ସେମାନଙ୍କ ବିନା କୌଣସି ଗୋଟିଏ ବି କାମ କରିପାରୁନାହାନ୍ତି । କାରଣ ମାଆ ପେଟରୁ ହିଁ ସେ ଦିବ୍ୟାଙ୍ଗ ହୋଇ ଜନ୍ମ ହୋଇଛନ୍ତି । ଏହା ହେଉଛି ସମ୍ବଲପୁର ସହର ବୁଢାରାଜା ଅଞ୍ଚଳର ରାମଗଡ ପଡାରେ ରହୁଥିବା ଡିଲେଶ୍ବରୀ ସାହୁଙ୍କ କାହାଣୀ । ବାପା ଗେରେଜ ମେକାନିକ ଓ ମାଆ ଜଣେ ଗୃହିଣୀ । ଗୋଟିଏ ବଖରା ଘରେ ବସବାସ କରୁଛନ୍ତି । ଲକଡାଉନରେ ସବୁ ରୋଜଗାରର ପନ୍ଥା ବନ୍ଦ ହୋଇଯାଇଛି । ଫଳରେ ଘୋର ଆର୍ଥିକ ସଙ୍କଟରେ ଏହି ଗରିବ ଖଟିଖିଆ ପରିବାର । ଦିବ୍ୟାଙ୍ଗ ଝିଅର ଚିକିତ୍ସା ଓ ଭରଣପୋଷଣରେ ଘାଣ୍ଟି ହେଉଛନ୍ତି ବାପା ଓ ମାଆ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.