ଅନ୍ଧାରରେ ଅନ୍ଧାରୀ, ପାଇଖାନାରେ କଟୁଛି ପରିଣତ ବୟସ - ଅନ୍ଧାରୀଙ୍କ ପାଇଁ ପାଇଖାନା ହିଁ ଘର
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-5468159-1005-5468159-1577099407713.jpg)
ରାଇରଙ୍ଗପୁର: ମାଳମାଳ ଯୋଜନା, ହେଲେ ସବୁକିଛି ବାଟବଣା । ବେସାହାରଙ୍କ ପାଇଁ ବିଜୁ ପକ୍କା ଘର କି ପ୍ରଧାନମନ୍ତ୍ରୀ ଆବାସ ନୁହେଁ । ମୁଣ୍ଡ ଗୁଞ୍ଜିବା ପାଇଁ ସାହାରା ହୋଇଛି ଏବେ ପାଇଖାନା ଘର । ଯେଉଁଠି ରୋଷେଇ ସେଇଠି କରୁଛନ୍ତି ରାତ୍ରୀ ଯାପନ । ହେଲେ ପଚାରିବାକୁ କେହି ନାହାଁନ୍ତି । ଏଭଳି ଦୁର୍ବିସହ ଜୀବନ କାଟୁଛନ୍ତି ମୟୂରଭଞ୍ଜ ବିଶୋଇ ବ୍ଲକ ଅନ୍ତର୍ଗତ ଖଡିଆ ସାହିର 70 ବର୍ଷୀୟ ଅନ୍ଧାରୀ ଦେହୁରୀ ।